Advertisment

ୟୁଟ୍ୟୁବ ଦେଖି ପ୍ରସବ କଲେ, ନିଜ ଛୁଆକୁ ମାରିଦେଲେ ନାବାଳିକା

୯ମ ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ରୀ ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିଲେ। ଏହାପରେ ସେ ଗର୍ଭବତୀ ହେବା ସହ ଏବେ ଛୁଆ ଜନ୍ମ କରିଥିଲେ ବୋଲି ଜଣାପଡ଼ିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Baby

Baby

ମହାରାଷ୍ଟ୍ରର ନାଗପୁରରୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଜଣେ ୧୫ ବର୍ଷୀୟ ଝିଅ ୟୁଟ୍ୟୁବ ଦେଖି ଘର ଭିତରେ ନିଜେ ନିଜର ପ୍ରସବ କରାଇଛନ୍ତି। ଘରେ କେହି ନଥିବା ବେଳେ ସେ ଏପରି କରିଥିଲେ। ତେବେ ଛୁଆର କାନ୍ଦ କାଳେ ପଡ଼ୋଶୀ ଶୁଣି ନେବେ, ସେଥିପାଇଁ ସେ ତା’ର ତଣ୍ଟି ଚିପି ହତ୍ୟା କରି ଦେଇଛନ୍ତି। ୯ମ ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ରୀ ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିଲେ। ଏହାପରେ ସେ ଗର୍ଭବତୀ ହେବା ସହ ଏବେ ଛୁଆ ଜନ୍ମ କରିଥିଲେ ବୋଲି ଜଣାପଡ଼ିଛି। 

Advertisment

ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ, ଛାତ୍ରୀ ଜଣଙ୍କ ଅଧିକାଂଶ ସମୟ ଫୋନରେ ସମୟ ବିତାଉଥିଲେ। କିଛି ମାସ ତଳେ ଇନଷ୍ଟାଗ୍ରାମରେ ଠାକୁର ନାମକ ଜଣେ ଯୁବକଙ୍କ ସହ ତାଙ୍କର ପରିଚୟ ସୃଷ୍ଟି ହୋଇଥିଲା। ଉଭୟ ଇନଷ୍ଟାଗ୍ରାମରେ ଚାଟିଂ ମଧ୍ୟ ଆରମ୍ଭ କରିଥିଲେ। ତେବେ ଛାତ୍ରୀ ଜଣଙ୍କ ଠାକୁରଙ୍କ ପୂରା ନାଁ କିମ୍ବା ଠିକଣା ବିଷୟରେ କିଛି ବି ଜାଣି ନାହାନ୍ତି। ଠାକୁର ସବୁବେଳେ ମେସେଜଞ୍ଜର ଓ ଭଏସ କଲରେ ଛାତ୍ରୀଙ୍କ ସହ ଯୋଗାଯୋଗ କରୁଥିବାରୁ ତାଙ୍କ ନମ୍ବର ମଧ୍ୟ ପୁଲିସ୍‌ ଟ୍ରେସ କରିବାକୁ ସକ୍ଷମ ହୋଇନି।

ଛାତ୍ରୀ ଜଣଙ୍କ ସବୁବେଳେ ଫୋନରେ ବ୍ୟସ୍ତ ରହିବା ସହ ଅଜଣା ଯୁବକଙ୍କ ସହ ଚାଟିଂ କରୁଥିବା ତାଙ୍କ ମା’ ଜାଣି ପାରିଥିଲେ। ଏଥିପାଇଁ କିଛି ସପ୍ତାହ ତଳେ ସେ ତାଙ୍କ ଫୋନକୁ ଭାଙ୍ଗି ଦେଇଥିଲେ। ନିଜ ମୋବାଇଲ ଭାଙ୍ଗି ଯିବାରୁ ଛାତ୍ରୀ ଜଣଙ୍କ ତାଙ୍କ ମା’ଙ୍କ ଫୋନ ବ୍ୟବହାର କରିବା ଆରମ୍ଭ କରିଥିଲେ। ଏଥିସହ ବ୍ରାଉଜିଂ ହିଷ୍ଟ୍ରୀକୁ ମଧ୍ୟ ଡିଲିଟ କରି ଦେଉଥିଲେ। ତେଣୁ ମା’ ଏ ବିଷୟରେ କିଛି ଜାଣି ପାରୁ ନଥିଲେ।

