Advertisment

ବାଂଲାଦେଶରେ ଥିବା ହିନ୍ଦୁଙ୍କ ସୁରକ୍ଷା ପ୍ରତି ୧୪୦ କୋଟି ଭାରତୀୟ ଚିନ୍ତିତ: ପ୍ରଧାନମନ୍ତ୍ରୀ ମୋଦି

ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି ଆଗାମୀ ଭାରତର ଲକ୍ଷ୍ୟ ଏବଂ ଦେଶର ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

author-image
Debibandita Barick
ଅଦ୍ୟତନ ହୋଇଛି
Bangladesh Protest

Bangladesh Protest

ଦେଶ ପାଳୁଛି ୭୮ତମ ସ୍ୱାଧୀନତା ଦିବସ। ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସ୍ୱତନ୍ତ୍ରତା ଦିବସର ଶୁଭ କାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହ ଆଗାମୀ ଭାରତର ଲକ୍ଷ୍ୟ ଏବଂ ଦେଶର ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱାରୋପ କରିଛନ୍ତି। 

Advertisment

ଏହି ଅବସରରେ ପ୍ରଧାନମନ୍ତ୍ରୀ ବାଂଲାଦେଶରେ ଥିବା ହିନ୍ଦୁଙ୍କ ସୁରକ୍ଷା ପ୍ରତି ଚିନ୍ତା ପ୍ରକଟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, "୧୪୦ କୋଟି ଭାରତୀୟ ବାଂଲାଦେଶରେ ଥିବା ହିନ୍ଦୁଙ୍କ ସୁରକ୍ଷା ପ୍ରତି ଚିନ୍ତିତ ଅଛନ୍ତି।"

ଭାରତ ସର୍ବଦା ବାଂଲାଦେଶର ପ୍ରଗତିର ଶୁଭାକାଂକ୍ଷି ରହିବ। ସେଠାକାର ପରିସ୍ଥିତି ଖୁବ୍ ଶୀଘ୍ର ସ୍ୱାଭାବିକ ହୋଇଯିବ ବୋଲି ଆମେ ଆଶା କରୁଛୁ। ଭାରତୀୟମାନେ ସେଠାରେ ଥିବା ହିନ୍ଦୁ ସମ୍ପ୍ରଦାୟ ସୁରକ୍ଷିତ ଏବଂ ନିଶ୍ଚିନ୍ତ ରୁହନ୍ତୁ ଚାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment

ପ୍ରକାଶ ଥାଉକି, ବାଂଲାଦେଶରେ ସଂରକ୍ଷଣକୁ ନେଇ ବ୍ୟାପକ ଜନ ଅସନ୍ତୋଷ ମଧ୍ୟରେ ଅଗଷ୍ଟ ୧୪୦ରେ ଇସ୍ତଫା ଦେଇଥିଲେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା। ସେ ବର୍ତ୍ତମାନ ଭାରତରେ ଆଶ୍ରୟ ନେଇଛନ୍ତି। ଏହାପରେ ସଂରକ୍ଷଣକୁ ନେଇ ଚାଲିଥିବା ଛାତ୍ର ଆନ୍ଦୋଳନ ସାମ୍ପ୍ରଦାୟିକ ହିଂସାରେ ପରିଣତ ହୋଇଥିଲା। କିଛି ଆନ୍ଦୋଳନକାରୀ ମନ୍ଦିର ଭଙ୍ଗାରୁଜା କରିବା ସହ ହିନ୍ଦୁମାନଙ୍କୁ ଟାର୍ଗେଟ କରିଥିଲେ। ସେମାନଙ୍କ ଘର ଏବଂ ବ୍ୟବସାୟିକ ପ୍ରତିଷ୍ଠାନକୁ ଭାଙ୍ଗି ଦେବା ସହ ନିଆଁ ଲଗାଇ ଦେଇଥିଲେ। 

ଏହାପରେ ଲକ୍ଷ ଲକ୍ଷ ହିନ୍ଦୁ ସମ୍ପ୍ରଦାୟ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନକୁ ଓହ୍ଲାଇଥିଲେ। ବର୍ତ୍ତମାନ ଚାଲିଥିବା ମଧ୍ୟବର୍ତ୍ତୀକାଳୀନ ସରକାରର ପ୍ରଧାନମନ୍ତ୍ରୀ ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସ ହିନ୍ଦୁମାନଙ୍କୁ ଭେଟି ସୁରକ୍ଷା ପ୍ରତିଶ୍ରୁତି ଦେଇଛନ୍ତି। ଏସବୁ ମଧ୍ୟରେ ଆଜି ଭାରତର ସ୍ୱାଧୀନତା ଦିବସ ପାଳନ ଅବସରରେ ବାଂଲାଦେଶରେ ଥିବା ହିନ୍ଦୁଙ୍କ ସୁରକ୍ଷା ବାବଦରେ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

Narendra Modi PM Modi Independence Day Bangladesh Violence Hindu's Safety