Advertisment

ମଝି ସମୁଦ୍ରରୁ ଧରାପଡିଲା ୬୦୨ କୋଟିର ଡ୍ରଗ୍ସ, ୧୪ ଗିରଫ

ଅପରେସନ୍ ସମୟରେ ଗିରଫଦାରୀରୁ ବଞ୍ଚିବା ପାଇଁ ମଝି ସମୁଦ୍ରରେ ପାକିସ୍ତାନୀ ନାଗରିକମାନେ ଏଟିଏସ୍ ଅଧିକାରୀଙ୍କ ଉପରେ ନିଜର ଡଙ୍ଗା ଚଢାଇ ମାରିବାକୁ ଉଦ୍ୟମ କରିଥିଲେ।

author-image
Madhupriya Mistry
ଅଦ୍ୟତନ ହୋଇଛି
Gujarat Coast

Gujarat Coast

ମଝି ସମୁଦ୍ରରୁ ଧରାପଡିଲା ପୁଳା ପୁଳା ଡ୍ରଗ୍ସ। ଗୁଜରାଟ ତଟରେ ପାଖାପଖି ୬୦୨ କୋଟି ଟଙ୍କାର ଡ୍ରଗ୍ସ ଜବତ କଲା ଏଟିଏସ୍‌ ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଏଥିସହ ଏହି ଘଟଣାରେ ଏଟିଏସ୍ ଏବଂ ଏନସିବିର ମିଳିତ କାର୍ଯ୍ୟାନୁଷ୍ଠାନରେ ୧୪ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି।

Advertisment

ଗୁଇନ୍ଦା ସୂଚନା ଆଧାରରେ ଇଣ୍ଡିଆନ୍‌ କୋଷ୍ଟ ଗାର୍ଡ ସମୁଦ୍ରରେ ମାଦକ ଦ୍ରବ୍ୟ ବିରୋଧୀ ଅଭିଯାନ ଆରମ୍ଭ କରିଥିଲା। ଅପରେସନ୍ ସମୟରେ ଗିରଫଦାରୀରୁ ବଞ୍ଚିବା ପାଇଁ ମଝି ସମୁଦ୍ରରେ ପାକିସ୍ତାନୀ ନାଗରିକମାନେ ଏଟିଏସ୍ ଅଧିକାରୀଙ୍କ ଉପରେ ନିଜର ଡଙ୍ଗା ଚଢାଇ ମାରିବାକୁ ଉଦ୍ୟମ କରିଥିଲେ। ଏହାର ଜବାବରେ ପୁଲିସକୁ ଗୁଳିମାଡ଼ କରିବାକୁ ପଡିଥିଲା। ଏହାପରେ ସନ୍ଦିଗ୍ଧମାନେ ପୁଲିସ ହାତରେ ଧରା ପଡିଛନ୍ତି।

ଗିରଫ ହୋଇଥିବା ୧୪ ସନ୍ଦିଗ୍ଧ ପାକିସ୍ତାନର ନଗରିକ ବୋଲି ସୂଚନା ମିଳିଛି। ସେମାନଙ୍କ ନିକଟରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ ହୋଇଛି, ଯାହାର ମୂଲ୍ୟ ୬୦୨ କୋଟି ଟଙ୍କା ହେବ ବୋଲି କୁହାଯାଇଛି। ସୁରକ୍ଷା ଏଜେନ୍ସିମାନେ ଦୁଇ ଦିନ ଧରି ଅନ୍ତରାଷ୍ଟ୍ରୀୟ ସୀମାରେ ଏହି ଅଭିଯାନ ଚଳାଇଥିଲେ। ଆଉ ଶେଷରେ ସେମାନଙ୍କୁ ସଫଳତା ମିଳିଛି।

Advertisment

ଗୋଟିଏ ଦିନ ପୂର୍ବରୁ ଏନସିବି ଗୁଜୁରାଟ ଏବଂ ରାଜସ୍ଥାନରେ 'ମିଆଉଁ ମିଆଉଁ' ନାମରେ ଜଣାଶୁଣା ନିଷେଧ ଔଷଧ ମେଫେଡ୍ରୋନ୍ ଉତ୍ପାଦନ କରୁଥିବା ତିନୋଟି ଲ୍ୟାବ ଉପରେ ଚଢ଼ାଉ କରି ୭ ଜଣଙ୍କୁ ଗିରଫ କରିଥିଲା। ଏଥିସହ ଡ୍ରଗ୍ସ ବିରୋଧୀ ଏଜେନ୍ସି ପ୍ରାୟ ୩୦୦ କୋଟି ଟଙ୍କା ମୂଲ୍ୟର ନିଶା ଦ୍ରବ୍ୟ ଜବତ କରିଥିଲା।

Pakistani Arrested ATS Drugs Seize Gujarat Coast NCB