Advertisment

୨୬/୧୧ ଆକ୍ରମଣକୁ ପୂରିଲା ୧୫ ବର୍ଷ, ଆଜି ବି ଲିଭିନି କ୍ଷତ ଦାଗ

ଜଘନ୍ୟ ଆତଙ୍କବାଦୀ ଆକ୍ରମଣକୁ ଦେଶ କେବେ ଭୁଲିପାରିବ ନାହିଁ।

author-image
Madhupriya Mistry
Mumbai Attack

Mumbai Attack

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ପୂରିଛି ୧୫ ବର୍ଷ। ଆଜି ଏହି ଅବସରରେ ମନ କି ବାତ୍‌ କାର୍ଯ୍ୟକ୍ରମରେ ୨୬/୧୧ ମୁମ୍ବାଇ ଆକ୍ରମଣକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆକ୍ରମଣରେ ସହିଦଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ୧୫ ବର୍ଷ ତଳେ ହୋଇଥିବା ସେହି ଜଘନ୍ୟ ଆତଙ୍କବାଦୀ ଆକ୍ରମଣକୁ ଦେଶ କେବେ ଭୁଲିପାରିବ ନାହିଁ ବୋଲି କହିଛନ୍ତି। ଆକ୍ରମଣରୁ ଆମେ ଅନେକ ଶିକ୍ଷା ଲାଭ କରିଛୁ ବୋଲି ମୋଦି କହିଛନ୍ତି।

Advertisment

ଆତଙ୍କବାଦୀମାନେ ମୁମ୍ବାଇ ଏବଂ ସମଗ୍ର ଦେଶକୁ ଥରାଇ ଦେଇଥିଲେ। ଏହାକୁ ଭାରତର ସବୁଠାରୁ ଘୃଣ୍ୟ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି।ପୂର୍ଣ୍ଣ ସାହସ ସହିତ ଆତଙ୍କବାଦକୁ ମଧ୍ୟ ଦମନ କରୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେପଟେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ମୁମ୍ବାଇରେ ସହିଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ। ମହାରାଷ୍ଟ୍ର ରାଜ୍ୟପାଳ ରମେଶ ବୈଶ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ସହିଦଙ୍କୁ ପୁଷ୍ପାଞ୍ଜଳି ଦେଇ ସ୍ମୃତିଚାରଣ କରିଥିଲେ।

Advertisment

୨୦୦୮ରେ ଆତଙ୍କବାଦୀଙ୍କ ଆକ୍ରମଣରେ ଥରି ଉଠିଥିଲା ଭାରତର ଅର୍ଥନୈତିକ ରାଜଧାନୀ ମୁମ୍ବାଇ। ମୁମ୍ବାଇର ତାଜ୍ ଏବଂ ଓବରାଇ ହୋଟେଲ, ଛତ୍ରପତି ଶିବାଜୀ ଟର୍ମିନସ୍, ନରିମନ୍ ହାଉସ୍ ଭଳି ପ୍ରମୁଖ ସ୍ଥାନରେ ୪ ଦିନ ଲୁଚି ଛପି ଆକ୍ରମଣ କରିଥିଲେ ୧୦ଜଣ ଆତଙ୍କବାଦୀ। ଏଥିରେ ୧୬୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୦ ଜଣ ଆହତ ହୋଇଥିଲେ। ପରେ ୯ ଜଣ ଲସ୍କର ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା। ପାକିସ୍ତାନର ଏକମାତ୍ର ଆତଙ୍କବାଦୀ ମହମ୍ମଦ ଅଜମଲ କସବ ଜୀବନ୍ତ ଅବସ୍ଥାରେ ଧରାପଡିଥିଲା। ୨୦୧୨ ମସିହାରେ କସବକୁ ଫାଶି ଦିଆଯାଇଥିଲା।

PM Modi 26/11 Mumbai Attack