Advertisment

ନାବାଳକଙ୍କୁ ବିବସ୍ତ୍ର କରି ଧାର୍ମିକ ସ୍ଲୋଗାନ ଦେବାକୁ ବାଧ୍ୟ କଲେ, ଚାପା ଉତ୍ତେଜନା

ଖେଳୁଥିବା ବେଳେ ଜଣେ ୧୨ ବର୍ଷୀୟ ନାବାଳକଙ୍କୁ ତାଙ୍କର କିଛି ସାଥୀ ନାବାଳକ ଜୋରଜବରଦସ୍ତ ବିବସ୍ତ୍ର କରି ଧାର୍ମିକ ସ୍ଲୋଗାନ ଲଗାଇବାକୁ ବାଧ୍ୟ କରିଛନ୍ତି।

Police

Police

Advertisment

ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ବେଳେ ଏହାକୁ ନେଇ ବିବାଦ ତେଜିବାରେ ଲାଗିଛି। ଖେଳୁଥିବା ବେଳେ ଜଣେ ୧୨ ବର୍ଷୀୟ ନାବାଳକଙ୍କୁ ତାଙ୍କର କିଛି ସାଥୀ ନାବାଳକ ଜୋରଜବରଦସ୍ତ ବିବସ୍ତ୍ର କରି ଧାର୍ମିକ ସ୍ଲୋଗାନ ଲଗାଇବାକୁ ବାଧ୍ୟ କରିଛନ୍ତି। ଏହି ଘଟଣାର ଭିଡିଓ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି। ଏହି ଘଟଣା ଇନ୍ଦୋରର ନିପନିଆ ଅଞ୍ଚଳରେ ଲସୁଡିଆ ପୁଲିସ ଷ୍ଟେସନ ଅଧୀନରେ ଘଟିଛି।

Advertisment

ପୀଡିତା ନାବାଳକଙ୍କ ବୟାନ ଅନୁଯାୟୀ, ସେ ଘର ନିକଟରେ ଖେଳୁଥିବା ବେଳେ ଅଭିଯୁକ୍ତ ତାଙ୍କ ନିକଟକୁ ଆସି ବାଇପାସ ନିକଟରେ ଖେଳଣା ବଣ୍ଟା ଯାଉଥିବା କହିଥିଲେ। ଖେଳନା ଦେବାର ପ୍ରଲୋଭନ ଦେଖାଇ ଅଭିଯୁକ୍ତ ପୀଡ଼ିତଙ୍କୁ ଘରଠୁ ଦୂରକୁ ନେଇ ଯାଇଥିଲେ। ଏହାପରେ ତାଙ୍କୁ ଧାର୍ମିକ ସ୍ଲୋଗାନ ଦେବାକୁ ବାଧ୍ୟ କରିଥିଲେ। ଏପରିକି ଏଥିରେ ଅରାଜି ହେବାରୁ ଅଭିଯୁକ୍ତ ଜୋରଜବରଦସ୍ତ ତାଙ୍କୁ ବିବସ୍ତ୍ର କରି ମାରଧର ବି କରିଥିଲେ । ଏଥିରେ ଭୟଭୀତ ହୋଇ ପଡ଼ିଥିବା ନାବାଳକଜଣକ କୌଶଳକ୍ରମେ ଘଟଣାସ୍ଥଳରୁ ଫେରାର ହୋଇ ଘରେ ପହଞ୍ଚିଥିଲେ। ଏନେଇ ସେ ପରିବାର ଲୋକଙ୍କୁ ସବୁ କଥା କହିଥିବା ବେଳେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଭିଯୁକ୍ତଙ୍କ ବିରୋଧରେ ଅପହରଣ ସମେତ ଆହୁରି ବହୁ ସଙ୍ଗୀନ ଦଫା ଲଗା ଯାଇଥିବା ଜଣାଯାଇଛି । ଏହି ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

Advertisment

ନିପନିଆ ଡିସିପିଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତ ଏବଂ ପୀଡିତା ପରସ୍ପରକୁ ଭଲ ଭାବେ ଜାଣନ୍ତି। ଉଭୟ ନାବାଳକ। ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଏହି ଘଟଣାର ଭିଡିଓ ସୋଶାଲ ମିଡିଆରେ ଶେଆର ନ କରିବାକୁ ସେ ଅନୁରୋଧ କରିଛନ୍ତି।

Police Tension Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe