Advertisment

ବାପାଙ୍କ ମାଡ଼ରୁ ବର୍ତ୍ତିବାକୁ ଦୌଡ଼ି ପଳାଉଥିଲେ ନାବାଳକ, ଝୁଣି ଦେଲେ ବୁଲା କୁକୁର

ବାପାଙ୍କ ମାଡ଼ ଡରରେ ପ୍ରିନ୍ସ ଘରୁ ଦୌଡ଼ି ପଳାଇଥିଲେ। ମାତ୍ର ବୁଧବାର ପର୍ଯ୍ୟନ୍ତ ସେ ଘରକୁ ଫେରି ନ ଥିଲା।

author-image
Niharika Rout
ଅଦ୍ୟତନ ହୋଇଛି
Dog

Dog

ବାପାଙ୍କ ମାଡ଼ରୁ ବର୍ତ୍ତିବା ପାଇଁ ଘରୁ ଦୌଡ଼ି ପଳାଉଥିବା ନାବାଳକ ରାସ୍ତାରେ ବୁଲା କୁକୁରଙ୍କ ହାବୁଡ଼ରେ ପଡ଼ିଗଲେ। ଆଉ କୁକୁରମାନେ ତାଙ୍କୁ କାମୁଡ଼ି କଲବଲ କରି ମାରି ଦେଲେ। ଏପରି ଏକ ଲୋମଟାଙ୍କୁରା ଘଟଣା ଉତ୍ତରପ୍ରଦେଶର କନୌଜରେ ଘଟିଛି। ମୃତ ନାବାଳକ ଜଣଙ୍କ ୧୨ ବର୍ଷୀୟ ପ୍ରିନ୍ସ ବୋଲି ଜଣାପଡ଼ିଛି।

Advertisment

ପ୍ରିନ୍ସଙ୍କ ବାପା ଓମକାର ସବୁବେଳେ ନିଶାଗ୍ରସ୍ତ ରହନ୍ତି। ସବୁବେଳେ ନିଶା ସେବନ କରି ସେ ଘରକୁ ଫେରି ମାରପିଟ କରନ୍ତି। ଗତ ମଙ୍ଗଳବାର ମଧ୍ୟ ସେ ନିଶା ସେବନ କରି ଘରକୁ ଫେରିଥିଲେ ଏବଂ ପ୍ରିନ୍ସ ଓ ତାଙ୍କ ମା’ ପିଙ୍କିଙ୍କୁ ମାରପିଟ କରିଥିଲେ। ବାପାଙ୍କ ମାଡ଼ ଡରରେ ପ୍ରିନ୍ସ ଘରୁ ଦୌଡ଼ି ପଳାଇଥିଲେ। ମାତ୍ର ବୁଧବାର ପର୍ଯ୍ୟନ୍ତ ସେ ଘରକୁ ଫେରି ନ ଥିଲେ।

ତାଙ୍କ ମା’ ପାଖ ପଡ଼ିଶାରେ ପୁଅକୁ ଖୋଜିଥିଲେ ବି ପାଇ ନ ଥିଲେ। ଏହାପରେ ପୁଲିସ୍‌ ତାଙ୍କ ଘରେ ପହଞ୍ଚି ପିଙ୍କିଙ୍କୁ ଘଟଣାସ୍ଥଳକୁ ନେଇଥିଲା। ଘରଠୁ ପ୍ରାୟ ଶହେ ମିଟର ଦୂରରେ ଏକ ପରିତ୍ୟକ୍ତ ସ୍ଥାନରେ ପୁଅ ପ୍ରିନ୍ସର ମୃତଦେହ ଦେଖି ପିଙ୍କି ନିଜକୁ ସମ୍ଭାଳି ପାରି ନ ଥିଲେ।

Advertisment

ପ୍ରିନ୍ସଙ୍କ ଶରୀରର ବିଭିନ୍ନ ସ୍ଥାନରେ କାମୁଡ଼ା ଚିହ୍ନ ରହିଥିବାରୁ କୁକୁର କାମୁଡ଼ା ଯୋଗୁ ତାଙ୍କ ଜୀବନ ଚାଲି ଯାଇଥିବା ପୁଲିସ୍‌ ଅନୁମାନ କରୁଛି। ତେବେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Uttar Pradesh Deadbody Dog Attack Minor Murdered