Advertisment

ଶୁକ୍ରବାର ରାତିରେ ମଲରେ କାମ କରୁଥିବା ଛାତ୍ରୀଙ୍କ ମା’ ଘରରୁ ଫେରିବା ପରେ ବିଭିନ୍ନ ସ୍ଥାନରେ ରକ୍ତର ଛିଟା ପଡ଼ିଥିବା ଦେଖି ସ୍ତବ୍ଧ ହୋଇଯାଇଥିଲେ। ଝିଅ ମଧ୍ୟ ହାଲିଆ ଦେଖାଯିବା ସହ ଚିନ୍ତାରେ ଥିବା ସେ ଜାଣିବାକୁ ପାଇଥିଲେ। ତେବେ ଛାତ୍ରୀ ଜଣଙ୍କ ତାଙ୍କୁ ବିଭ୍ରାନ୍ତ କରିବା ପାଇଁ ରକ୍ତ ଛିଟା ଋତୁଶ୍ରାବ ଯୋଗୁ ପଡ଼ିଥିବା କହିଥିଲେ।

କିନ୍ତୁ କିଛି ସମୟରେ ସେ କାନ୍ଦିବା ସହ ପୂରା ଘଟଣା ମା’ଙ୍କୁ କହିଥିଲେ। ଏଥିସହ ସେ ଗୋଟିଏ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ ଓ ତାକୁ ମାରି ଛାତରେ ଥିବା ବ୍ୟାଗରେ ରଖି ଦେଇଥିବା କଥା ବି କହିଥିଲେ। ଏକଥା ଶୁଣିବା ପରେ ମା’ କିଛି ବୁଝି ନପାରି ତୁରନ୍ତ ଛାତ୍ରୀଙ୍କୁ ମାୟୋ ହସ୍ପିଟାଲ ନେଇଯାଇଥିଲେ। ସେଠାକାର ଡାକ୍ତର ଆମବଜାରୀ ପୁଲିସ୍‌କୁ ଖବର ଦେଇଥିଲେ।

ଜଣେ ମହିଳା ପୁଲିସ୍‌ ଅଧିକାରୀ ନାବାଳିକାଙ୍କ ଠାରୁ କିଛି ତଥ୍ୟ ହାସଲ କରିଛନ୍ତି। ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ପୁଲିସ୍‌ ତାଙ୍କୁ ବିସ୍ତୃତ ଭାବେ ଜେରା କରିନାହିଁ। ପୁଲିସ୍‌ କହିଛି ଯେ ଯୁବକ ଜଣଙ୍କ ବିଭିନ୍ନ ପ୍ରକାରର ଆଳ ଦେଖା ନାବାଳିକଙ୍କୁ ଭେଟିଥିଲେ। ଗୋଟିଏ ଥର ଯୁବକ ଜଣଙ୍କ ନାବାଳିକାଙ୍କୁ ନେଇ ତାଙ୍କ ସାଙ୍ଗ ଘରୁ ମଧ୍ୟ ଯାଇଥିଲେ।

ସେଠାରେ ସେ ନାବାଳିକାଙ୍କୁ ବଳପୂର୍ବକ ମଦ ପିଆଇଥିଲେ। ଏହାପରେ ତାଙ୍କୁ ଦୁଷ୍କର୍ମ କରିଥିବା ଜଣାପଡ଼ିଛି। ଏହି କାରଣରୁ ସେ ଗର୍ବଭତୀ ହେବା ସହ ଛୁଆକୁ ଜନ୍ମ ଦେଇଥିଲେ। ଏବେ ପୁଲିସ ସାଇବର ବିଶେଷଜ୍ଞଙ୍କ ସହାୟତାରେ ଠାକୁର ନାମକ ଯୁବକଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।

Maharashtra Police Rape Minor Raped Maharashtra Baby