Advertisment

ରୁଦ୍ରପ୍ରୟାଗ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୨ଲକ୍ଷ ଓ ଆହତଙ୍କୁ ୫୦ ହଜାର ଲେଖାଁଏ ସହାୟତା ରାଶି ଘୋଷଣା କରାଯାଇଛି।

author-image
Madhupriya Mistry
Uttarakhand accident

Uttarakhand accident

ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଗତକାଲି ଏକ ମିନି ବସ୍‌ ବଦ୍ରିନାଥ ଜାତୀୟ ରାଜପଥରେ ଯାଉଥିଲା। ଏହି ଗାଡିରେ ୨୬ ଜଣ ଯାତ୍ରୀ ଥିଲେ। କିନ୍ତୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ହିଁ ଏହି ମିନି ବସ୍‌ଟି ଦୁର୍ଘଟଣାର ଶିକାର ହୋଇଥିଲା। ବସ୍‌ଟି ଭାରସାମ୍ୟ ହରାଇ ପ୍ରାୟ ୬୬୦ ଫୁଟ ତଳେ ଅଳକନନ୍ଦା ନଦୀକୁ ଖସି ପଡିଥିଲା।

Advertisment

ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୬ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି।

ସେପଟେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୨ଲକ୍ଷ ଓ ଆହତଙ୍କୁ ୫୦ ହଜାର ଲେଖାଁଏ ସହାୟତା ରାଶି ଘୋଷଣା କରାଯାଇଛି। ସେପଟେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମେଡିକାଲକୁ ଯାଇ ଆହତ ମାନଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।

Advertisment

ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ହୋଇଥବା କୁହାଯାଇଛି। କିନ୍ତୁ ଦୁର୍ଘଟଣାର ପ୍ରକୃତ କାରଣ ଏଯାଏଁ ଜଣାପଡି ନାହିଁ। ପୂରା ଘଟଣାର ତଦନ୍ତ ଜାରି ରହିଛି। କୁହାଯାଉଛି ଯେ, ଗାଡିରେ ଥିବା ୨୬ ଜଣ ଯାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ଶୋଇଥିଲେ। ୨୬ ଜଣ ଯାତ୍ରୀଙ୍କ ଏହି ଦଳ ନୂଆଦିଲ୍ଲୀରୁ ଚୋପଟା-ତୁଙ୍ଗନାଥ-ଚନ୍ଦ୍ରଶିଲା ଟ୍ରେକିଂ ପାଇଁ ଯାଉଥିଲେ।

Accident Uttarakhand