Advertisment

ରାମ ମନ୍ଦିର ପାଖରେ ତିଆରି ହେବ ଆଉ ୧୩ଟି ମନ୍ଦିର, ବିରାଜିବେ ମା' ସୀତା

ରାମ ମନ୍ଦିର ନିର୍ମାଣରେ ଏପର୍ଯ୍ୟନ୍ତ ପ୍ରାୟ ୧୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସମଗ୍ର ମନ୍ଦିର ନିର୍ମାଣ ପାଇଁ ୧୪୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି।

author-image
Madhupriya Mistry
Ram Mandir

Ram Mandir

ଅଯୋଧ୍ୟାରେ ବିରାଜି ସାରିଛନ୍ତି ପ୍ରଭୁ ଶ୍ରୀ ରାମ। ରାମଲଲାଙ୍କ ସାଧାରଣ ଦର୍ଶନ ମଧ୍ୟ ଆରମ୍ଭ ହୋଇସାରିଛି। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ରାମଲଲାଙ୍କୁ ଦର୍ଶନ କରିବା ପାଇଁ ଅଯୋଧ୍ୟାରେ ଭିଡ ଜମାଇଛନ୍ତି। ତେବେ ନୂଆ ରାମ ମନ୍ଦିରଟି ସମ୍ପୂର୍ଣ୍ଣ ହୋଇନାହିଁ। ଏହା ଅର୍ଦ୍ଧନିର୍ମିତ ରହିଛି। ମନ୍ଦିରର ଅନେକ କାମ ବାକି ଅଛି। ମୁଖ୍ୟ ମନ୍ଦିରର କେବଳ ପ୍ରଥମ ମହଲା ନିର୍ମାଣ ଶେଷ ହୋଇଛି। ଦ୍ୱିତୀୟ ମହଲାର ନିର୍ମାଣ କାର୍ଯ୍ୟ ଚାଲିଛି। ତା’ପରେ ମନ୍ଦିରର ଶିଖର ନିର୍ମାଣ କରାଯିବ। ଅଯୋଧ୍ୟାକୁ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେଥିଲାଗି ରାମ ମନ୍ଦିର ପରିସର ଭିତରେ ଓ ବାହାରେ ଆହୁରି ୧୩ଟି ମନ୍ଦିର ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି।

Advertisment
Ayodhya Ram Mandirଅଯୋଧ୍ୟା ରାମ ମନ୍ଦିର

ରିପୋର୍ଟ ମୁତାବକ, ରାମନ୍ଦିରର ବେଢ଼ା ବା ପରିସରରେ ୬ଟି ମନ୍ଦିର ତିଆରି ହେବ। ସେହିପରି ବାହାରେ ୭ଟି ମନ୍ଦିର ନିର୍ମାଣ କରାଯିବ। ଏହି ଯୋଜନା ସଂକ୍ରାନ୍ତରେ ବିସ୍ତୃତ ବିବରଣୀ ଦେଇ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷ ସ୍ୱାମୀ ଗୁରୁଦେବ ଗିରି କହିଛନ୍ତି, ମୁଖ୍ୟ ମନ୍ଦିର ନିର୍ମାଣ ଶେଷ କରିବା ସମେତ ସମସ୍ତ ପ୍ରକଳ୍ପର କାର୍ଯ୍ୟ ଆଗେଇ ଚାଲିଛି।

ସୂଚନା ଅନୁଯାୟୀ, ପୂର୍ବରୁ ସ୍ଥାପିତ ମୂର୍ତ୍ତିଗୁଡ଼ିକୁ ମଧ୍ୟ କିଛି ପରିମାଣରେ ଫିନିସିଂ କରି ପଲିସ୍ କରିବାକୁ ପଡିବ। ଦ୍ୱିତୀୟ ମହଲାରେ ରାମଙ୍କ ପରିବାର ସ୍ଥାପନ କରାଯିବ। ସୂଚନାନୁସାରେ, ରାମ-ସୀତା ଦ୍ୱିତୀୟ ମହଲାରେ ବିରାଜମାନ ହେବ। ସେମାନଙ୍କ ସହିତ ଭାରତ, ଲକ୍ଷ୍ମଣ, ଶତ୍ରୁଘ୍ନ ଏବଂ ହନୁମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ।

Advertisment

ପ୍ରଭୁ ରାମଙ୍କୁ ବିଷ୍ଣୁଙ୍କ ଅବତାର ବୋଲି ବିଶ୍ୱାସ କରାଯାଉଥିବାରୁ ଏଠାରେ ଗଣେଶ, ଶିବ, ସୂର୍ଯ୍ୟଦେବ ଓ ଦେବୀ ଜଗଦମ୍ବାଙ୍କ ମନ୍ଦିର ରହିବ। ଏହି ମନ୍ଦିର ସବୁ ମୁଖ୍ୟ ମନ୍ଦିରର ଚାରି କୋଣରେ ନିର୍ମାଣ ହେବ। ପ୍ରଭୁ ରାମଙ୍କର ପରମ ଭକ୍ତ ହନୁମାନଙ୍କ ଲାଗି ମଧ୍ୟ ପୃଥକ୍‌ ମନ୍ଦିର ନିର୍ମାଣ କରାଯିବ। ସେ ସବୁ ମନ୍ଦିରଗୁଡ଼ିକର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ସେଥିରେ ବିଗ୍ରହ ସ୍ଥାପନା ସରିଲାଣି। ସୀତା ରୋ‌ଷେଇ ବୋଲି କୁହାଯାଉଥିବା ସ୍ଥାନରେ ଦେବୀ ଅନ୍ନପୂର୍ଣ୍ଣାଙ୍କ ମନ୍ଦିର ନିର୍ମାଣ ହେବ ବୋଲି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ମନ୍ଦିର ପରିସର ବାହାରେ ନିର୍ମାଣ ହେବ ଆଉ ୭ଟି ମନ୍ଦିର। ଋଷି ବାଲ୍ମୀକି, ବୈଶିଷ୍ଠ, ବିଶ୍ୱାମିତ୍ର, ଦେବୀ ଶବରୀ ଓ ପକ୍ଷୀ ଜଟାୟୁଙ୍କ ଲାଗି ଭିନ୍ନ ମନ୍ଦିର ତିଆରି କରାଯିବ।

କୁହାଯାଉଛି ଯେ, ରାମ ମନ୍ଦିର ନିର୍ମାଣରେ ଏପର୍ଯ୍ୟନ୍ତ ପ୍ରାୟ ୧୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସମଗ୍ର ମନ୍ଦିର ନିର୍ମାଣ ପାଇଁ ୧୪୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି। ପାଖରେ ପ୍ରାୟ ୩୦୦୦ କୋଟି ଟଙ୍କା ବଳକା ଥିବା ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷ ସ୍ୱାମୀ ଗୁରୁଦେବ ଗିରି କହିଛନ୍ତି।

Ayodhya Ram Mandir Swami Govind Dev Giriji Maharaj  Shri Ram Bhumi Teerth Kshetra Trust