ମା’ ବୈଷ୍ଣୋ ଦେବୀ ଯାତ୍ରାରେ ଯାଉଛନ୍ତି କି? ଏହି ୧୫ ନିୟମ ଉପରେ ନଜର ପକାନ୍ତୁ

ହୋଟେଲରେ ମଦ ପିଇବାରୁ ଓରୀଙ୍କ ସମେତ ୮ ଜଣଙ୍କ ବିରୋଧରେ ରୁଜୁ ହୋଇଛି ମାମଲା।

Vaishno Devi Yatra

ବୈଷ୍ଣୋ ଦେବୀ ଯାତ୍ରା

Hemant Lenka
  • Published: Monday, 17 March 2025
  • Updated: 17 March 2025, 06:28 PM IST

Sports

Latest News

ସୋଶାଲ ମିଡିଆର ଚର୍ଚ୍ଚିତ ଚେହେରା ଓରହାନ ଅବତ୍ରାମଣି ଓରଫ ଓରୀଙ୍କ ସମେତ ୮ ଜଣଙ୍କ ବିରୋଧରେ ରୁଜୁ ହୋଇଛି ମାମଲା। ଜମ୍ମୁର ରୈସି ଜିଲ୍ଲା ଅନ୍ତର୍ଗତ ମାତା ବୈଷ୍ଣୋ ଦେବୀ ଯାତ୍ରର ବେସ କ୍ୟାମ୍ପ କଟ୍ରାରେ ଥିବା ଗୋଟିଏ ହୋଟେଲରେ ଏମାନେ ମଦ ପିଇଥିବାରୁ ଏପରି ମାମଲା ହୋଇଛି। ଜମ୍ମୁ-କଶ୍ମୀର ପୁଲିସର ସୂଚନା ଅନୁସାରେ ଓରୀ, ସର୍ଶନ ସିଂହ, ପାର୍ଥ ରଇନା, ରିତିକ ସିଂହ, ରାଶି ଦତ୍ତା, ରକ୍ଷିତା ଭୋଗଲ, ଶଗୁନ କୋହଲି ଓ ଅନାଷ୍ଟାସିଲାଙ୍କ ବିରୋଧରେ ଏଫଆଇଆର ହୋଇଛି। ଏମାନେ ଏଠାରେ ପ୍ରଚଳିତ ନିୟମର ଉଲ୍ଲଙ୍ଘନ କରିଛନ୍ତି। ହୋଟେଲରେ ମଦ ପିଇ ସେମାନେ ସ୍ଥାନୀୟ ଲୋକଙ୍କ ଭାବନାକୁ ଆଘାତ ଦେଇଛନ୍ତି। ତେଣୁ ସେମାନଙ୍କୁ ଧରିବାକୁ ଗୋଟିଏ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି।

ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, “ମାତା ବୈଷ୍ଣୋ ଦେବୀ ଧର୍ମପୀଠ ସହ ପୂରା ଅଞ୍ଚଳ ଯୋଡ଼ି ହୋଇ ରହିଥିବାରୁ ହୋଟାଲ ପରିସରରେ ମଦ ସେବନ ଓ ଆମୀଷ ଭକ୍ଷଣ ସଂପୂର୍ଣ୍ଣ ବ୍ୟାନ। ଏକଥା ଅଭିଯୁକ୍ତମାନଙ୍କୁ ପୂର୍ବରୁ କୁହାଯାଇ ସାରିଥିଲା। ତଥାପି ସେମାନେ ହୋଟେଲରେ ମଦ ସେବନ କରିଥିଲେ। ଏଥିପାଇଁ ସେମାନଙ୍କ ବିରୋଧରେ ଏଫଆଇଆର ହୋଇଛି।”

Also Read

ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ପ୍ରତି ବର୍ଷ ପ୍ରାୟ ୧୦ ମିଲିୟନ ଶ୍ରଦ୍ଧାଳୁ ଆସନ୍ତି। ଏବେ କାର ଘଟଣା ପୁଣିଥରେ ଉକ୍ତ ଧର୍ମପୀଠକୁ ଯାତ୍ରା କରିବା ବେଳେ ପ୍ରଚଳିତ ନିୟମକୁ ସମସ୍ତେ ମାନିବାକୁ ବାଧ୍ୟ ବୋଲି ମନେ ପକାଇ ଦେଇଛି। ଜମ୍ମୁ-କଶ୍ମୀର ପୁଲିସ ଲାଗୁ କରୁଥିବା ନିୟମକୁ କଟ୍ରା ଠାରୁ ପବିତ୍ର ଗୁମ୍ଫା ଓ ଏହାର ଆଖପାଖ ଅଞ୍ଚଳରେ ଥିବା ସ୍ଥାନଗୁଡ଼ିକରେ ସମସ୍ତେ ମାନିବାକୁ ବାଧ୍ୟ।

