Advertisment

‘ବେଡ୍‌ ପ୍ରଦର୍ଶନ’ ପାଇଁ ଦଣ୍ଡିତ ହେଲେ ୧୩ ଜଣ ଶିକ୍ଷକ, କଟିଲା ଦରମା

୩ ଜଣ ସ୍କୁଲ ଶିକ୍ଷକଙ୍କ ଦରମା କାଟି ଦେଇଛି ଶିକ୍ଷା ବିଭାଗ। ସେମାନେ ଡ୍ୟୁଟିରୁ ଯୋଗ ଦେଇ ନଥିଲେ ଓ ସେମାନଙ୍କର ବେଡ୍‌ ପ୍ରଦର୍ଶନ ପାଇଁ ସେମାନଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Bihar

Bihar

Advertisment

କୌଣସି ଶିକ୍ଷକଙ୍କୁ ‘ବେଡ୍‌ ପ୍ରଦର୍ଶନ’ ପାଇଁ ଦଣ୍ଡିତ ହେବାର ଆପଣମାନେ କେବେ ଶୁଣିଛନ୍ତି କି? ଏହା ଶୁଣିବାକୁ ଅଡ଼ୁଆ ଲାଗି ପାରେ। କିନ୍ତୁ ବିହାରର ଜାମୁଇ ଜିଲ୍ଲାରେ ଏପରି ଘଟଣା ଘଟିଛି। ୧୩ ଜଣ ସ୍କୁଲ ଶିକ୍ଷକଙ୍କ ଦରମା କାଟି ଦେଇଛି ଶିକ୍ଷା ବିଭାଗ। ସେମାନେ ଡ୍ୟୁଟିରୁ ଯୋଗ ଦେଇ ନଥିଲେ ଓ ସେମାନଙ୍କର ବେଡ୍‌ ପ୍ରଦର୍ଶନ ପାଇଁ ସେମାନଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Advertisment

ପ୍ରକୃତ କଥା ହେଲା, ବ୍ୟାଡ ବା ଖରାପ ପ୍ରଦର୍ଶନ ପାଇଁ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କିନ୍ତୁ ଶିକ୍ଷା ବିଭାଗ Bad ବଦଳରେ Bed ପ୍ରଦର୍ଶନ ଲେଖିଛି। ଶିକ୍ଷା ବିଭାଗର ଏପରି ବିଜ୍ଞପ୍ତିକୁ ବିରୋଧ କରି ଶିକ୍ଷକ ସଂଘ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଶିକ୍ଷା ବିଭାଗ ପକ୍ଷରୁ ମେ’ ୨୨ରେ ବିଭିନ୍ନ ସ୍କୁଲରେ ଅଚାନକ ଯାଞ୍ଚ କରାଯାଇଥିଲା। ଜାମୁଇ ଜିଲ୍ଲାରେ ଅଧିକାରୀମାନେ କରିଥିବା ଯାଞ୍ଚ ବେଳେ ଅନେକ ଶିକ୍ଷକ ଡ୍ୟୁଟିରେ ଅନୁପସ୍ଥିତ ଥିଲେ। ସେହିପରି ଅଧିକାଂଶ ଶିକ୍ଷକଙ୍କ ପ୍ରଦର୍ଶନ ମଧ୍ୟ ସନ୍ତୋଷଜନକ ନଥିଲା।

Advertisment

ଏହାକୁ ଗୁରୁତ୍ୱର ସହ ନେଇ ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଗୋଟିଏ ବିଜ୍ଞପ୍ତି ପ୍ରକାଶ କରି ଅନୁପସ୍ଥିତ ଥିବା ଶିକ୍ଷା ଓ ଖରାପ ପ୍ରଦର୍ଶନ କରିଥିବା ଶିକ୍ଷକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ଦେଇଥିଲେ। ହେଲେ ଶିକ୍ଷା ବିଭାଗର ବିଜ୍ଞପ୍ତିରେ ଉଲ୍ଲେଖ ଥିବା ଇଂରାଜୀ ଶିକ୍ଷକଙ୍କମାନଙ୍କର ପ୍ରଦର୍ଶନ ଠାରୁ ଆହୁରି ନିମ୍ନମାନର ବୋଲି ପ୍ରମାଣିତ ହୋଇଛି।

ଯଦି ବିଜ୍ଞପ୍ତିକୁ ବିଶ୍ୱାସକୁ ନିଆଯାଏ, ତା’ହେଲେ ବେଡ୍‌ ପ୍ରଦର୍ଶନ ପାଇଁ ୧୩ ଜଣ ଶିକ୍ଷକଙ୍କ ଦରମା କଟା ଯାଇଛି। ସୋଶାଲ ମିଡିଆରେ ଉକ୍ତ ଚିଠି ଭାଇରାଲ ହେବାରୁ ଡିଇଓ ଏହା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି।

ସେ ଗୋଟିଏ ଚିଠିରେ କହିଛନ୍ତି, ଖରାପ ବା ବ୍ୟାଡ ପ୍ରଦର୍ଶନକୁ ଭୁଲ ବଶତଃ ଟାଇପ କରିବା ବେଳେ ବେଡ୍‌ ପ୍ରଦର୍ଶନ ହୋଇଯାଇଛି।

Fake Teacher Teachers Ability Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe