/odisha-reporter/media/post_attachments/uploadimage/library/16_9/16_9_0/Boat_1705589812.jpeg)
Boat
ପିକ୍ନିକ୍ କରିବାକୁ ଯାଇଥିଲେ। ହ୍ରଦରେ ଡଙ୍ଗାରେ ବସି ମଜା ନେଉଥିଲେ। ହେଲେ ଘଟିଲା ଅଘଟଣ। ଓଲଟି ପଡ଼ିଲା ଡଙ୍ଗା। ଚାଲିଗଲା ୧୪ ଜୀବନ। ମୃତକଙ୍କ ମଧ୍ୟରେ ୧୩ ଜଣ ଛାତ୍ରଛାତ୍ରୀ ଥିବା ବେଳେ ୨ ଜଣ ଶିକ୍ଷକ ଅଛନ୍ତି। ଆହୁରି ୭ ଜଣ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଶିକ୍ଷକ ଓ ୮ ଛାତ୍ରଛାତ୍ରୀ ଅଛନ୍ତି। ଏହି ଘଟଣା ଘଟିଛି ଗୁଜରାଟର ବଡ଼ୋଦରାର ହରଣି ହ୍ରଦରେ।
ମୃତକମାନେ ନ୍ୟୁ ସନ୍ରାଇଜ୍ ନାମକ ଏକ ଘରୋଇ ସ୍କୁଲ୍ର ଛାତ୍ରଛାତ୍ରୀ ଓ ଶିକ୍ଷକ ଥିଲେ। ଆଜି ଅପରାହ୍ନରେ ଏହି ଘଟଣା ଘଟିଥିଲା। ଦୁର୍ଘଟଣା ବେଳେ ଡଙ୍ଗାରେ ୩୪ ଜଣ ଥିଲେ। ୧୦ ଜଣ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନେ ନିଖୋଜ ଅଛନ୍ତି।
ନିଖୋଜ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଉଦ୍ଧାର କରିବାକୁ ଏନ୍ଡିଆର୍ଏଫ୍ ଓ ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ସେ ଘୋଷଣା କରିଛନ୍ତି। ସେହିପରି ଆହତ ହୋଇଥିବା ଛାତ୍ରଛାତ୍ରୀଙ୍କ ପରିବାରଗୁଡ଼ିକୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଉଦ୍ଧାର ହୋଇଥିବା ଛାତ୍ରଛାତ୍ରୀଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଓ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି।
ବଡ଼ୋଦରା ବିଧାୟକ ଶୈଳେଶ ମେହଟା କହିଛନ୍ତି ଯେ ଏହା ବୋଟ୍ କଣ୍ଟ୍ରାକ୍ଟରଙ୍କ ଭୁଲ୍। ଡଙ୍ଗାଟିରେ କ୍ଷମତାଠାରୁ ଅଧିକ ଲୋକ ବସିଥିଲେ। ସେହି କଣ୍ଟ୍ରାକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