ଏହି ୧୫ ନିୟମକୁ ମାନିବାକୁ ସମସ୍ତ ଶ୍ରଦ୍ଧାଳୁ ବାଧ୍ୟ

୧- ମଦ କେବଳ କଟ୍ରାରେ ବ୍ୟାନ ନୁହେଁ, ବରଂ ଅର୍ଲି, ହଂସାଲି ଓ ମତୟାଲ ଭଳି ଗାଁରେ ମଧ୍ୟ ନିଷିଦ୍ଧ

୨- ମାଂସ, କୁକୁଡ଼ା, ସମୁଦ୍ର ଜାତ ଖାଦ୍ୟ ଓ ଅଣ୍ଡା କଟ୍ରାରେ ବ୍ୟାନ

୩- ସିଗାରେଟ, ବିଡି, ଦିଆସିଲି ଓ ଏହା ସହ ଜଡ଼ିତ ସମସ୍ତ ତମ୍ବାକୁ ଜାତୀୟ ଦ୍ରବ୍ୟ ବନଗଙ୍ଗା ପରେ ବ୍ୟବହାର ନିଷିଦ୍ଧ। ବନଗଙ୍ଗା ହେଉଛି ଏମିତ ଧାର୍ମିକ ସ୍ଥାନ ଯେଉଁଠାରେ ଅନେକ ଶ୍ରଦ୍ଧାଳୁ ଆଗକୁ ଯିବା ପୂର୍ବରୁ ପବିତ୍ର ସ୍ନାନ କରନ୍ତି। ଏଠାରୁ ବୈଷ୍ଣୋ ଦେବୀ ମନ୍ଦିରର ଦୂରତା ୧୨ରୁ ୧୩ କିମି ଦୂର

୪- ବନଗଙ୍ଗା ଠାରୁ ଲାଇଟର, କଇଁଚି ଆଗକୁ କେହି ନେଇ ପାରିବେ ନାହିଁ

୫- କୁରାଢ଼ୀ, ଛୁରୀ ଭଳି ଧାରୁଆ ଅସ୍ତ୍ର ବ୍ୟାନ

୬- ଗୁଳିଗୋଳା, ବିବି ଗନ, ଏୟାର ଗନ, ପେଲେଟ ଗନ ଆଦି ନିଷିଦ୍ଧ ରହିଛି

୭- ରନ୍ଧନ ତୈଳ, ଗ୍ୟାସୋଲିନ ଓ ଗ୍ୟାସ ଟ୍ରଚ୍ଚ ଭଳି ଦହନ ଶୀଳ ଜିନିଷକୁ ବନଗଙ୍ଗା ପରେ ଆଗକୁ ନେବାକୁ ଅନୁମତି ନାହିଁ

୮- କ୍ଷତି ପହଞ୍ଚାଇବା ଭଳି କେମିକାଲ ବ୍ୟାନ

୯- ମା’ ବୈଷ୍ଣୋ ଦେବୀ ଯାତ୍ରା ସମୟରେ କୌଣସି ପ୍ରକାରର ଭିଡିଓ ରେକର୍ଡିଂ କେହି କରିପାରିବେ ନାହିଁ। ବନଗଙ୍ଗା ଠାରୁ ଏହି ନିୟମ ଲାଗୁ 

୧୦- ଭାୱନର ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ କେହି ନଡ଼ିଆ ଆଗକୁ ନେଇ ପାରିବେ ନାହିଁ। ମୁଖ୍ୟ ଅପେକ୍ଷା ପ୍ରକଷ୍ଠୋରେ ଶ୍ରଦ୍ଧାଳୁମାନେ ନଡ଼ିଆ ଜମା କରି ଟୋକନ ନେଇପାରିବେ

୧୧- ଭିକ ମାଗିବା ଉପରେ ସଂପୂର୍ଣ୍ଣ କଟକଣା ରହିଛି

୧୨- ପୋଷ୍ଟର ମାରିବା, କାନ୍ଥରେ ଲେଖିବା କିମ୍ବା ବୈଷ୍ଣୋ ଦେବୀଙ୍କ ସମ୍ପତ୍ତି ନଷ୍ଟ କଲେ ଫାଇନ ସହ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି

