Advertisment

ରାତି ପାହିଲେ ବିରାଜିବେ ରାମଲଲା, କଡା ସୁରକ୍ଷା ବଳୟରେ ଅଯୋଧ୍ୟା

ଆସନ୍ତାକାଲି ଦିନ 12ଟା 20ରୁ ପ୍ରାଣ ପ୍ରତିଷ୍ଠା ସମାରୋହ କାର୍ଯ୍ୟକ୍ରମ ଆରମ୍ଭ ହେବ।

author-image
Debibandita Barick
Ram Mandir

Ram Mandir

ଶହ ଶହ ବର୍ଷ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି, ବନବାସ ସାରି ଅଯୋଧ୍ୟା ଫେରୁଛନ୍ତି ପ୍ରଭୁ ଶ୍ରୀରାମ। ରାତି ପାହିଲେ ଭବ୍ୟ ମନ୍ଦିରରେ ବିରାଜିବେ ପ୍ରଭୁ। ଏଥିପାଇଁ ସମଗ୍ର ଅଯୋଧ୍ୟା ନଗରୀ ରାମମୟ ହୋଇଯାଇଛି। 

Advertisment

ଆସନ୍ତାକାଲି ଦିନ 12ଟା 20ରୁ ପ୍ରାଣ ପ୍ରତିଷ୍ଠା ସମାରୋହ କାର୍ଯ୍ୟକ୍ରମ ଆରମ୍ଭ ହେବ। ରାତି ପ୍ରାୟ ଗୋଟାଏରେ ସମାପନ ହେବ। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିର ନିକଟରେ ଶତାଧିକ ଭକ୍ତ, ବହୁ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସମେତ 7,000 ରୁ ଅଧିକ ଲୋକଙ୍କ ସମାବେଶକୁ ସମ୍ବୋଧିତ କରିବେ। ଏହି ସମୟରେ, ଲକ୍ଷ ଲକ୍ଷ ଲୋକ ଟେଲିଭିଜନ ତଥା ଅନ୍ୟ ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ କାର୍ଯ୍ୟକ୍ରମକୁ ସିଧାସଳଖ ଦେଖିପାରିବେ। 

ପ୍ରତ୍ୟେକ ଭାରତବାସୀ ଯେପରି ଏହି ମହାନ ପର୍ବରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ସାମିଲ ହୋଇପାରିବେ ସେଥିପାଇଁ ଅନେକ ରାଜ୍ୟରେ ଛୁଟି ଘୋଷଣା କରାଯାଇଛି। କେନ୍ଦ୍ର ସରକାର ମଧ୍ୟ ସମସ୍ତ ସରକାରୀ ଅନୁଷ୍ଠାନରେ ଦିନ 2ଟା30 ପର୍ଯ୍ୟନ୍ତ ଛୁଡି ଘୋଷଣା କରିଛନ୍ତି। 

Advertisment

ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ, ବ୍ୟବସାୟ ଟାଇକନ୍ ମୁକେଶ ଅମ୍ବାନି ଏବଂ ଗୌତମ ଆଦାନୀ, କ୍ରୀଡ଼ା କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଏବଂ ଏମଏସ ଧୋନିଙ୍କ ଭଳି ବହୁ ମାନ୍ୟଗନ୍ୟ ବ୍ୟକ୍ତି ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ। ମନ୍ଦିର ନିର୍ମାଣ ପାଇଁ ଯେଉଁମାନେ ଆନ୍ଦୋଳନର ଅଂଶ ହୋଇଥିଲେ ସେମାନେ ମଧ୍ୟ ଏହି ସମାରୋହରେ ଯୋଗଦେବେ।

ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ପ୍ରାୟ 13,000 ସୈନ୍ୟ ନିୟୋଜିତ ହୋଇଛନ୍ତି। ଆଣ୍ଟି-ବମ୍ବ ଏବଂ ଡଗ୍ ସ୍କ୍ୱାଡ ବ୍ୟବସ୍ଥା କରାଯାଇଛି। ଜରୁରୀ ଆବଶ୍ୟକତା ପାଇଁ ରାମ ମନ୍ଦିର ନିକଟରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ)ର ଏକ ଶିବିର ସ୍ଥାପନ କରାଯାଇଛି। 

ଉତ୍ତର ପ୍ରଦେଶ ଡିଜି ପ୍ରଶାନ୍ତ କୁମାର କହିଛନ୍ତି ଯେ, 13,000 ସୈନ୍ୟ ବାହିନୀ ବ୍ୟତୀତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଚାଳିତ ସିସିଟିଭି ନିୟୋଜିତ କରାଯାଇଛି। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମନିଟରିଂ ପାଇଁ ଅଯୋଧ୍ୟାରେ ଆଣ୍ଟି ଡ୍ରୋନ୍ ଟେକ୍ନୋଲୋଜିରେ ନିର୍ମିତ 10,000 ସିସିଟିଭି କ୍ୟାମେରା ଲଗାଯାଇଛି।

ଲତା ମଙ୍ଗେଶକର ଚୌକରେ ରାପିଡ୍ ଆକ୍ସନ୍ ଫୋର୍ସ (ଆରପିଏଫ୍) କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏହା ବ୍ୟତୀତ ପୁଲିସ ସରଯୁ ନଦୀରେ ଡଙ୍ଗା ସାହାଯ୍ୟରେ ପାଟ୍ରୋଲିଂ କରୁଛି । 

Ayodhya Ram Mandir Opening Ayodhya Security Preparation Ram Mandir Pran Pratistha