Advertisment

୧୨୦ ନଟ୍‌ ଆଉଟ୍‌! ୧୯୫୨ରୁ ଭୋଟ ଦେଇ ଆସୁଛନ୍ତି ୧୦୦୦ ଶତାୟୁ

୧୦୪୯ ଜଣ ସୁପର ସିନିୟର୍‌ ଭୋଟର ଅଛନ୍ତି, ଯାହାଙ୍କ ବୟସ ୧୦୦ରୁ ୧୨୦ ବର୍ଷ ମଧ୍ୟରେ ରହିଛି।

author-image
Madhupriya Mistry
super seniors’ voter

super seniors’ voter

୧୨୦ ବର୍ଷରେ ବି ନଟ୍‌ ଆଉଟ୍‌। ୧୯୫୨ରୁ ଭୋଟ ଦେଇ ଆସୁଛନ୍ତି ୧୦୦୦ରୁ ଅଧିକ ସୁପର ସିନିୟର ଭୋଟର। ଦେଶ ସ୍ୱାଧୀନତା ହେବାର ୭ ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି। ୧୯୪୭ରେ ଦେଶ ସ୍ୱାଧୀନ ହେବା ପରେ ୧୯୫୨ମସିହାରେ ଦେଶରେ ପ୍ରଥମ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଦେଶରେ ଅନେକ ଭୋଟର ଅଛନ୍ତି ଯେଉଁମାନେ ପ୍ରଥମ ସାଧାରଣ ନିର୍ବାଚନରେ ​​ଭୋଟ୍ ଦେଇଥିଲେ। ବର୍ତ୍ତମାନ ୨୦୨୪ ମସିହାରେ ମଧ୍ୟ ସେମାନେ ଭୋଟ୍ ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଦେଶ ସ୍ୱାଧୀନ ହେବା ଠାରୁ ଆଜି ଯାଏଁ ନିର୍ବାଚନରେ ଏମାନେ ନିଜ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ଭୁଲୁ ନାହାନ୍ତି।

Advertisment

ଉତ୍ତରପ୍ରଦେଶର ପ୍ରୟାଗରାଜରେ ୪୬ ଲକ୍ଷରୁ ଅଧିକ ଭୋଟରଙ୍କ ମଧ୍ୟରୁ ୧୦୪୯ ଜଣ ସୁପର ସିନିୟର୍‌ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ବ୍ରିଟିଶ ଅମଳରୁ ରାଜନୀତିର ଖେଳ ଦେଖି ଆସୁଛନ୍ତି। ଏବେବି ଏମାନେ ସକ୍ରିୟ ଅଛନ୍ତି। ୧୦୪୯ ଜଣ ସୁପର ସିନିୟର୍‌ ଭୋଟରଙ୍କ ବୟସ ୧୦୦ରୁ ୧୨୦ ବର୍ଷ ମଧ୍ୟରେ ରହିଛି।

ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଚୂଡ଼ାନ୍ତ ହୋଇଥିବା ଭୋଟର ତାଲିକା ଅନୁଯାୟୀ, ୪୧୪ ପୁରୁଷ ଏବଂ ୪୪୦ ଏଭଳି ମହିଳା ଭୋଟର ଅଛନ୍ତି ଯେଉଁମାନଙ୍କ ବୟସ ୧୦୦ରୁ ୧୦୯ ବର୍ଷ ମଧ୍ୟରେ ରହିଛି। ଏହି ତାଲିକାରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ୧୧୦ ରୁ ୧୧୯ ବର୍ଷ ବୟସ ମଧ୍ୟରେ ତିନି ଜଣ ପୁରୁଷ ଏବଂ ୧୦ ଜଣ ମହିଳା ଭୋଟର ଅଛନ୍ତି। ସେହିପରି ୧୨୦ ବର୍ଷ ବୟସର ଭୋଟର୍‌ଙ୍କ ମଧ୍ୟରେ ୪୪ ଜଣ ପୁରୁଷ ଓ ୩୮ ଜଣ ମହିଳା ଭୋଟର ଏଥର ପ୍ରୟାଗରାଜରେ ଭୋଟ୍ ଦେବାକୁ ଯୋଗ୍ୟ ଅଟନ୍ତି।

Advertisment

ଏହି ଭୋଟରମାନେ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳରୁ ଆରମ୍ଭ କରି ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ଲୋକସଭା ନିର୍ବାଚନରେ ​​ସକ୍ରିୟ ଅଂଶଗ୍ରହଣ କରିଛନ୍ତି। କେବଳ ଏତିକି ନୁହେଁ, ନେହେରୁଙ୍କ ପୂର୍ବରୁ ଅର୍ଥାତ୍ ବ୍ରିଟିଶ୍ ସମୟ ପୂର୍ବରୁ ମଧ୍ୟ ଅନେକ ଲୋକ ରାଜନୈତିକ ମାହୋଲର ମୁକସାକ୍ଷୀ ରହିଛନ୍ତି।

ସୂଚନା ମୁତାବକ, ପ୍ରୟାଗରାଜରେ ମୋଟ ୪୬,୬୪,୫୧୯ ଜଣ ଭୋଟର ଅଛନ୍ତି। ଏଥିମଧ୍ୟରୁ ୨୫,୨୭,୬୭୬ ପୁରୁଷ, ୨୧,୩୬,୨୨୪ ଜଣ ମହିଳା ଓ ୬୧୯ ଜଣ ଟ୍ରାନ୍ସଜେଣ୍ଡର ଅଛନ୍ତି।

କହିରଖୁ ଏଥର ଉତ୍ତରପ୍ରଦେଶରେ ୭ଟି ପର୍ଯ୍ୟାୟରେ ଭୋଟିଂ ହେବ। ଏପ୍ରିଲ ୧୯ରୁ ଲୋକସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହେବ। ଏହା ଜୁନ ୧ ଯାଏ ଚାଲିବ। ୮୦ଟି ଲୋକସଭା ଆସନ ପାଇଁ ଲୋକମାନେ ଏହି ୭ ପର୍ଯ୍ୟାୟରେ ମତଦାନ କରିବେ।

Loksabha Election 2024 Prayagraj Super Senior Voter