Advertisment

ଆଇଏସ୍‌ ଲିଙ୍କରେ ଥିବା ଦୁଇ ଡାକ୍ତର ବହିଷ୍କୃତ, ୧୪ ବର୍ଷ ତଳେ ମିଥ୍ୟା ବ୍ୟବଚ୍ଛେଦ ରିପୋର୍ଟ ଦେଇ କରାଇଥିଲେ ଦଙ୍ଗା

ଆଇଏସ୍‌ ଲିଙ୍କରେ ଥିବା ୨ ଡାକ୍ତର କଶ୍ମୀର ଉପତ୍ୟାକାରେ ଅଶାନ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏପରି କରିଥିବା ସିବିଆଇ ତଦନ୍ତରୁ ଜଣାପଡ଼ିଛି। ଏହି ୨ ଡାକ୍ତର ହେଲେ ଡ. ନିଗହତ ସାହିନ ଚିଲୋ ଓ ଡ. ବିଲାଲ ଅହମଦ ଦଲାଲ ।

author-image
Niharika Rout
kashmir

kashmir

ଦୁଇ ମହିଳାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ସେମାନଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ନେଇ ମିଥ୍ୟା ରିପୋର୍ଟ ପ୍ରସ୍ତୁତ କରିଥିଲେ ଦୁଇ ଡାକ୍ତର । ସୀମାରେ ମୁତୟନ ଯବାନ ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗ କରାଗଲା। ଏହାର ପରିଣାମ ଏତେ ଭୟଙ୍କର ହେଲା ଯେ, ଦୀର୍ଘ ୬ ମାସରୁ ଊର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ କଶ୍ମୀର ଉପତ୍ୟାକା ଜଳିବା ସହ ସୃଷ୍ଟି ହୋଇଥିଲା ଦଙ୍ଗା । ଏଥିନିମନ୍ତେ ତତ୍‌କାଳୀନ ଏସ୍‌ପିଙ୍କ ସମେତ ୪ ପୁଲିସ୍‌ ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଗଲା।

Advertisment

ଦୀର୍ଘ ୧୪ ବର୍ଷ ତଳେ ମିଥ୍ୟା ବ୍ୟବଚ୍ଛେଦ ରିପୋର୍ଟ ପ୍ରସ୍ତୁତ କରି ଏପରି କାଣ୍ଡ ଘଟାଇଥିବା ୨ ଡାକ୍ତରଙ୍କୁ ଏବେ ଚାକିରିରୁ ବହିଷ୍କାର କରାଯାଇଛି। ଆଇଏସ୍‌ ଲିଙ୍କରେ ଥିବା ୨ ଡାକ୍ତର କଶ୍ମୀର ଉପତ୍ୟାକାରେ ଅଶାନ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏପରି କରିଥିବା ସିବିଆଇ ତଦନ୍ତରୁ ଜଣାପଡ଼ିଛି। ଏହି ୨ ଡାକ୍ତର ହେଲେ ଡ. ନିଗହତ ସାହିନ ଚିଲୋ ଓ ଡ. ବିଲାଲ ଅହମଦ ଦଲାଲ ।

୨୦୦୯ ମସିହା ମେ’ ୨୯ ତାରିଖରେ ସୋଫିଆନର ୨ ମହିଳା ନିଖୋଜ ହୋଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ୧୯ ବର୍ଷୀୟା ହୋଇଥିବା ବେଳେ ଅନ୍ୟ ଜଣେ ତାଙ୍କ ୨୨ ବର୍ଷୀୟା ନଣନ୍ଦ ବୋଲି ଜଣାପଡ଼ିଥିଲା। ଦିନକ ପରେ ସେମାନଙ୍କ ମୃତଦେହ ରାମବିଆରା ଝରଣାରୁ ଉଦ୍ଧାର ହେଲା।

