Advertisment

ଇରାନ ଜବତ କରିଥିବା ଇସ୍ରାଏଲ ଜାହାଜରେ ୧୭ ଭାରତୀୟ

ଜାହାଜରେ ମୋଟ ୨୫ ଜଣ କ୍ରୁ ସଦସ୍ୟ ରହିଥିଲେ। ସେମାନଙ୍କ ମଧ୍ୟରୁ ୧୭ ଜଣ ଭାରତୀୟ ବୋଲି ଜଣାପଡ଼ିଛି।

Ship

Ship

Advertisment

ଇସ୍ରାଏଲ ଓ ଇରାନ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦରେ ଫସିଛନ୍ତି ୧୭ ଭାରତୀୟ। ଆଜି ୟୁଏଇ ଉପକୂଳରୁ ଇରାନ ନୌସେନା ଇସ୍ରାଏଲ ସହ ଜଡ଼ିତ ଗୋଟିଏ ପଣ୍ୟବାହୀ ଜାହାଜକୁ ଜବତ କରିଛନ୍ତି।

Advertisment

ଏହାକୁ ସେମାନେ ନିଜ ଅଧୀନରେ ଥିବା ଜଳ ସୀମାକୁ ନେଇ ଯାଇଛନ୍ତି। ଏହି ଜାହାଜରେ ମୋଟ ୨୫ ଜଣ କ୍ରୁ ସଦସ୍ୟ ରହିଥିଲେ। ସେମାନଙ୍କ ମଧ୍ୟରୁ ୧୭ ଜଣ ଭାରତୀୟ ବୋଲି ଜଣାପଡ଼ିଛି।

କଣ୍ଟେନର ଶିପ MCS Ariesକୁ ଇରାନ ସେନା ହେଲିକପ୍ଟର ଅପରେସନ ମାଧ୍ୟମରେ Strait of Hormuzରେ ସିଜ କରିଥିଲା ବୋଲି ତେହରାନ ଗଣମାଧ୍ୟମ କହିଛି।

Advertisment

ଭାରତର ଗୋଟିଏ ସୂତ୍ରରେ କୁହାଯାଇଛି ଯେ “ଆମେ ଗୋଟିଏ କାର୍ଗୋ ଶିପ୍‌ 'MSC Aries'କୁ ଇରାନ ନିଜ ଅଧୀନକୁ ନେଇଥିବା ଖବର ପାଇଛୁ। ଆମେ ଜାଣିବାକୁ ପାଇଛୁ ଯେ ଉକ୍ତ ଜାହାଜରେ ୧୭ ଜଣ ଭାରତୀୟ ରହିଥିଲେ। ଦୂତବାସ ଚ୍ୟାନେଲ ଦ୍ୱାରା ଆମେ ଇରାନ ଅଧିକାରୀଙ୍କ ଯୋଗାଯୋଗ କରିଛୁ। ଉଭୟ ତେହରାନ ଓ ନୂଆଦିଲ୍ଲୀ ଭାରତୀୟଙ୍କ ସୁରକ୍ଷା ଏବଂ କଲ୍ୟାଣକୁ ନିଶ୍ଚିତ କରିବା ଦିଗରେ ପ୍ରତିଶ୍ରୁତିବଦ୍ଧ।

ଇଟାଲିଆନ-ସ୍ୱିସ ଗ୍ରୁପ ଏମଏସ୍‌ସି ଜାହାଜ ଜବତ ଘଟଣାକୁ ନିଶ୍ଚିତ କରିଛି। ଏବେ ଜାହାଜରେ ଇରାନର ଯବାନମାନେ ରହିଛନ୍ତି। ଜାହାଜରେ ୨୫ ଜଣ ସଦସ୍ୟ ରହିଥିଲେ। ସମସ୍ତଙ୍କର ସୁରକ୍ଷା ପାଇଁ ଇରାନ ଅଧିକାରୀଙ୍କ ସହ ମିଶି କାମ କରାଯାଉଥିବା ସଂସ୍ଥା କହିଛି। 

ଇରାନ ଯେକୌଣସି ମୁହୂର୍ତ୍ତରେ ଇସ୍ରାଏଲ ଉପରେ ହମଲା କରିବ ବୋଲି ରିପୋର୍ଟକୁ ନେଇ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏତିକି ବେଳେ ହିଁ ଜାହାଜ ଜବତ ହେବା ଘଟଣା ସାମ୍ନାକୁ ଆସିଛି।

ଇରାନ ଜାହାଜ ଜବତ କରିବା ପରେ ଇସ୍ରାଏଲ ପକ୍ଷରୁ ତେହରାନକୁ ଖୋଲା ଧମକ ମିଳିଛି। ଜାହାଜ ଜବତ କରିବାର ପରିଣାମ ଇରାନକୁ ଭୋଗିବାକୁ ପଡ଼ିବ ବୋଲି ଇସ୍ରାଏଲ କହିଛି।

India Israel Iran
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe