Advertisment

ଦେଶରେ ଗୋଟିଏ ଦିନ ୧୨,୫୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଦେଶରେ ଏବେ ଚିକିତ୍ସାଧୀନ ଥିବା କରୋନା ରୋଗୀଙ୍କ ସଂଖ୍ୟା ୬୫, ୨୫୬କୁ ବୃଦ୍ଧି ପାଇଛି।

Corona

Corona

Advertisment

ଦେଶରେ ଗତ ୨୪ ଘଣ୍ଟାରେ ୧୨,୫୯୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୮ ମାସରେ ଏହା ସର୍ବାଧିକ। ଏହା ସହିତ ଦେଶରେ ଏବେ ଚିକିତ୍ସାଧୀନ ଥିବା କରୋନା ରୋଗୀଙ୍କ ସଂଖ୍ୟା ୬୫, ୨୫୬କୁ ବୃଦ୍ଧି ପାଇଛି।

Advertisment

ସେହିପରି କରୋନାରେ ଦେଶରେ ଆଉ ୪୦ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ କେରଳରୁ ୧୧ ଜଣ ଥିବା ବେଳେ ଦିଲ୍ଲୀରୁ ୬ ଜଣ ଅଛନ୍ତି। ଏହା ସହିତ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୩୧,୨୩୦କୁ ବୃଦ୍ଧି ପାଇଛି।

ଦେଶରେ ଦୈନିକ କରୋନା ସଂକ୍ରମଣ ହାର ୫.୪୬% ରହିଥିବା ବେଳେ ସାପ୍ତାହିକ ସଂକ୍ରମଣ ହାର ୫.୩୨% ରହିଛି।

Advertisment

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ ସାରା ଦେଶରେ ବର୍ତ୍ତମାନ ସୁଦ୍ଧା ୨୨୦.୬୬ କୋଟି ଡୋଜ୍ ଟିକା ଦିଆଯାଇଛି।

ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୩୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ସହିତ ମୋଟ୍ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୨୧୭୭କୁ ବୃଦ୍ଧି ପାଇଛି। 

Coronavirus Corona Death Corona Cases In India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe