Advertisment

ଚୋରି ଅଭିଯୋଗରେ ନାବାଳକଙ୍କୁ ଧରିଲେ, ଟ୍ରାକ୍‌ରେ ବାନ୍ଧି ପିଟିଲେ

ଚୋରି ଅଭିଯୋଗରେ ନାବାଳିକଙ୍କୁ ଧରିଲେ। ହେଲେ ପୁଲିସ୍‌ ଜିମା ଦେବା ବଦଳରେ ନିଜେ ଦେଲେ ନିର୍ଯାତନା। ଘଟାଇଲେ ବର୍ବର କାଣ୍ଡ। ନାବାଳକଙ୍କୁ ରେଲୱେ ଟ୍ରାକ୍‌ରେ ବାନ୍ଧି ନିର୍ଧୂମ ପିଟିଲେ।

author-image
Niharika Rout
Torture

Torture

ଚୋରି ଅଭିଯୋଗରେ ନାବାଳିକଙ୍କୁ ଧରିଲେ। ହେଲେ ପୁଲିସ୍‌ ଜିମା ଦେବା ବଦଳରେ ନିଜେ ଦେଲେ ନିର୍ଯାତନା। ଘଟାଇଲେ ବର୍ବର କାଣ୍ଡ। ନାବାଳକଙ୍କୁ ରେଲୱେ ଟ୍ରାକ୍‌ରେ ବାନ୍ଧି ନିର୍ଧୂମ ପିଟିଲେ। ଏପରିକି ଯେତେ କାକୁତିମିନତି ହେଲେ ବି ଛାଡ଼ି ନ ଥିଲେ।

Advertisment

ଏପରି ଏକ ଅଭାବନୀୟ ଘଟଣା ବିହାରର ବେଗୁସରାୟ ଅଞ୍ଚଳରେ ଥିବା ଜାନିପୁର ଗାଁରେ ଘଟିଛି। ଜାନିପୁର ଗାଁରେ ଥିବା ଦୋକାନରୁ ୧୨ ବର୍ଷୀୟ ନାବାଳକଜଣକ ଚୋରି ଅଭିଯୋଗରେ ଧରା ପଡ଼ିଥିଲେ। ଏହାପରେ ନାବାଳକକୁ ପୁଲିସ୍‌କୁ ହସ୍ତାନ୍ତର କରିବା ବଦଳରେ କିଛି ସ୍ଥାନୀୟ ଲୋକେ ତାକୁ ଗାଁ ନିକଟସ୍ଥ ରେଲୱେ ଟ୍ରାକ୍‌କୁ ନେଇ ଯାଇଥିଲେ।

ସେଠାରେ ହାତ ବାନ୍ଧି ନାବାଳକକୁ ଟ୍ରାକ୍‌ରେ ବାନ୍ଧି ଦେଇଥିଲେ। ଏହାପରେ ସେମାନେ ତାକୁ ବାଡ଼ି ସାହାଯ୍ୟରେ ନିର୍ଧୂମ ପିଟିଥିଲେ। ନାବାଳକଜଣକ ଛାଡ଼ି ଦେବାକୁ ଗୁହାରୀ ହେଲେ ବି କେହି ଶୁଣି ନ ଥିଲେ।

Advertisment

ଏନେଇ ଖବର ପାଇ ତୁରନ୍ତ ଡିଏସ୍‌ପି ନେହା କୁମାରୀ ନିଜ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ତୁରନ୍ତ ସେଠାରୁ ସେମାନେ ନାବାଳକଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲେ।

ଏହି ଅଭିଯୋଗରେ ପୁଲିସ୍‌ ତୁରନ୍ତ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ଏଥିରେ ଆଉ କିଏ ସମ୍ପୃକ୍ତି ଥିବା ଅଭିଯୋଗରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

Bihar Minor Attacked