/odisha-reporter/media/media_files/2026/02/01/rail-2026-02-01-12-07-36.jpg)
ବଜେଟ
୨୦୨୬-୨୦୨୭ ପୂର୍ଣ୍ଣାଙ୍ଗ ବଜେଟ(Budget)ରେ ଭିତ୍ତିଭୂମକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭିତ୍ତିଭୂମିର ବିକାଶ ପାଇଁ ୧୨.୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ହାଇସ୍ପିଡ ରେଳ ଠାରୁ ଆରମ୍ଭ କରି, ଜଳମାର୍ଗ ଓ ଗ୍ରୀନ କାର୍ଗୋର ବିକାଶ ପାଇଁ ପୁଞ୍ଜି ନିବେଶ କରାଯିବ। ସେହପରି ପ୍ରଥମ ପର୍ଯ୍ୟାୟରେ ଜାତୀୟ ରାଜପଥ ୱାଟରୱେଜ-୫ ଓଡ଼ିଶାରୁ ଆରମ୍ଭ ହେବ ବୋଲି ଅର୍ଥମନ୍ତ୍ରୀ ସୀତାରମଣ ଘୋଷଣା କରିଛନ୍ତି।
ସେ କହିଛନ୍ତି, ନିର୍ମାଣ ପର୍ଯ୍ୟାୟରେ ଘରୋଇ ଡେଭଲପୋର୍ସଙ୍କ ବିଶ୍ୱାସ ଜିତିବାକୁ ଗୋଟିଏ ଭିତ୍ତିଭୂମତି ରିସ୍କ ଗ୍ୟାରେଣ୍ଟି ଫଣ୍ଡର ବ୍ୟବସ୍ଥା କରାଯିବ। ଋଣଦାତାଙ୍କୁ ଆଂଶିକ କ୍ରେଡିଟ ଗ୍ୟାରେଣ୍ଟୀ ପାଇଁ ଏପରି ବ୍ୟବସ୍ଥା ହେବ। ଏହାଦ୍ୱାରା ବଡ଼ବଡ଼ ଭିତ୍ତିଭୂମି ପ୍ରକଳ୍ପକୁ ନେଇ ସୃଷ୍ଟି ହେଉଥିବା ରିସ୍କ ହ୍ରାସ ପାଇବ ବୋଲି ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି।
ଗ୍ରୀନ କାର୍ଗୋ ଓ ୱାଟରୱେଜକୁ ବଡ଼ ବଳ
ପରିବେଶ ଉପଯୋଗୀ ସନ୍ତୁଳିତ କାର୍ଗୋ ଚଳାଚଳକୁ ପ୍ରୋତ୍ସାହିତ କରିବା ପାଇଁ ସୀତାରମଣ ନୂଆ ଉତ୍ସର୍ଗୀକୃତ ପଣ୍ୟବାହୀ କରିଡର ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି। ଏହା ପୂର୍ବରେ ଥିବା ଡାନକୁନିରୁ ପଶ୍ଚିମରେ ଥିବା ସୁରଟକୁ ସଂଯୋଗ କରିବ। ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ୫ ବର୍ଷରେ ୨୦ଟି ନୂଆ ଜାତୀୟ ଜଳପଥ ସୃଷ୍ଟି କରାଯିବ।
ପ୍ରଥମ ପର୍ଯ୍ୟାୟ କାମ ଜାତୀୟ ଜଳମାର୍ଗ-୫ ଓଡ଼ିଶାରୁ ଆରମ୍ଭ ହେବ। ଏହି ରାସ୍ତା ଖଣିଜ ସମ୍ପଦ ଗଚ୍ଛିତ ତାଲଚେର ଓ ଅନୁଗୋଳ ସହ ଶିଳ୍ପର ହବ କୁହାଯାଉଥିବା କଳିଙ୍ଗ ନଗର ଓ ବନ୍ଦର ସହର ପାରାଦୀପ ଓ ଧାମରାକୁ ସଂଯୋଗ କରିବ।
ଜଳମାର୍ଗ ପାଇଁ କୁଶଳୀ ମାନବ ସଂଶାଧନ ସୃଷ୍ଟି କରିବାକୁ ପ୍ରିଶକ୍ଷଣ ସଂସ୍ଥାନକୁ ଆଞ୍ଚଳିକ ଉତ୍କୃଷ୍ଟି କେନ୍ଦ୍ର ରୂପରେ ବିକଶିତ କରିବ। ଏହାଦ୍ୱାରା ନଦୀର ଉଭୟ ପାର୍ଶ୍ୱରେ ଥିବା ଯୁବଗୋଷ୍ଠୀ ଫାଇଦା ପାଇବେ। ବାରାଣସୀ ଓ ପଟନାରେ ଇନଲ୍ୟାଣ୍ଡ ଜଳଯାନଗୁଡ଼ିକ ପାଇଁ ଗୋଟିଏ ସମର୍ପିତ ଜାହାଜ ମରାମତି ପ୍ରଣାଳୀ ମଧ୍ୟ ସ୍ଥାପନ କରାଯିବ।
ମୋଡାଲ ଶିଫ୍ଟକୁ କ୍ଷୀପ୍ର କରିବା ପାଇଁ ସୀତାରମଣ ଗୋଟିଏ ଉପକୂଳ କାର୍ଗୋ ପ୍ରୋତ୍ସାହନ ଯୋଜନା ଘୋଷଣା କରିଛନ୍ତି। ଅନ୍ତଃଦେଶୀୟ ଜଳପଥ ଓ ଉପକୂଳ ଶିପିଂକୁ ଦୁଇ ଗୁଣିତ କରି ୨୦୪୭ ସୁଦ୍ଧା ୬%ରୁ ୧୨%ରେ ପହଞ୍ଚାଇବାକୁ ଏପରି ବ୍ୟବସ୍ଥା କରାଯାଇଛି।
ଅନ୍ୟପକ୍ଷରେ ସବୁଜ ଯାତ୍ରୀ ପରିବହନ ପାଇଁ ସରକାର ୭ଟି ହାଇସ୍ପିଡ ରେଳ କରିଡର ତିଆରି କରିବେ। ମୁମ୍ବାଇ-ପୁଣେ, ପୁଣେ-ହାଇଦ୍ରାବାଦ, ହାଇଦ୍ରାବାଦ-ବେଙ୍ଗାଲୁରୁ, ହାଇଦ୍ରାବାଦ-ଚେନ୍ନାଇ, ଚେନ୍ନାଇ-ବେଙ୍ଗାଲୁରୁ, ଦିଲ୍ଲୀ-ବାରାଣସୀ ଓ ବାରାଣସି-ସିଲିଗୁଡ଼ି ଭଳି ୭ଟି ହାଇସ୍ପିଡ ରେଳ କରିଡର ତିଆରି କରାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
