Advertisment

ଯାତ୍ରୀବାହୀ ଡଙ୍ଗାକୁ ନୌସେନା ସ୍ପିଡ ବୋଟ ଧକ୍କା ଦେବା ଘଟଣାରେ ୧୩ ମୃତ

ଇଞ୍ଜିନ ଟ୍ରାଏଲ ପାଇଁ ସମୁଦ୍ରରେ ଚକର ମାରୁଥିବା ନୌସେନାର ସ୍ପିଡ ବୋଟଟି ହଠାତ୍‌ ନିୟନ୍ତ୍ରଣ ହରାଇଥିଲା। ଫଳରେ ଏହା ସାମ୍ନାକୁ ଆସୁଥିବା ଯାତ୍ରୀବାହୀ ଡଙ୍ଗାକୁ ଧକ୍କା ଦେଇଥିଲା।

Boat

Boat

Advertisment

ମୁମ୍ବାଇ ଉପକୂଳରେ ଘଟିଥିବା ଡଙ୍ଗା ବୁଡ଼ି ଘଟଣାରେ ମୃତ୍ୟୁସଂଖ୍ୟା ୧୩ରେ ପହଞ୍ଚି। ଆଜି ଅପରାହ୍ନରେ ନୌସେନାର ଗୋଟିଏ ସ୍ପିଡ ବୋଟ୍‌ ପର୍ଯ୍ୟଟକଙ୍କୁ ନେଇ ସମୁଦ୍ରରେ ଯାଉଥିବା ଯାତ୍ରୀବାହୀ ଡଙ୍ଗାକୁ ଧକ୍କା ଦେଇଥିଲା। ଫଳରେ ସ୍ପିଡ ବୋଟ ସହ ଡଙ୍ଗାଟି ଗଭୀର ଜଳରାଶିରେ ବୁଡ଼ି ଯାଇଥିଲା।

Advertisment

ବର୍ତ୍ତମାନ ସୁଦ୍ଧା ଉଦ୍ଧାରକାରୀ ୧୩ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତକଙ୍କ ମଧ୍ୟରେ ସ୍ପିଡ ବୋଟରେ ଥିବା ଜଣେ ନୌସେନା ଅଧିକାରୀ ଓ ଏହାର ଇଞ୍ଜିନ ମରାମତି ପାଇଁ ଆସିଥିବା ୨ ଜଣ କର୍ମଚାରୀ ରହିଛନ୍ତି। ସେହିପରି ଯାତ୍ରୀବାହୀ ଡଙ୍ଗାରେ ଥିବା ୧୦ ଜଣ ସାଧାରଣ ପର୍ଯ୍ୟଟକ ମଧ୍ୟ ପାଣି ବୁଡ଼ି ଜୀବନ ହରାଇଛନ୍ତି।

ସରକାରୀ ସୂଚନା ଅନୁସାରେ, ଇଞ୍ଜିନ ଟ୍ରାଏଲ ପାଇଁ ସମୁଦ୍ରରେ ଚକର ମାରୁଥିବା ନୌସେନାର ସ୍ପିଡ ବୋଟଟି ହଠାତ୍‌ ନିୟନ୍ତ୍ରଣ ହରାଇଥିଲା। ଫଳରେ ଏହା ସାମ୍ନାକୁ ଆସୁଥିବା ଯାତ୍ରୀବାହୀ ଡଙ୍ଗାକୁ ଧକ୍କା ଦେଇଥିଲା। ଯାତ୍ରୀବାହୀ ଡଙ୍ଗାରେ ୧୧୦ ଜଣ ଓ ସ୍ପିଡ ବୋଟରେ ମୋଟ ୪ ଜଣ ଲୋକ ରହିଥିଲେ।

Advertisment

ଦୁର୍ଘଟଣା ଯୋଗୁ ଦୁଇଟି ଯାକ ବୋଡ ବୁଡ଼ି ଯାଇଥିଲା। ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସେହିପରି ଉଦ୍ଧାର ହୋଇଥିବା ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏବେ ବି ପ୍ରାୟ ୩ ଜଣ ନିଖୋଜ ରହିଛନ୍ତି।

ନୌସେନା ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ମୁମ୍ବାଇ ଉପକୂଳରେ ଅପରାହ୍ନ ପ୍ରାୟ ୪ଟାରେ ସ୍ପିଡ ବୋଟର ଇଞ୍ଜିନ ଟ୍ରାଏଲ କରାଯାଉଥିଲା। ଏହି ସମୟରେ ଏହା ନିୟନ୍ତ୍ରଣ ହରାଇ ନୀଳ କମଳ ନାମକ ଗୋଟିଏ ଯାତ୍ରୀବାହୀ ଡଙ୍ଗାକୁ ଧକ୍କା ଦେଇଥିଲା। ଫଳରେ ଏତେ ବଡ଼ ଘଟଣା ଘଟିଛି। ଯାତ୍ରୀବାହୀ ଡଙ୍ଗାଟି ଲୋକଙ୍କୁ ଗେଟୱେ ଅଫ ଇଣ୍ଡିଆରୁ ହାତୀ ଗୁମ୍ଫାକୁ ନେଉଥିଲା।

ଘଟଣା ପରେ ଉଦ୍ଧାର କାର୍ଯ୍ୟରେ ଭାରତୀୟ ନୌସେନା ସମେତ ତଟରକ୍ଷୀ ବାହିନୀ ନିୟୋଜିତ ହୋଇଛନ୍ତି। ନୌସେନାର ୧୧ଟି ବୋଟ, ମାରିନ ପୁଲିସ୍‌ର ୩ଟି ବୋଟ ଓ ତଟରକ୍ଷୀ ବାହିନୀର ଗୋଟିଏ ବୋଟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି। ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନରେ ୪ଟି ହେଲିକପ୍ଟର ମଧ୍ୟ ନିୟୋଜିତ ହୋଇଥିବା ନୌସେନା ପକ୍ଷରୁ କୁହାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଠାରୁ ଆରମ୍ଭ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଘଟଣାରେ ଶୋକ ପ୍ରକାଶ କରିଛନ୍ତି।

Mumbai Boat Capsizes
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe