Advertisment

ଦିବ୍ୟାଙ୍ଗ ଆଶ୍ରୟ ଗୃହରେ ଯାଉଛି ଶିଶୁଙ୍କ ଜୀବନ; ୨୦ ଦିନରେ ୧୩ ମୃତ

କେଉଁ କାରଣରୁ ଶିଶୁମାନଙ୍କ ମୃତ୍ୟୁ ଘଟୁଛି, ତା'ର କାରଣ ଜଣାପଡି ନାହିଁ।

Asha Kiran

Asha Kiran

Advertisment

ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଦିବ୍ୟାଙ୍ଗ ଆଶ୍ରୟ ଗୃହରେ ୧୩ ଅନ୍ତେବାସୀଙ୍କ ମୃତ୍ୟୁ। ମୃତ୍ୟୁର କାରଣ ଜଣାପଡି ନ ଥିବାବେଳେ ଗତ ୨୦ ଦିନ ମଧ୍ୟରେ ୧୩ ଜଣଙ୍କ ମୃତ୍ୟୁ ଘଟିଲାଣି।  

Advertisment

ଶିଶୁମାନଙ୍କ ମୃତ୍ୟୁ ଘଟୁଥିବା ଏହି ଆଶ୍ରୟ ଗୃହର ନାଁ ହେଉଛି 'ଆଶା କିରଣ'। ଏଠାରେ ଦିବ୍ୟାଙ୍ଗ ଶିଶୁମାନେ ରୁହନ୍ତି। ନିକଟରେ ଏକ ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ (SDM)ଙ୍କ ଦ୍ୱାରା କରାଯାଇଥିବା ଅନୁଧ୍ୟାନରୁ ଶିଶୁଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି।

ଚଳିତ ବର୍ଷ ଜାନୁଆରୀରୁ ଏଠାରେ ୨୭ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। କେଉଁ କାରଣରୁ ପିଲାମାନଙ୍କ ଜୀବନ ଯାଉଛି, ତାହା ଜଣାପଡି ନଥିବା କହିଛନ୍ତି SDM। ପିଲାମାନଙ୍କୁ ଦିଆ ଯାଉଥିବା ପାନୀୟ ଜଳର ଗୁଣାବତ୍ତା ଉପରେ SDM ପ୍ରଶ୍ନ ଉଠାଇଛନ୍ତି। ପୋଷ୍ଟ ମୋର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ସେ କହିଛନ୍ତି। 

Advertisment

ଜାତୀୟ ମହିଳା କମିଶନ (NCW) ଅଧ୍ୟକ୍ଷ ରେଖା ଶର୍ମା ଏଥିପାଇଁ ଆପ୍ ସରକାରଙ୍କ ଅବହେଳା ଦାୟୀ ବୋଲି ଅଭିଯୋଗ କରିଛନ୍ତି। NCW ଅଧ୍ୟକ୍ଷ କହିଛନ୍ତି, "ବର୍ଷ ବର୍ଷ ଧରି ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ଆଶା କିରଣ ଆଶ୍ରୟ ଗୃହ ସମସ୍ତ ଆଶା ହରାଇଛି। ଏଠାରେ ଥିବା ଅନ୍ତେବାସୀ ନାନା ସମସ୍ୟା ଭୋଗୁଛନ୍ତି, ଏପରିକି ସେମାନଙ୍କ ଜୀବନ ମଧ୍ୟ ଯାଉଛି। କିନ୍ତୁ ଦିଲ୍ଲୀ ସରକାର ଏଥିପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି।"

ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ରାତ୍ରୀ ଆଶ୍ରୟସ୍ଥଳର ମଧ୍ୟ ଅଡିଟ୍ କରା ଯାଉଥିବା NCW ଅଧ୍ୟକ୍ଷ ରେଖା ଶର୍ମା ଅଭିଯୋଗ କରିଛନ୍ତି। 

ସେପଟେ, ଶିଶୁଙ୍କ ମୃତ୍ୟୁସଂଖ୍ୟାକୁ ନେଇ ଦିଲ୍ଲୀ ମନ୍ତ୍ରୀ ଆତିଶୀ ଭିନ୍ନ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଦିଲ୍ଲୀ ଆଶା କିରଣ ଆଶ୍ରୟସ୍ଥଳରେ ୨୦୨୪ ଜାନୁଆରୀରୁ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ (ଏସିଏସ୍)ଙ୍କୁ ତଦନ୍ତ କରି ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଯଦି ଅବହେଳା କାରଣରୁ ପିଲାମାନଙ୍କର ମୃତ୍ୟୁ ଘଟୁଥିବ, ତେବେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। 

Delhi Shelter Home Asha Kiran Shelter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe