Advertisment

ଏକାଧିକ ଗାଡ଼ିକୁ ଧକ୍କା ଦେଇ ହୋଟେଲ ଉପରେ ମାଡ଼ି ଗଲା ଟ୍ରକ, ୧୫ ମୃତ

ପୁଲିସ୍‌ର ସୂଚନା ଅନୁଯାୟୀ, ଦିନ ପ୍ରାୟ ୧୦.୪୫ରେ ମୁମ୍ବାଇ-ଆଗ୍ରା ରାଜପଥର ପାଲାସନେର ଗାଁ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।

author-image
Hemant Lenka
Accident

Accident

କ୍ୟାମେରାରେ କଏଦ ହୋଇଛି ଭୟଙ୍କର ସଡ଼କ ଦୁର୍ଘଟଣାର ଦୃଶ୍ୟ। ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ଗୋଟିଏ ଦ୍ରୁତଗାମୀ ଟ୍ରକ୍‌ କେମିତି ସିରିଜ ଦୁର୍ଘଟଣା ଘଟାଇଛି, ତା’ର ଭିଡିଓ ସାମ୍ନା ଆସିଛି। ଦ୍ରୁତଗାମୀ ଟ୍ରକ୍‌ଟି ନିୟନ୍ତ୍ରଣ ହରାଇ ଗୋଟିଏ କାର ଓ ଦୁଇଟି ବାଇକ୍‌କୁ ଧକ୍କା ଦେବା ପରେ ରାସ୍ତା କଡ଼ରେ ଥିବା ଗୋଟିଏ ଢାବା ଉପରେ ଚଢ଼ି ଯାଇଛି। ଏଥିସହ ଗୋଟିଏ ବସ୍‌ ଷ୍ଟପ୍‌କୁ ମଧ୍ୟ ଏହା ଧକ୍କା ଦେଇଛି। ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

Advertisment

ପୁଲିସ୍‌ର ସୂଚନା ଅନୁଯାୟୀ, ଦିନ ପ୍ରାୟ ୧୦.୪୫ରେ ମୁମ୍ବାଇ-ଆଗ୍ରା ରାଜପଥର ପାଲାସନେର ଗାଁ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଟ୍ରକ୍‌ଟି ଧୁଲେରୁ ମଧ୍ୟପ୍ରଦେଶ ଯାଉଥିଲା। ରାଜପଥରେ ଏହା ଦ୍ରୁତଗତିରେ ଯାଉଥିବା ବେଳେ ହଠାତ୍‌ ଏହାର ବ୍ରେକ୍‌ ଫେଲ ହୋଇଯାଇଥିଲା।

ଫଳରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଏହାପରେ ଟ୍ରକ୍‌ଟି ଦୁଇଟି ବାଇକ, ଗୋଟିଏ କାର୍‌ ଓ ଆଉ ଗୋଟିଏ ଟ୍ରକ୍‌କୁ ଧକ୍କା ଦେଇଥିଲା। ଶେଷରେ ବସ୍‌ ଷ୍ଟପ୍‌ ନିକଟରେ ଥିବା ଗୋଟିଏ ଢାବା ଉପରେ ମଧ୍ୟ ଏହା ମାଡ଼ି ଯାଇଥିଲା। ଢାବା ଉପରେ ମାଡ଼ି ଯିବା ପରେ ଟ୍ରକ୍‌ଟି ବି ଓଲଟି ପଡ଼ିଥିଲା। ଏହି ଭୟଙ୍କର ଦୁର୍ଘଟଣାରେ କାର୍‌ ଓ ଦୁଇଟି ଯାକ ବାଇକ୍‌ ଚୂରମାର ହୋଇଯାଇଛି।

Advertisment

ଘଟଣାରେ ମୋଟ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ବସ୍‌କୁ ଅପେକ୍ଷା କରିଥିବା କିଛି ଲୋକ ମଧ୍ୟ ରହିଛନ୍ତି। ଦୁର୍ଘଟଣାରେ ଆହତ ୨୦ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଘଟଣାର ଅଧିକ ତଦନ୍ତ କରୁଛି।

Accident Maharashtra Road Accident