Advertisment

Congress-BJP Alliance: ବିଜେପି ସହ ମେଣ୍ଟ କରି କଂଗ୍ରେସରୁ ନିଲମ୍ବିତ ୧୨ କାଉନସିଲର ପଦ୍ମ ଧରିଲେ

ବିଜେପି ଓ କଂଗ୍ରେସ ମେଣ୍ଟ କରି ଶିବସେନାକୁ ହରାଇବା ପୂରା ମହାରାଷ୍ଟ୍ର ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା। ଏଥିଯୋଗୁ ନବନିର୍ବାଚିତ ୧୨ ଦଳୀୟ କାଉନସିଲରଙ୍କୁ କଂଗ୍ରେସ ନିଲମ୍ବିତ କରିଥିଲା।

BJP

ବିଜେପି

Advertisment

କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ମହାରାଷ୍ଟ୍ରର ଅମ୍ବରନାଥ ପୌର ପରିଷଦ ନିର୍ବାଚନରେ ବିଜୟୀ ହୋଇଥିଲେ। କିନ୍ତୁ ସମସ୍ତଙ୍କୁ ଚକିତ କରି ଏହି କଂଗ୍ରେସ (Congress) କାଉନସିଲରମାନେ ବିଜେପି(Bjp) ଓ ଅଜିତ ପାୱାରଙ୍କ ଏନସିପି ସହ ମେଣ୍ଟ କରିଥିଲେ। ଏଥିଯୋଗୁ ବିଜେପିର ସହଯୋଗୀ ଶିବସେନାର ପ୍ରାର୍ଥୀ ଅମ୍ବରନାଥ ପୌର ପରିଷଦର ଅଧ୍ୟକ୍ଷ ହୋଇ ପାରି ନଥିଲେ।

Advertisment

ବିଜେପି ଓ କଂଗ୍ରେସ ମେଣ୍ଟ କରି ଶିବସେନାକୁ ହରାଇବା ପୂରା ମହାରାଷ୍ଟ୍ର ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା। ଏଥିଯୋଗୁ ନବନିର୍ବାଚିତ ୧୨ ଦଳୀୟ କାଉନସିଲରଙ୍କୁ କଂଗ୍ରେସ ନିଲମ୍ବିତ କରିଥିଲା। ବୁଧବାର ସେମାନଙ୍କୁ କଂଗ୍ରେସ ନିଲମ୍ବିତ କରିଥିବା ବେଳେ ସେମାନେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇ ପଦ୍ମ ଧରିଛନ୍ତି। 

ମହାରାଷ୍ଟ୍ର(Maharashtra) ଭାରତୀୟ ଜନତା ପାର୍ଟି ସଭାପତି ରବୀନ୍ଦ୍ର ଚୌହାନ ବିଳମ୍ବିତ ରାତିରେ ୧୨ ନିଳମ୍ବିତ କଂଗ୍ରେସ କାଉନସିଲର ପଦ୍ମ ଧରିଥିବା କଥା ଘୋଷଣା କରିଛନ୍ତି। ଏପରି ପଦକ୍ଷେପ କ୍ଷମତା ପାଇଁ ନୁହେଁ, ବରଂ ବିକାଶ ପାଇଁ ଥିବା ପ୍ରତିବଦ୍ଧତା ଯୋଗୁ ଘଟିଥିବା ସେ କହିଛନ୍ତି।

Advertisment

ରବୀନ୍ଦ୍ର କହିଛନ୍ତି, “ଲୋକମାନେ ଏହି କାଉନସିଲରମାନଙ୍କୁ ନିର୍ବାଚିତ କରିଥିଲେ। କାଉନସିଲରମାନେ ଲୋକମାନଙ୍କୁ ବିକାଶର ପ୍ରତିଶ୍ରୁତି ଦେଇଥିଲେ। ସରକାର ଭଲ କାମ କରୁଥିବାରୁ ସେମାନେ ଆମ ସହ ମିଶିଛନ୍ତି। ସରକାର ଲୋକଙ୍କୁ ନ୍ୟାୟ ଦେବେ ଓ ବିକାଶ କରିବେ ବୋଲି ସେମାନେ ହୃଦୟଙ୍ଗମ କରିଛନ୍ତି।”

ଡିସେମ୍ବର ୨୦ ପୌର ପରିଷଦ ନିର୍ବାଚନ ପରେ ବିଜେପି ଚୀର ପ୍ରତିନ୍ଦ୍ୱନ୍ଦ୍ୱୀ କଂଗ୍ରେସ ସହ ହାତ ମିଳାଇ ଅମ୍ବରନାଥ ବିକାଶ ଅଘାଡ଼ି ଗଠନ କରିଥିଲେ। ଶିବସେନା ଏକକ ସର୍ବବୃହତ୍ତ ଦଳ ହୋଇଥିଲେ ହେଁ ବିଜେପି-କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଏକାଠି ହୋଇଥିଲେ। ଦୁଇ ଦଳ ଅଜିତ ପାୱାରଙ୍କ ଏନସିପିକୁ ମଧ୍ୟ ସାମିଲ କରିଥିଲେ।

ପୌର ପରିଷଦର ୬୦ଟି ଆସନରୁ ଅଧ୍ୟକ୍ଷ ପଦ ପାଇଁ ୩୧ ଜଣ କାଉନସିଲର ସମର୍ଥନ ଆବଶ୍ୟକ ଥିଲେ। ଶିବସେନା ୨୭ଟି ଜିତିଥିବା ବେଳେ ବିଜେପିର ୧୪, କଂଗ୍ରେସର ୧୨, ଏନସିପର ୪ ଓ ୨ ସ୍ୱାଧୀନ କାଉନସିଲର ପରସ୍ପର ସହ ହାତ ମିଳାଇଥିଲେ। ମେଣ୍ଟ ପାଖରେ ୩୨ ଜଣ କାଉନସିଲର ଥିବାରୁ ବିଜେପି ବେଶ ସହଜରେ ପୌର ପରିଷଧର ଅଧ୍ୟକ୍ଷ ବା ମେୟର ପଦ ହାତେଇ ଥିଲା। 

ବିଜେପିର ତେଜଶ୍ରୀ କାରାନଜୁଲେ ଅମ୍ବରନାଥ ପୌର ପରିଷଦର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ନିର୍ବାଚନ ପରେ ଶିବସେନା(ଏକନାଇ ସିନ୍ଦେ) ଏକକ ସର୍ବବୃହତ୍ତ ଦଳ ଭାବେ ଉଭା ହୋଇଥିଲା। ଦଳ ଏକାକୀ ୨୭ଟି ଆସନ ଜିତିଥିଲା। କିନ୍ତୁ ଶିବସେନାକୁ ଅଧ୍ୟକ୍ଷ ପଦରୁ ଦୂରେଇ ରଖିବା ପାଇଁ ବିଜେପି-କଂଗ୍ରେସ ଓ ଏନସିପି ହାତ ମିଳାଇଥିଲେ।

ଏପରି ମେଣ୍ଟକୁ ବିଜେପିର ରାଜ୍ୟସ୍ତରୀୟ ସହଯୋଗୀ ଶିବସେନା ତୀବ୍ର ସମାଲୋଚନା କରିଥିଲା। କଂଗ୍ରେସ ମଧ୍ୟ ମେଣ୍ଟ ଯୋଗୁ ୧୨ କାଉନସିଲରଙ୍କୁ ନିଲମ୍ବିତ କରିଥିଲା। ବିଜେପି ମେଣ୍ଟକୁ ବିରୋଧ କରିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ। ଏବେ ଦଳ କଂଗ୍ରେସରୁ ନିଲମ୍ବିତ ହୋଇଥିବା କାଉନସିଲରମାନଙ୍କୁ ଆପଣାଇ ନେଇଛି। 

Bjp Congress Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe