Advertisment

Diwali: ୧୪ ପିଲାଙ୍କ ଆଖି ନେଇଗଲା ବନ୍ଧୁକ ବାଣ

ମାତ୍ର ୩ ଦିନ ମଧ୍ୟରେ ଏହି ଘାତକ ବାଣ ବନ୍ଧୁକରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ୧୨୨ରୁ ଅଧିକ ପିଲା। ଏମାନଙ୍କ ମଧ୍ୟରୁ ୧୪ ଜଣ ପିଲା ସେମାନଙ୍କ ଆଖି ହରାଇଛନ୍ତି।

Firecrackers

ଘାତକ ବାଣ

Advertisment

ପ୍ରତି ଦୀପାବଳି(Diwali)ରେ ନୂଆ ବାଣର ଟ୍ରେଣ୍ଡ ଦେଖିବାକୁ ମିଳିଥାଏ। ଚକ୍ରି ଠାରୁ ରକେଟ ବାଣ ସମ୍ପର୍କରେ ଆପଣମାନେ ବେଶ ଅବଗତ ଥିବେ। କିନ୍ତୁ ଚଳିତ ବର୍ଷ ବଜାରକୁ ଆସିଥିବା ଗୋଟିଏ ବାଣ ଘାତକ ସାବ୍ୟସ୍ତ ହୋଇଛି। ଚଳିତ ଦୀପାବଳିରେ କାରବାଇଡ ଗନ୍‌ ବା ଦେଶୀ ବନ୍ଧୁକ ବାଣର ଚାହିଦା ବେଶ ଅଧିକ ରହିଥିଲା। ଛୋଟ ପିଲାମାନଙ୍କ ମଧ୍ୟରେ ଏହାର କ୍ରେଜ ଚଳିତ ଦୀପାବଳିରେ ବେଶ ବଢ଼ି ଯାଇଥିଲା। କିନ୍ତୁ ଏହି ଦେଶୀ ବାଣ ଫୁଟା ବନ୍ଧୁକ ଅଭିଭାବକ ଓ ଡାକ୍ତରମାନଙ୍କ ପାଇଁ ଦୁଃସ୍ୱପ୍ନରେ ପରିଣତ ହୋଇଛି। 

Advertisment

ମାତ୍ର ୩ ଦିନ ମଧ୍ୟରେ ଏହି ଘାତକ ବାଣ ବନ୍ଧୁକରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ୧୨୨ରୁ ଅଧିକ ପିଲା। ଏମାନଙ୍କ ମଧ୍ୟରୁ ୧୪ ଜଣ ପିଲା ସେମାନଙ୍କ ଆଖି ହରାଇଛନ୍ତି। ମଧ୍ୟପ୍ରଦେଶ(Madhya Pradesh)ରୁ ଏପରି ଖବର ସାମ୍ନାକୁ ଆସିଛି। ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ରାଜ୍ୟର ବିଦିଶା। ସରକାର ଅକ୍ଟୋବର ୧୮ରେ ଏପରି ମାରାତ୍ମକ ବନ୍ଧୁକ ଉପରେ ବ୍ୟାନ ଲଗାଇଥିଲେ ହେଁ ବିଦିଶାର ବିଭିନ୍ନ ମାର୍କେଟରେ ଏହି ଦେଶୀ ବନ୍ଧୁକ ବାଣ ଖୁଲାମଖୋଲା ବିକ୍ରି ହୋଇଥିଲା। 

ଏହାର ଦାମ ୧୫୦ରୁ ୨୦୦ ଟଙ୍କା ରହିଥିବା ବେଳେ ପାଇପ, ବାରୁଦ ଓ ଅନ୍ୟାନ୍ୟ ଜିନିଷରେ ଏହାକୁ ତିଆରି କରାଯାଇଥିଲା। ଏଗୁଡ଼ିକ କଣ୍ଢେଇ ଭଳି ବିକ୍ରି ହେଉଥିଲେ ହେଁ ବୋମା ଭଳି ବିସ୍ଫୋରଣ ହେଉଥିଲା। ଏହାକୁ ଦେଶୀ ଯୁଗାଡ଼ ବାଣ ମଧ୍ୟ କୁହାଯାଏ।

Advertisment

ହମିଦିଆ ହସ୍ପିଟାଲରେ ଆହତ ହୋଇ ଚିକିତ୍ସିତ ହେଉଥିବା ୧୭ ବର୍ଷୀୟ ନେହା କାନ୍ଦି କାନ୍ଦି କହିଛନ୍ତି, “ଆମେ ଘର ତିଆରି ଦେଶୀ ବାଣ ଫୁଟା ବନ୍ଧୁକ ଆଣିଥିଲୁ। ଏହା ବିସ୍ଫୋରଣ ହେବା ପରେ ମୋର ଗୋଟିଏ ଆଖି ପୂରା ପୋଡ଼ି ଯାଇଛି। ମୁଁ କିଛି ବି ଦେଖିପାରୁ ନାହିଁ।” 

ଆଉ ଜଣେ ପୀଡ଼ିତ ରାଜ ବିଶ୍ୱକର୍ମ କହିଛନ୍ତି, “ମୁଁ ସୋଶାଲ ମିଡିଆରେ ଭିଡିଓ ଦେଖିଥିଲି ଓ ଘରେ ବନ୍ଧୁକ ବାଣ ତିଆରି କରିବାକୁ ଚେଷ୍ଟା କରିଥିଲି। କିନ୍ତୁ ଏହା ମୋ ମୁହଁରେ ଫୁଟି ଯାଇଥିଲା। ମୁଁ ମୋ ଆଖି ହରାଇଛି।” 

ଏପରି  ବେଆଇନ (Firecracker Accdent) ବନ୍ଧୁକ ବାଣ ବିକ୍ରି କରୁଥିବା ଘଟଣାରେ ବିଦିଶା ପୁଲିସ୍‌ ୬ ଜଣଙ୍କୁ ଗିରଫ କରିଛି। ଏବେ ସେମାନଙ୍କ ବିରୋଧରେ ପୁଲିସ୍‌ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରୟାସ ଆରମ୍ଭ କରିଦେଇଛି। 

କେବଳ ବିଦିଶା ନୁହେଁ, ଭୋପାଲ, ଇନ୍ଦୋର, ଜବଲପୁର ଓ ଗ୍ୱାଲିୟରର ବିଭିନ୍ନ ହସ୍ପିଟାଲର ଆଖି ୱାର୍ଡରେ ଯୁବ ରୋଗୀମାନେ ଭର୍ତ୍ତି ହୋଇଛନ୍ତି। ଭୋପାଲର ହମିଦିଆ ହସ୍ପିଟାଲରେ ହିଁ କେବଳ ୭୨ ଘଣ୍ଟାରେ ୨୬ ଜଣ ପିଲା ଆଖି ଜନିତ ସମସ୍ୟା କାରଣରୁ ଆଡମିଟ ହୋଇଥିବା ଜଣାପଡ଼ିଛି। କିଛି ରୋଗୀ ଆଇସିୟୁରେ ମଧ୍ୟ ଚିକିତ୍ସିତ ହେଉଛନ୍ତି। ସେମାନେ ସଂପୂର୍ଣ୍ଣ ଭାବେ ଦୃଷ୍ଟି ଶକ୍ତି ହରାଇଛନ୍ତି। 

Firecracker Accdent Madhya Pradesh Diwali
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe