Pick UP Van
ଛତିଶଗଡ଼ର କବୀରଧାମ ଜିଲ୍ଲା କବର୍ଧାର ବହପାଣି ଅଞ୍ଚଳରେ ସୋମବାର ଏକ ପିକ୍ଅପ୍ ଭ୍ୟାନ୍ ରାସ୍ତାରୁ ୨୦ ଫୁଟ୍ ତଳକୁ ଖସି ପଡ଼ିବାରୁ ୧୮ ଜଣଙ୍କ ମୃତ୍ୟ ଘଟିଛି। ଏଥିରେ ଆହୁରି ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ମୃତାହତମାନେ କୁଇର ବାସିନ୍ଦା। ସେମାନେ ସମସ୍ତେ ବୈଗା ଆଦିବାସୀ ସଂପ୍ରଦାୟର। ସୂଚନା ଅନୁଯାୟୀ, ପ୍ରାୟ ୩୦ ଜଣ ଲୋକ କେନ୍ଦୁପତ୍ର ତୋଳିବାର ପରେ ଏହି ପିକ୍ଅପ୍ ଭ୍ୟାନ୍ରେ ଫେରୁଥିଲେ। ତେବେ ବହପାଣି ଅଞ୍ଚଳ ଦେଇ ପିକ୍ଅପ୍ ଭ୍ୟାନ୍ଟି ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ରାସ୍ତାରୁ ପ୍ରାୟ ୨୦ ଫୁଟ୍ ତଳକୁ ଖସି ପଡ଼ିଥିଲା।
ଘଟଣାସ୍ଥଳରେ ଅନେକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କେତେ ଜଣଙ୍କ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା। ଆହତମାନଙ୍କୁ କବୀରଧାମ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ବୈଗା ସଂପ୍ରଦାୟର ଲୋକେ ସାଧାରଣତଃ ବିଡ଼ି ତିଆରି ବ୍ୟବସାୟରେ ସଂପୃକ୍ତ ରହିଥାଆନ୍ତି। ସେଥିପାଇଁ ସେମାନେ ଜଙ୍ଗଲରୁ କେନ୍ଦୁ ପତ୍ର ସଂଗ୍ରହ କରନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1716202077.jpg)