Advertisment

ବଳାତ୍କାର ତଥା ହତ୍ୟା ପରେ ସୀମାରେ ମୁତୟନ ଯବାନ ସେମାନଙ୍କୁ ଝରଣାରେ ଫୋପଡ଼ା ଯାଇଥିବା ଅଭିଯୋଗ ଆଣି ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇଥିଲେ। ଉକ୍ତ ସମୟରେ ରାଜ୍ୟରେ ଓମାର ଅବଦୁଲାଙ୍କ ସରକାର ଥିବା ବେଳେ ପ୍ରାୟ ମାସାଧିକ କାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଘଟଣା ପରେ ଜୁନ୍‌ରୁ ଡିସେମ୍ବର ମଧ୍ୟରେ କଶ୍ମୀର ଉପତ୍ୟାକାରେ ପ୍ରାୟ ୪୨ ଥର ବିକ୍ଷୋଭ ପ୍ରଦର୍ଶନ ହୋଇଥିବା ବେଳେ ଶତାଧିକ ଲୋକ ରାସ୍ତାକୁ ଓହ୍ଲାଇଥିଲେ ।

ଏହାପରେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ଘଟଣାର ଯାଞ୍ଚ ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ଅବସରପ୍ରାପ୍ତ ବିଚାରପତି ନିଜ ରିପୋର୍ଟରେ ପୁଲିସ୍‌ ଉପରେ ପ୍ରମାଣ ନଷ୍ଟ ଅଭିଯୋଗ ଆଣିଥିଲେ। ଏଥିସହ ଜଣେ ମୃତା ମହିଳାଙ୍କ ସ୍ୱାମୀଙ୍କ ଉପରକୁ ମଧ୍ୟ ଅଙ୍ଗୁଠି ନିର୍ଦ୍ଦେଶ କରିଥିଲେ। ଏହି ଅଭିଯୋଗ ଆଧାରରେ ରାଜ୍ୟ ସରକାର ଜଣେ ଏସ୍‌ପିଙ୍କ ସମେତ ୪ ପୁଲିସ୍‌ ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ। ମାତ୍ର ସ୍ଥାନୀୟ ଲୋକେ ଏହି ରିପୋର୍ଟକୁ ଗ୍ରହଣ କରି ନ ଥିଲେ।

ଏହାପରେ ବି ଏହି ଘଟଣାର ସତ୍ୟ ଉନ୍ମୋଚନ ନିମନ୍ତେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ହେବାରୁ ରାଜ୍ୟ ସରକାର ଏହି କେସ୍‌ର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଥିଲେ।

ସିବିଆଇ ଏହି ଘଟଣାର ତଦନ୍ତ କରି ୧୩ ଜଣଙ୍କ ନାଁରେ ଚାର୍ଜସିଟ ଦାଖଲ କରିଥିଲା। ସେମାନଙ୍କ ମଧ୍ୟରେ ୬ ଜଣ ଡାକ୍ତର, ୫ ଆଇନଜୀବୀ , ମୃତା ମହିଳାଙ୍କ ଜଣେ ଭାଇଙ୍କ ସମେତ ୨ ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲା।

ଏହାପରେ ଗତକାଲି ୨ ଡାକ୍ତରଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ତଦନ୍ତ ରିପୋର୍ଟରେ କୁହାଯାଇଛି, ଏହି ଡାକ୍ତରଦ୍ୱୟ ଆଇଏସ୍‌ ଲିଙ୍କରେ ଥିବା ବେଳେ ଉପତ୍ୟାକାରେ ଅଶାନ୍ତ ବାତାବରଣ ସୃଷ୍ଟି କରିବା ସେମାନଙ୍କ ମୂଳ ଲକ୍ଷ୍ୟ। ତେଣୁ ସେମାନେ ଯବାନଙ୍କ ଉପରେ ମିଥ୍ୟ ବଳାତ୍କାର ଓ ହତ୍ୟା ଆରୋପ ଲଗାଇଥିଲେ।

Murder Jammu Kashmir Tension Situation