Advertisment

ଝିଅର ପ୍ରଥମ ଜନ୍ମ ଦିନ ପାଳୁଥିଲେ, ଭୁଶୁଡ଼ି ପଡ଼ିଲା ବିଲଡିଂ: ବାର୍ଥ ଡେ ଗର୍ଲ ସହ ଚାଲିଗଲା ୧୫ ଜୀବନ

ଜନ୍ମ ଦିନ ପାଳନ ଚାଲିଥିବା ବେଳେ ହଠାତ୍‌ ଭୁଶୁଡ଼ି ପଡ଼ିଥିଲା ବିରାଟକାୟ ବିଲଡିଂର କିଛି ଅଂଶ। ଆଉ ଏହା ତଳେ ଚାପି ହୋଇ ବର୍ଥ ଡେ ଗର୍ଲ, ତାଙ୍କ ମା’ଙ୍କ ସମେତ ୧୫ ଜଣ ପ୍ରାଣ ହରାଇଛନ୍ତି।

Building

Building

Advertisment

ଝିଅର ପ୍ରଥମ ଜନ୍ମ ଦିନକୁ ବେଶ ଧୂମଧାମରେ ପାଳନ କରୁଥିଲେ। ଘରକୁ ସଜାଇଥିଲେ ଓ ବିଲଡିଂରେ ରହୁଥିବା ଅତିଥିମାନଙ୍କୁ ଡାକିଥିଲେ। ଠିକ ରାତି ୧୨ଟାରେ ଝିଅକୁ ବର୍ଷେ ପୂରିଥିଲା। ଏହାପରେ ଝିଅକୁ ଧରି ବାପା ମା’ ଗେଷ୍ଟମାନଙ୍କ ସାମ୍ନାରେ କେକ କାଟିଥିଲେ। ନିଜ ଖାଇଥିଲେ ଓ କୁନି ଝିଅକୁ ବି ଦେଇଥିଲେ।

Advertisment

କିନ୍ତୁ ଠିକ ୧୨.୦୫ରେ ଘଟିଥିଲା ଅଘଟଣ। ଜନ୍ମ ଦିନ ପାଳନ ଚାଲିଥିବା ବେଳେ ହଠାତ୍‌ ଭୁଶୁଡ଼ି ପଡ଼ିଥିଲା ବିରାଟକାୟ ବିଲଡିଂର କିଛି ଅଂଶ। ଆଉ ଏହା ତଳେ ଚାପି ହୋଇ ବର୍ଥ ଡେ ଗର୍ଲ, ତାଙ୍କ ମା’ଙ୍କ ସମେତ ୧୫ ଜଣ ପ୍ରାଣ ହରାଇଛନ୍ତି। ବାପା ଜଣଙ୍କ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଏପରି ଦୁଃଖଦ ଘଟଣା ମହାରାଷ୍ଟ୍ର ପାଲଘର ଜିଲ୍ଲା ଅନ୍ତର୍ଗତ ବିରାର ଅଧୀନରେ ଥିବା ବିଜୟ ନଗରରେ ଘଟିଛି।

ବିଲଡିଂର ୪ର୍ଥ ମହଲାରେ ଝିଅର ଜନ୍ମ ଦିନ ପାର୍ଟି ଚାଲିଥିଲା। ଏତିକି ବେଳେ ବିଲଡିଂର ଗୋଟିଏ ଭାଗରେ ଥିବା ୧୨ଟି ଫ୍ଲାଟ ଭୁଶୁଡ଼ି ପଡ଼ିଥିଲା। ଏଥିଯୋଗୁ ଏଠାରେ ରହୁଥିବା ଲୋକ ଓ ଜନ୍ମ ଦିନ ପାର୍ଟିକୁ ନିମନ୍ତ୍ରିତ ହୋଇଥିବା ଅତିଥିମାନେ ଧ୍ୱଂସାବଶେଷ ତଳେ ଚାପି ହୋଇ ଯାଇଥିଲେ। ଘଟଣା ସ୍ଥଳରେ ୬ ଜଣ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୬ ଜଣ ଆଖି ବୁଜିଛନ୍ତି। ଉଦ୍ଧାର କାର୍ଯ୍ୟ ସମୟରେ ୩ ଜଣଙ୍କ ମୃତଦେହ ଧ୍ୱଂସାବଶେଷ ତଳୁ ମିଳିଛି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୧୫ରେ ପହଞ୍ଚିଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ମୃତକଙ୍କ ମଧ୍ୟ ବର୍ଷକର ଝିଅ ଓ ତାଙ୍କ ମା’ ମଧ୍ୟ ରହିଛନ୍ତି।

Advertisment

ପାଲଘର ଜିଲ୍ଲାପାଳ ଡ. ଇନ୍ଦୁ ରାଣୀ ଜାଖର କହିଛନ୍ତି ଯେ ବର୍ତ୍ତମାନ ୯ ଜଣଙ୍କୁ ଧ୍ୱଂସାବଶେଷ ତଳୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ଉଦ୍ଧାରକାରୀ ଟିମ ଧ୍ୱଂସାବଶେଷ ତଳେ ଆଉ କେହି ଫସି ରହିଛନ୍ତି କି ନାହିଁ, ତା’ର ଯାଞ୍ଚ କରୁଛନ୍ତି। ସେହିପରି ରାମବାଇ ଆପାର୍ଟମେଣ୍ଟକୁ ତିଆରି କରିଥିବା ବିଲଡରଙ୍କୁ ଗିରଫ କରାଯାଇଛି। ସେ ବେଆଇନ ଭାବେ ବିଲଡିଂକୁ ନିର୍ମାଣ କରି ଲୋକଙ୍କୁ ରହିବାକୁ ଅନୁମତି ଦେଇଥିଲେ। ଏନେଇ ବସାଇ ବିରାର ମ୍ୟୁନିସପାଲ କର୍ପୋରେସନର ଅଭିଯୋଗ କରିବାରୁ ବିଲଡରଙ୍କୁ ଗିରଫ କରାଯାଇଛି।

ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ବିବେକାନନ୍ଦ କଦମ କହିଛନ୍ତି ଯେ ଘଟଣା ଘଟିଥିବା ୫୦ ଫ୍ଲାଟ ବିଶିଷ୍ଟ ରାମବାଇ ଆପାର୍ଟମେଣ୍ଟ ୨୦୧୨ରେ ନିର୍ମାଣ ହୋଇଥିଲା। ବିଲଡିଂର ଗୋଟିଏ ପାଖ ଭୁଶୁଡ଼ିଥିବା ବେଳେ ଏଠାରେ ମୋଟ ୧୨ଟି ଫ୍ଲାଟ ରହିଥିଲା। ଘଟଣା ପରେ ବିଲଡିଂ ଚାରିପାଖରେ ଥିବା ଘର ଗୁଡ଼ିକୁ ଖାଲି କରି ଦିଆଯାଇଛି।

ଲୋକମାନେ ଏବେ ସୁକ୍ଷିତ ସ୍ଥାନରେ ରହିଛନ୍ତି। ପ୍ରଭାବିତ ଲୋକଙ୍କୁ ଚନ୍ଦନସର ସାମଜ ମନ୍ଦିରରେ ଅସ୍ଥାୟୀ ରୂପେ ରଖାଯାଇଛି। ସେମାନଙ୍କୁ ଖାଦ୍ୟ, ପାଣି, ମେଡିକାଲ ସହାୟତା ଓ ଅନ୍ୟାନ୍ୟ ଜରୁରୀ ଜିନିଷ ଯୋଗାଇ ଦିଆଯାଇଛି।

Maharashtra Building Collapse
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe