ପର୍ଯ୍ୟଟକ ଡଙ୍ଗା ଓଲଟି ୧୫ ମୃତ

କେରଳର ମଲପୁରମ ଜିଲ୍ଲାର ତନୁର ଠାରେ ଏକ ପର୍ଯ୍ୟଟକ ଡଙ୍ଗା ଓଲଟି ପଡ଼ିବାରୁ ଏଥିରେ ଯାଉଥିବା ୧୫ ଜଣ ଯାତ୍ରୀଙ୍କ ପାଣି ବୁଡ଼ି ମୃତ୍ୟୁ ହୋଇଛି।

Boat PhotoOR

representational image

Niranjan Mishra
  • Published: Sunday, 07 May 2023
  • Updated: 08 May 2023, 10:24 AM IST

କେରଳର ମଲପୁରମ ଜିଲ୍ଲାର ତନୁର ଠାରେ ଏକ ପର୍ଯ୍ୟଟକ ଡଙ୍ଗା ଓଲଟି ପଡ଼ିବାରୁ ଏଥିରେ ଯାଉଥିବା ୧୫ ଜଣ ଯାତ୍ରୀଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ଏହି ଡଙ୍ଗାରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।

ଉଦ୍ଧାର ଲୋକଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଅଘଟଣ ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କାରଣ ଖୋଜିବା ନିମନ୍ତେ ତଦନ୍ତ ଆରମ୍ଭ ହୋଇଛି। ତେବେ ରାତି ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଛି।

Also Read

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos