Advertisment

ବିଜେପି ନେତାଙ୍କୁ ହତ୍ୟା ମାମଲା, ୧୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ବିଜେପି ନେତା ରଞ୍ଜିତ ଶ୍ରୀନିବାସଙ୍କୁ ୧୯ ଡିସେମ୍ବର ୨୦୨୧ ରେ ଆଲାପୁଝାର ଭେଲ୍ଲାକିନାର ସ୍ଥିତ ତାଙ୍କ ଘରେ ତାଙ୍କ ମା, ପତ୍ନୀ ଏବଂ ସାନ ଝିଅର ଆଖି ସାମ୍ନାରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।

author-image
Madhupriya Mistry
BJP Leader's Murder Case

BJP Leader's Murder Case

ବିଜେପି ନେତାଙ୍କୁ ହତ୍ୟା ମାମଲାରେ ୧୫ ଜଣଙ୍କୁ ମିଳିଲା ମୃତ୍ୟୁ ଦଣ୍ଡାଦେଶ। ସମସ୍ତ ଅପରାଧୀଙ୍କ ବିରୋଧରେ ଫାଶୀ ଦଣ୍ଡାଦେଶ ଶୁଣାଇଲେ କୋର୍ଟ।  ନିକଟରେ କେରଳର ଏକ ଜିଲ୍ଲା କୋର୍ଟ ୨୦୨୧ ମସିହାରେ ବିଜେପି ନେତାଙ୍କୁ ହତ୍ୟା ମାମଲାରେ SDPI ସହ ଜଡିତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ବିଜେପି ନେତା ରଞ୍ଜିତଙ୍କୁ ତାଙ୍କ ଘରେ ତାଙ୍କ ମା, ପତ୍ନୀ ଏବଂ ଝିଅଙ୍କ ସାମ୍ନାରେ ହତ୍ୟା କରାଯାଇଥିଲା। ବର୍ତ୍ତମାନ ଏହି ହତ୍ୟା ମାମଲାରେ କୋର୍ଟ ଦଣ୍ଡଦେଶ ଘୋଷଣା କରିଛନ୍ତି।

Advertisment

ବାସ୍ତବରେ ବିଜେପି ନେତା ରଞ୍ଜିତ ଶ୍ରୀନିବାସଙ୍କ ହତ୍ୟା ମାମଲାରେ ପିଏଫଆଇ ଏବଂ ଏସଡିପିଆଇ ସହ ଜଡିତ ସଦସ୍ୟଙ୍କୁ କୋର୍ଟ ଦଣ୍ଡିତ କରିଛନ୍ତି। ସମସ୍ତ ଅଭିଯୁକ୍ତ ନିଷିଦ୍ଧ ସଂଗଠନ PFI ତଥା ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ ଏବଂ ଏହାର ରାଜନୈତିକ ୱିଙ୍ଗ୍ SDPI ର ସଦସ୍ୟ ଅଟନ୍ତି।

ବିଜେପି ନେତା ରଞ୍ଜିତ ଶ୍ରୀନିବାସ ପେସାରେ ଜଣେ ଓକିଲ ଥିଲେ। ରଞ୍ଜିତଙ୍କୁ ୧୯ ଡିସେମ୍ବର ୨୦୨୧ ରେ ଆଲାପୁଝାର ଭେଲ୍ଲାକିନାର ସ୍ଥିତ ତାଙ୍କ ଘରେ ତାଙ୍କ ମା, ପତ୍ନୀ ଏବଂ ସାନ ଝିଅର ଆଖି ସାମ୍ନାରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।

Advertisment

ଏହି ହତ୍ୟା ଘଟଣାରେ ଆଠ ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବାବେଳେ ଅବଶିଷ୍ଟ ଅଭିଯୁକ୍ତ ଅପରାଧିକ କାର୍ଯ୍ୟକଳାପରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହାପରେ କେରଳର ମାଭେଲିକର ଜିଲ୍ଲା କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି।

ଏହି ପ୍ରସଙ୍ଗରେ ପୁଲିସ କହିଛି ଯେ ରଞ୍ଜିତଙ୍କ ହତ୍ୟା ପୂର୍ବରୁ ରାଜ୍ୟ ସଚିବ କେ.ଏସ୍ ଶାନଙ୍କ ହତ୍ୟା ପାଇଁ ପ୍ରତିଶୋଧ ନେବା ପାଇଁ ଏସଡିପିଆଇ ଲୋକମାନେ ଏହା କରିଛନ୍ତି। SDPI ଲୋକମାନେ ପ୍ରତିଶୋଧ ପରାୟଣ ହୋଇ ରଞ୍ଜିତଙ୍କୁ ହତ୍ୟା କରିଥିଲେ।

Kerala PFI Death Penalty BJP Leader Murder Case