Advertisment

ମହଙ୍ଗା ପଡ଼ିଲା ତରଳ ନାଇଟ୍ରୋଜେନ ପାନ, ନାବାଳିକାଙ୍କ ପେଟରେ ହୋଇଗଲା କଣା

ଲିକୁଇଡ ନାଇଟ୍ରୋଜେନ ପାନ ଖାଇଥିବା କାରଣରୁ ତାଙ୍କୁ ପେଟରେ ଅସ୍ତ୍ରୋପଚାର କରାଇବାକୁ ପଡ଼ିଛି।

author-image
Debibandita Barick
Liquid Nitrogen Paan

Liquid Nitrogen Paan

ଯାନି-ଯାତରେ ଲିକୁଇଡ ନାଇଟ୍ରୋଜେନ୍ ବା ତରଲ ଯବକ୍ଷାରଜାନ ପାନର ଚାହିଦା ଅନେକ। ଏହି ପାନ ଖାଇବା ସମୟରେ ଧୂଆଁ ବାହାରୁଥିବାରୁ ପିଲାମାନେ ଏଥିପ୍ରତି ବେଶ୍ ଆକୃଷ୍ଟ ହୋଇଥାନ୍ତି। କିନ୍ତୁ ଏହି ମଜା ନେବା ଜଣେ ୧୨ ବର୍ଷର ଝିଅ ପାଇଁ ସଜା ପାଲଟିଯାଇଛି। ଲିକୁଇଡ ନାଇଟ୍ରୋଜେନ ପାନ ଖାଇଥିବା କାରଣରୁ ତାଙ୍କୁ ପେଟରେ ଅସ୍ତ୍ରୋପଚାର କରାଇବାକୁ ପଡ଼ିଛି।

Advertisment

ସୂଚନା ଅନୁସାରେ, ଏପ୍ରିଲରେ ବେଙ୍ଗାଲୁରର ଜଣେ ନାବାଳିକାଙ୍କର ପେଟ ଜନିତ ସମସ୍ୟା ଆରମ୍ଭ ହୋଇଥିଲା। କିଛି ଦିନ ପେଟ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ପରୀକ୍ଷା ନିରୀକ୍ଷା କରାଯିବା ପରେ ତାଙ୍କ ପେଟରେ ଏକ ଛିଦ୍ର ଥିବା ଜାଣିବାକୁ ପାଇଥିଲେ ଡାକ୍ତର ଏବଂ ତରଳ ନାଇଟ୍ରୋଜେନ କାରଣରୁ ଏପରି ହୋଇଥିବା ଜଣାପଡିଥିଲା।

ଗମ୍ଭୀରତାକୁ ଦୃଷ୍ଟିରେ ରଖି ଡାକ୍ତରମାନେ ତାଙ୍କ ପେଟରେ ଅସ୍ତ୍ରୋପଚାର କରିଛନ୍ତି। ଅସ୍ତ୍ରୋପଚାର ପରେ ନାବାଳିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ସେ କହିଛନ୍ତି ଯେ, ତରଳ ନାଇଟ୍ରୋଜନ ପାନ ଖାଇବା ସମୟରେ ଧୂଆଁ ବାହାରୁଥିବାରୁ ମୁଁ ଏଥିପ୍ରତି ଆକୃଷ୍ଟ ହୋଇଥିଲି। ଅନ୍ୟମାନେ ମଧ୍ୟ ଖାଉଥିବାରୁ ମୁଁ ଏହି ପାନ ଖାଇଥିଲି। ଅନ୍ୟମାନଙ୍କର କି ପ୍ରକାର ସମସ୍ୟା ହୋଇଛି ମୁଁ ଜାଣିନି, କିନ୍ତୁ ମୋ ପେଟରେ ଅତ୍ୟନ୍ତ ଭୟଙ୍କର ଯନ୍ତ୍ରଣା ହୋଇଥିଲା। 

Advertisment

ତେବେ ନାବାଳିକାଙ୍କ ଚିକିତ୍ସା କରିଥିବା ଡାକ୍ତର ବିଜୟ କହିଛନ୍ତି, ୨୦୧୭ରେ ମଧ୍ୟ ଗୁରୁଗ୍ରାମରୁ ଏପରି ଏକ ମାମଲା ସାମ୍ନାକୁ ଆସିଥିଲା। ଏଠାରେ ଜଣେ ବ୍ୟକ୍ତି ତରଳ ନାଇଟ୍ରୋଜେନ ଥିବା କକଟେଲ ଖାଇବା ପରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭୋଗିଥିଲେ। ବର୍ତ୍ତମାନ ତରଳ ନାଇଟ୍ରୋଜେନ ଲୋକପ୍ରିୟତା ବଢିବାରେ ଲାଗିଥିବାରୁ ଏହି ଘଟଣା ଡାକ୍ତରମାନଙ୍କୁ ଚିନ୍ତାରେ ପକାଇଛି। ଲୋକମାନେ ସଚେତନ ହେବା ସହ ନିରାପତ୍ତାକୁ ପ୍ରାଧାନ୍ୟ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଡାକ୍ତର ବିଜୟ କହିଛନ୍ତି। 

Liquid Nitrogen Paan