Advertisment

ମୋମୋ ଦୋକାନୀଙ୍କୁ ଛୁରୀ ଭୁଷିଦେଲେ ନାବାଳକ, କହିଲେ- ମା’ ହତ୍ୟାର ପ୍ରତିଶୋଧ ନେଲି

‘ମାସେ ତଳେ ମୁଁ ହୋଇ ଯାଇଥିଲି ମା’ ଛେଉଣ୍ଡ। ମୋ’ ମୁଣ୍ଡ ଉପରୁ ଉଠିଗଲା ମା’ର ସ୍ନେହବୋଳା ହାତ । ଆଉ ଯିଏ ମୋ’ ମା’କୁ ଆର ପାରିକୁ ପଠାଇଥିଲା, ମୁଁ ବି ତାର ସମଦଶା କରିଛି।’

author-image
Niharika Rout
Knife

Knife

‘ମାସେ ତଳେ ମୁଁ ହୋଇ ଯାଇଥିଲି ମା’ ଛେଉଣ୍ଡ। ମୋ’ ମୁଣ୍ଡ ଉପରୁ ଉଠିଗଲା ମା’ର ସ୍ନେହବୋଳା ହାତ । ଆଉ ଯିଏ ମୋ’ ମା’କୁ ଆର ପାରିକୁ ପଠାଇଥିଲା, ମୁଁ ବି ତାର ସମଦଶା କରିଛି।’ ଜଣେ ୧୫ ବର୍ଷୀୟ ନାବାଳକ ପୁଲିସ୍‌ ସମ୍ମୁଖରେ ନିଜ ଅପରାଧକୁ ସ୍ୱୀକାର କରିବା ସହ ବଖାଣିଛି ଏପରି ଛାତିଥରା ଘଟଣା ।

Advertisment

ଏପରି ଏକ ଘଟଣା ପୂର୍ବ ଦିଲ୍ଲୀର ପ୍ରୀତ ବିହାରରେ ଘଟିଛି। ଜଣେ ୩୫ ବର୍ଷୀୟ ମୋମୋ ବିକ୍ରେତା କପିଳଙ୍କ ହତ୍ୟା ମାମଲାରେ ପୁଲିସ୍‌ ଜଣେ ୧୫ ବର୍ଷୀୟ ନାବାଳକକୁ ବାନ୍ଧିଛି। ଏହାପରେ ନାବାଳକଜଣକ ପୁଲିସ୍ ଆଗରେ ବଖାଣିଛନ୍ତି ହତ୍ୟା ପଛର କାରଣ ।

ନାବାଳକଙ୍କ ସୂଚନା ଅନୁଯାୟୀ, ସେ ଓ ତାଙ୍କ ମା’ ଉକ୍ତ ମୋମୋ ଦୋକାନରେ କାମ କରୁଥିଲେ। ଉଭୟ ମା’ପୁଅଙ୍କୁ କପିଳ ସବୁବେଳେ ହଇରାଣ କରୁଥିଲେ। ଏହାପରେ ନାବାଳକଙ୍କ ମା’ଙ୍କର ବିଦ୍ୟୁତ୍‌ କରେଣ୍ଟ ଲାଗି ମୃତ୍ୟୁ ହୋଇଥିଲା। ମାତ୍ର ଏହା ପଛରେ କପିଳଙ୍କ ହାତ ଥିବା ନାବାଳକଜଣକ ସନ୍ଦେହ କରିଥିଲେ।

Advertisment

ଏହାର ପ୍ରତିଶୋଧ ନେବାକୁ ସେ ସୁଯୋଗ ଅପେକ୍ଷାରେ ଥିଲେ। ଗତକାଲି କପିଳଙ୍କୁ ନାବାଳକଜଣକ ଛୁରୀ ଭୁଷିଥିବା ନେଇ ପୁଲିସ୍‌କୁ ସୂଚନା ମିଳିଥିଲା। ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ।

ଏହି ଘଟଣାରେ ପୁଲିସ୍ ନାବାଳକଙ୍କୁ ପଚରାଉଚରା କରିଥିବା ବେଳେ ସେ ସବୁ କଥା ପୁଲିସ୍‌ ଆଗରେ ବଖାଣିଛନ୍ତି। ଏହି ଘଟଣାରେ ବ୍ୟବହୃତ ଛୁରୀକୁ ପୁଲିସ୍‌ ଜବତ କରିଛି।

Delhi