୧୩- ଗୁମ୍ଫା ମଧ୍ୟରେ କୌଣସି ନାରାବାଜୀ ହୋଇପାରିବ ନାହିଁ

୧୪- କନ୍ୟା ପୂଜନ ବ୍ୟାନ

୧୫- ଟିପ୍ସ, ଦକ୍ଷିଣା କିମ୍ବା ଅନ୍ୟ ଜିନିଷ କୌଣସି କର୍ମଚାରୀ କିମ୍ବା ବ୍ୟକ୍ତିଙ୍କୁ ଦେବାର ଅନୁମତି ନାହିଁ।

ସୁରୁଖୁରୁରେ ଯାତ୍ରା ପାଇଁ ଏସବୁ କଥା ମନେ ରଖନ୍ତୁ

୧- କଟ୍ରା ବସ ଷ୍ଟାଣ୍ଡର ପର୍ଯ୍ୟଟକ ରିସେପସନ ସେଣ୍ଟରେ ଥିବା ଯାତ୍ରା ରେଜିଷ୍ଟ୍ରେସନ କାଉଣ୍ଟରରୁ ସ୍ଲିପ ସଂଗ୍ରହ କରନ୍ତୁ। ବୈଧ ସ୍ଲିପ ନଥିଲେ ବନଗଙ୍ଗା ଚେକ ପୋଷ୍ଟ ଅତିକ୍ରମ କରିବାକୁ ଅନୁମତି ମିଳିବନି

୨- ଶ୍ରୀ ମାତା ବୈଷ୍ଣୋ ଦେବୀ ଧାର୍ମିକ ବୋର୍ଡ(ଏସଏମଭିଏସ୍‌ଭି) ଓ ଘରୋଇ ଭେଣ୍ଡରକୁ କରିଥିବା ସମସ୍ତ ପେମେଣ୍ଟର ରସିଦ ସଂଗ୍ରହ କରନ୍ତୁ। ପେମେଣ୍ଟ କରିବା ପୂର୍ବରୁ ସରକାରୀ ରେଟ ତାଲିକାକୁ ଯାଞ୍ଚ କରିବା ଉଚିତ

୩- ଏସଏମଭିଏସ୍‌ଭି ଦ୍ୱାରା ରହିଥିବା ଦାନ ବାକ୍ସର ବ୍ୟବହାର କରନ୍ତୁ। ଅନ୍ୟ କେଉଁଠି ଦାନ ଦିଅନ୍ତୁ ନାହିଁ।

୪- ଯାତ୍ରା ସମୟରେ ସଭ୍ୟ ଓ ପାରମ୍ପରିକ ପୋଷାକ ପରିଧାନ କରନ୍ତୁ। ଅଭଦ୍ର ବ୍ୟବହାର କିମ୍ବା ଭାଷା ପ୍ରୟୋଗ କରନ୍ତୁ ନାହିଁ।

୫- ଧାର୍ଯ୍ୟ ରାସ୍ତାରେ ଚାଲନ୍ତୁ ଓ ବିପଦ ସଙ୍କେତ ଥିବା ସ୍ଥାନରେ ବିଶ୍ରାମ ନିଅନ୍ତୁ ନାହିଁ। ବିପଦପୂର୍ଣ୍ଣ ମାର୍ଗରେ ଅନ୍ୟ ଶ୍ରଦ୍ଧାଳୁଙ୍କୁ ଅତିକ୍ରମ କରି ଆଗକୁ ଯିବା ପାଇଁ ଚେଷ୍ଟା କରନ୍ତୁ ନାହିଁ।

୬- ନିଜର ମୂଲ୍ୟବାନ ଜିନିଷ ଅଜଣା ବ୍ୟକ୍ତିଙ୍କୁ ଦିଅନ୍ତୁ ନାହିଁ। ଅଜଣା ଲୋକଙ୍କ ଉପରେ ବିଶ୍ୱାସ କରନ୍ତୁ ନାହିଁ।

୭- ଦର୍ଶନ ନିୟମକୁ ମାନି ନିଜ ଗ୍ରୁପ ସଂଖ୍ୟା ଘୋଷଣା ହେବା ଯାଏ ଗେଟ ନମ୍ବର ୧ ପାଖରେ ଅପେକ୍ଷା କରନ୍ତୁ। ଅଯଥା ଭିଡ଼ କରନ୍ତୁ ନାହିଁ କିମ୍ବା ଧାଡ଼ି ଭାଙ୍ଗି ଆଗକୁ ଯାଆନ୍ତୁ ନାହିଁ

୮- ପବିତ୍ର ଗୁମ୍ଫାର ଦର୍ଶନ ପରେ ଭୈରନ ମନ୍ଦିର ଯାତ୍ରା କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story