Advertisment

Guru Nanak Jayanti: ଧୋକାବାଜ ପାକିସ୍ତାନ, ଅନୁମତି ଦେଇ ଅଧାରୁ ୧୪ ଭାରତୀୟଙ୍କୁ ଫେରାଇ ଦେଲା

ଭାରତୀୟଙ୍କୁ ହଇରାଣ କଲେ ବୋଧେ ପାକିସ୍ତାନକୁ ଆନନ୍ଦ ମିଳେ। ଅନେକ ଥର ଭାରତ ଓ ଭାରତୀୟଙ୍କ ବିଶ୍ୱାସରେ ବିଷ ମିଶାଇଥିବା ପାକିସ୍ତାନ ଏବେ ପୁଣି ନିଜ ପ୍ରକୃତିକୁ ରିପିଟ କରିଛି।

author-image
Hemant Lenka
Pakistan

ଶିଖ ଶ୍ରଦ୍ଧାଳୁ

ପାକିସ୍ତାନ ରକ୍ତରେ ହିଁ ଧୋକା ରହିଛି। ପାକିସ୍ତାନ ପୁଣି ସାଜିଛି ଧୋକାବାଜ। ଅନୁମତି ଦେଇ ହଇରାଣ କରିବାରେ ମାହିର ପାକିସ୍ତାନ। ଭାରତୀୟଙ୍କୁ ହଇରାଣ କଲେ ବୋଧେ ପାକିସ୍ତାନକୁ ଆନନ୍ଦ ମିଳେ। ଅନେକ ଥର ଭାରତ ଓ ଭାରତୀୟଙ୍କ ବିଶ୍ୱାସରେ ବିଷ ମିଶାଇଥିବା ପାକିସ୍ତାନ ଏବେ ପୁଣି ନିଜ ପ୍ରକୃତିକୁ ରିପିଟ କରିଛି। 

Advertisment

ପ୍ରଥମେ ଅନୁମତି ଦେଇ ଶେଷ ମୁହୂର୍ତ୍ତରେ ୧୪ ଜଣ ଭାରତୀୟଙ୍କୁ ନିଜ ସୀମାକୁ ଛାଡ଼ିନାହିଁ ପାକିସ୍ତାନ। ଏହି ୧୪ ଜଣ ଭାରତୀୟ ଅନ୍ୟ ଶ୍ରଦ୍ଧାଳୁଙ୍କ ସହ ନାନକ ସାହିବକୁ ଯାଉଥିଲେ। ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକଙ୍କ ୫୫ତମ ଜନ୍ମ ଦିନ ପାଳନ କରିବାକୁ ଭାରତୀୟ ଶ୍ରଦ୍ଧାଳୁମାନେ ତାଙ୍କ ଜନ୍ମ ସ୍ଥାନକୁ ଯିବାକୁ ଚାହୁଁଥିଲେ। ହେଲେ ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ପାକିସ୍ତାନ ନିଜ ସୀମାରେ ପ୍ରବେଶ ପାଇଁ ଅନୁମତି ଦେଇ ନାହିଁ।

ଏହି ୧୪ ଜଣ ଭାରତୀୟ ହିନ୍ଦୁ ହୋଇଥିବାରୁ ପାକିସ୍ତାନ ଏପରି ପଦକ୍ଷେପ ନେଇଛି। ସେମାନେ ଶିଖ(Gurdwara Sikh Sabha) ହୋଇ ନଥିବାରୁ ସେମାନଙ୍କୁ ପାକିସ୍ତାନ ଅଧିକାରୀ ପ୍ରବେଶ ପାଇଁ ଅନୁମତି ଦେଇ ନାହାନ୍ତି। 

Advertisment

ପାକିସ୍ତାନ(Pakistan) ଯିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅନୁମତି ଦେଇଥିବା ପ୍ରାୟ ୨୧ଶହ ଜଣଙ୍କ ମଧ୍ୟରେ ଏହି ୧୪ ଜଣ ରହିଥିଲେ। ପାକିସ୍ତାନ ପକ୍ଷରୁ ମଧ୍ୟ ପ୍ରାୟ ସମାନ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ପାଇଁ ଯାତ୍ରା ଦସ୍ତାବିଜ ଜାରି କରାଯାଇଥିଲା। ମଙ୍ଗଳବାର ପ୍ରାୟ ୧୯୦୦ ଶ୍ରଦ୍ଧାଳୁ ୱାଘା ବର୍ଡର ଦେଇ ପାକିସ୍ତାନରେ ପ୍ରବେଶ କରିଥିଲେ। ଅପରେସନ ସିନ୍ଦୂର ଓ ସାମରିକ ବିବାଦ ପରେ ପ୍ରଥମଥର ପାଇଁ ଦୁଇ ଦେଶ ମଧ୍ୟରେ ଏପରି ଲୋକଠୁ ଲୋକ ସମ୍ପର୍କ ସ୍ଥାପନ ହୋଇଥିଲା। 

କିନ୍ତୁ ଏବେ ଖବର ମିଳିଛି ଯେ ୧୯୦୦ ଲୋକଙ୍କ ମଧ୍ୟରୁ ୧୪ ଜଣ ହିନ୍ଦୁ ଶ୍ରଦ୍ଧାଳୁଙ୍କୁ ସୀମାରୁ ପାକିସ୍ତାନ ଅଧିକାରୀମାନେ ଫେରାଇ ଦେଇଛନ୍ତି। ଏମାନେ ସମସ୍ତେ ପାକିସ୍ତାନ ଜନ୍ମିତ ସିନ୍ଧି ସଂପ୍ରଦାୟର। ଏମାନଙ୍କ ପାଖରେ ଭାରତୀୟ ନାଗରିକର ପ୍ରମାଣ ପତ୍ର ରହିଛି। ଏହି ଲୋକମାନେ ପାକିସ୍ତାନରେ ରହୁଥିବା ନିଜ ସମ୍ପର୍କୀୟଙ୍କୁ ଭେଟିବାକୁ ଚାହୁଁଥିଲେ। କିନ୍ତୁ ପାକିସ୍ତାନ ଅଧିକାରୀମାନେ ସେମାନଙ୍କୁ କହିଛନ୍ତି ଯେ “ଆପଣମାନେ ହିନ୍ଦୁ। ଆପଣମାନେ ଶିଖ ଶ୍ରଦ୍ଧାଳୁଙ୍କ ସହ ଗସ୍ତ କରିପାରିବେ ନାହିଁ।” 

ସୂତ୍ର ଅନୁସାରେ, ଦିଲ୍ଲୀ ଓ ଲକ୍ଷ୍ନୌର ଏହି ୧୪ ଜଣଙ୍କୁ ସୀମାରେ ଅପମାନିତ କରି ଭାରତକୁ ଫେରାଇ ଦେଇଛି ପାକିସ୍ତାନ। ଯେଉଁମାନଙ୍କ ପରିଚୟପତ୍ରରେ ଶିଖ ବୋଲି ଲେଖାଥିବ, ସେମାନଙ୍କୁ ହିଁ କେବଳ ଛଡ଼ା ଯିବ ବୋଲି ପାକିସ୍ତାନ ଅଧିକାରୀମାନେ କହିଛନ୍ତି। ଏମାନଙ୍କ ବ୍ୟତୀତ ସ୍ୱାଧୀନ ଭାବେ ପାକିସ୍ତାନ ଯିବାକୁ ଭିସା ଆବେଦନ କରିଥିବା ଆଉ ୩୦୦ ଜଣଙ୍କୁ ଭାରତୀୟ ସୀମାରୁ ହିଁ ଫେରାଇ ଦିଆଯାଇଛି। କାରଣ ସେମାନଙ୍କ ପାଖରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅନୁମତି ପତ୍ର ନଥିଲା।

ଅକଲ ତଖତ ନେତା ଜି କୁଲଦୀପ ସିଂହ ଗରଗାଜ, ବିବି ଗୁରିନ୍ଦର କୌରଙ୍କ ନେତୃତ୍ୱାଧୀନ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟିର ପ୍ରତିନିଧି ମଣ୍ଡଳୀ ଓ ଦିଲ୍ଲୀ ଗୁରୁଦ୍ୱାର ପରିଚାଳନା କମିଟିର ରବୀନ୍ଦ୍ର ସିଂହ ଶ୍ୱେତା ପ୍ରମୁଖ ୱାଘା ସୀମାନ୍ତ ଦେଇ ପାକିସ୍ତାନ ଯାଇଛନ୍ତି। ଗୁରୁଦ୍ୱାର ଜନ୍ମସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆଜି ସନ୍ଧ୍ୟାରେ ହେବ। ଏହା ଲାହୋର ଠାରୁ ୮୦ କିମି ଦୂର। 

ପାକିସ୍ତାନରେ ୧୦ ଦିନ ରହିବାକୁ ଥିବା ଭାରତୀୟ ଶିଖ ଶ୍ରଦ୍ଧାଳୁମାନେ ଗୁରୁଦ୍ୱାର ପଞ୍ଜା ସାହିବ ହାସନ ଅବଦାଲ, ଗୁରୁଦ୍ୱାରୁ ସଚ୍ଚା ସୌଦା ଫାରୁକବାଦ ଓ ଗୁରୁଦ୍ୱାର ଦରବାର ସାହିବ କର୍ତାରପୁର ପ୍ରମୁଖ ସ୍ଥାନକୁ ଗସ୍ତ କରିବେ। 

Pakistan Gurdwara Sikh Sabha