Advertisment

୪୧ଟି ସ୍ଥାନରେ NIAର ଚଢ଼ାଉ, ୧୩ ଗିରଫ

ଏହି ମାମଲାର ତଦନ୍ତ ବେଳେ ଏକ ବଡ଼ ଜଟିଳ ନେଟୱର୍କ କାମ କରୁଥିବା ଜାଣିବାକୁ ପାଇଥିଲା ଏନ୍‌ଆଇଏ।

author-image
Jitendra Garnayak
NIA

NIA

ISIS ଆତଙ୍କ ଷଡ଼ଯନ୍ତ୍ର ମାମଲାରେ ନ୍ୟାଶନାଲ୍ ଇନ୍‌ଭେଷ୍ଟିଗେସନ ଏଜେନ୍ସୀ (NIA) ଆଜି ୪୧ଟି ସ୍ଥାନରେ ଚଢ଼ାଉ କରି ୧୩ ଜଣଙ୍କୁ ଗିରଫ କରିଛି। ଏନ୍‌ଆଇଏ ମହାରାଷ୍ଟ୍ରର ୪୦ଟି ଓ କର୍ଣ୍ଣାଟକାର ଗୋଟିଏ ସ୍ଥାନରେ ଚଢ଼ାଉ କରିଥିଲା।

Advertisment

ମହାରାଷ୍ଟ୍ରର ଥାନେ, ପୁନେ, ମୀରା ଭାଇନ୍ଦର ଆଦି ସ୍ଥାନରେ ଚଢ଼ାଉ କରିଥିଲା। ମହାରାଷ୍ଟ୍ରରେ ଚଢ଼ାଉ କରାଯାଇଥିବା ୪୦ଟି ସ୍ଥାନରୁ ଅଧିକାଂଶ ଥାନେର ଥିଲା। ପୁନେର ୨ଟି ଓ ଭାଇନ୍ଦରର ଗୋଟିଏ ସ୍ଥାନରେ ଚଢ଼ାଉ କରାଯାଇଥିଲା।

ଏହି ମାମଲାର ତଦନ୍ତ ବେଳେ ଏକ ବଡ଼ ଜଟିଳ ନେଟୱର୍କ କାମ କରୁଥିବା ଜାଣିବାକୁ ପାଇଥିଲା ଏନ୍‌ଆଇଏ। ଏହି ନେଟ୍‌ୱର୍କ ଦେଶର କିଛି ପ୍ରମୁଖ ସ୍ଥାନରେ ବଡ଼ ଧରଣର ବିସ୍ଫୋରଣ ଯୋଜନା କରିଥିଲା। ସେହିପରି ସେନାର କିଛି ଠିକଣାକୁ ଟାର୍ଗେଟ କରିବାକୁ ଯୋଜନା କରୁଥିଲା। ଦେଶର କିଛି ପ୍ରମୁଖ ସେନା ଘାଟିର ଫଟୋ ଏହି ନେଟୱର୍କ ପାକିସ୍ତାନ ଓ ସିରିୟାକୁ ପଠାଇଥିବା ମଧ୍ୟ ଜଣାପଡ଼ିଛି। ଏହା ପରେ ଯୋଜନାବଦ୍ଧ ଭାବେ ଆଜି ଏନ୍‌ଆଇଏ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ମହାରାଷ୍ଟ୍ର ଓ କର୍ଣ୍ଣାଟକା ପୁଲିସ୍ ସହାୟତାରେ ଏହି ରେଡ୍ କରିଥିଲା ଏନ୍‌ଆଇଏ।

Advertisment

ଏହି ମାମଲା ରୁଜୁ ହୋଇଥିଲା ଗତ ଜୁନ୍ ମାସରେ। ଜୁଲାଇରେ ଏନ୍‌ଆଇଏ ମୁମ୍ବାଇରୁ ତବିଶ ନାସିର ସିଦ୍ଦିକି, ପୁନେରୁ ଜୁବୈର ନୂର ମହମ୍ମଦ ଓରଫ ଅବୁ, ଥାନେରୁ ଶର୍ଜୀଲ ଶୈଖ ଓ ଜୁଲଫିକର ଅଲି ବରୋଦୱାଲା ଓ ପୁନେର କୋନ୍ଧ୍ୱାର ଅଦନାନ ସରକାରଙ୍କୁ ଗିରଫ କରିଥିଲା ଏନ୍‌ଆଇଏ। ସେହିପରି ଅଗଷ୍ଟ ମାସରେ ଆକିଫ ଅତୀକ ନାଚନଙ୍କୁ ଗିରଫ କରିଥିଲା ଏନ୍‌ଆଇଏ। 

NIA Investigation ISIS