/odisha-reporter/media/post_attachments/uploadimage/library/16_9/16_9_0/IMAGE_1689754709.jpg)
Uttarakhand
ଉତ୍ତରାଖଣ୍ଡର ଚାମୋଲିରେ ଥିବା ଅଳକାନନ୍ଦ ନଦୀ କୂଳରେ ଚାଲିଥିବା ନମାମୀ ଗଙ୍ଗା ପ୍ରକଳ୍ପ କାମ ବେଳେ ବଡ଼ ଅଘଟଣ ଘଟିଛି। ଏଠାରେ କାମ ଚାଲିଥିବା ବେଳେ ଗୋଟିଏ ବିଦ୍ୟୁତ ଟ୍ରାନ୍ସଫର୍ମର ଫାଟି ୧୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଶ୍ରମିକ, ସାଧାରଣ ଲୋକ, ୫ ଜଣ ହୋମଗାର୍ଡ ଓ ଜଣେ ପୁଲିସ ଅଫିସର ରହିଛନ୍ତି।
ଶ୍ରମିକମାନେ ଏଠାରେ ଥିବା ନାମାମୀ ଗଙ୍ଗା ପ୍ରକଳ୍ପ ଅଧୀନରେ ଚାଲିଥିବା ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟରେ କାମ କରୁଥିବା ବେଳେ ଏତେ ବଡ଼ ଅଘଟଣ ଘଟିଥିବା କୁହାଯାଉଛି। ଉତ୍ତରାଖଣ୍ଡ ଏଡିଜି କହିଛନ୍ତି, ପ୍ରାୟ ୧୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି।
ଏମାନଙ୍କ ମଧ୍ୟରେ ଜଣେ ପୁଲିସ୍ ସବ ଇନ୍ସପେକ୍ଟର ଓ ୫ ଜଣ ହୋମଗାର୍ଡ ରହିଛନ୍ତି। ବର୍ତ୍ତମାନ ତଦନ୍ତ ଚାଲିଛି। ପ୍ରାଥମିକ ଭାବେ ରେଲିଂରେ କରେଣ୍ଟ ଚାର୍ଜ ହୋଇଯାଇଥିଲା ବୋଲି ଜଣାପଡ଼ିଛି। ତଥାପିତ ତଦନ୍ତ ସମୟରେ ଅଧିକ ତଥ୍ୟ ମିଳିବ।
ଟ୍ରାନ୍ସଫର୍ମର ବିସ୍ଫୋରଣ ଯୋଗୁ ଆହତ ହୋଇଥିବା ଲୋକଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ୍ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ରହିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଘଟଣାର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଘଟଣାରେ ପିପାଲକୋଟି ଆଉଟ ପୋଷ୍ଟର ଇନଚାର୍ଜ ମଧ୍ୟ ପ୍ରାଣ ହରାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
