Advertisment

ବିଜେପି ଛାଡ଼ି ଏଆଇଏଡିଏମକେରେ ମିଶିଲେ ୧୩ ଜଣ

ରାଜ୍ୟ ବିଜେପିକୁ ଲାଗିଛି ଶକ୍ତ ଝଟ୍‌କା।

bjp

bjp

Advertisment

ତାମିଲନାଡୁ ବିଜେପିରେ ଝଡ଼। ରାଜ୍ୟ ବିଜେପିକୁ ଲାଗିଛି ଶକ୍ତ ଝଟ୍‌କା। କାରଣ ବିଜେପି ଛାଡ଼ି ୧୩ ଜଣ ଚେନ୍ନାଇ ୱେଷ୍ଟରେ ଆଇଟି ୱିଙ୍ଗର ଅଧିକାରୀ ଏହାର ମେଣ୍ଟ ସହଯୋଗୀ ଅଲ୍‌ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନେତ୍ରା କଜଗମ (ଏଆଇଏଡିଏମକେ)ରେ ଯୋଗ ଦେଇଛନ୍ତି। ତେବେ ଏହି ୧୩ ଜଣଙ୍କୁ ଏଆଇଡିଏମକେ କିଣିଥିବା ବିଜେପି ଅଭିଯୋଗ କରିଛି। ବିଜେପି ଆଇଟି ୱିଙ୍ଗର ଜିଲ୍ଲା ସଭାପତି ଅନବରସନ ଏକ ବିବୃତିରେ କହିଛନ୍ତି, ମୁଁ ବର୍ଷ ବର୍ଷ ଧରି ବିଜେପି ପାଇଁ କାମ କରିଛି। ଲୋକମାନେ ଜାଣନ୍ତି ଯେ ମୁଁ କେବେ ବି କୌଣସି ପଦ ଆଶା କରିନାହିଁ। ଗତ କିଛି ଦିନ ଧରି ଦଳରେ ଦେଖାଦେଇଥିବା ଅସ୍ୱାଭାବିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଁ ଦଳରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି।

Advertisment

ଏହି ବିବୃତିରେ ୧୦ ଜଣ ଆଇଟି ୱିଙ୍ଗ ଜିଲ୍ଲା ସମ୍ପାଦକ ଏବଂ ଦୁଇ ଜଣ ଆଇଟି ୱିଙ୍ଗ ଜିଲ୍ଲା ଉପସଚିବଙ୍କ ସ୍ୱାକ୍ଷର ରହିଛି। ସେ କହିଛନ୍ତି ଯେ, ଲୋକମାନେ ଜାଣିଛନ୍ତି ଯେ, ମୁଁ କୌଣସି ପଦର ଆଶା କରି ନ ଥିଲି। କିନ୍ତୁ ଗତ କିଛି ଦିନ ହେବ ଦଳର ଅସ୍ୱାଭାବିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଁ ନିଜ ପଦରୁ ଇସ୍ତଫା ଦେଇଛି। ଉକ୍ତ ବିବୃତ୍ତିରେ ପଦାଧିକାରୀଙ୍କ ଦସ୍ତଖତ ମଧ୍ୟ ରହିଛି ବୋଲି ଅନବରସାନ କହିଛନ୍ତି।

ଇତିମଧ୍ୟରେ ତାମିଲନାଡୁ ରାଜନୀତିରେ ଭାଜପା ଏବଂ ଏଆଇଏଡିଏମ୍‌କେ ମଧ୍ୟରେ ବାକ୍‌ ଯୁଦ୍ଧ ଜାରି ରହିଛି। ଉଲ୍ଲେଖଯୋଗ୍ୟ, ନିକଟରେ ବିଜେପିର ଅନେକ ବିଧାୟକ ଇସ୍ତଫା ଦେଇ ଏଆଇଏଡିଏମକେରେ ଯୋଗ ଦେଇଛନ୍ତି। ସେହିପରି ଆଇଟି ୱିଙ୍ଗର ରାଜ୍ୟ ସମ୍ପାଦକ କ୍ରିଷ୍ଣନ ମଧ୍ୟ ଆନ୍ନାମଲାଇଙ୍କୁ ଦାୟୀ କରି ବିଜେପିରୁ ଇସ୍ତଫା ଦେଇଛନ୍ତି।

Advertisment
Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe