representational image
ବୟସ ୨୦। କିନ୍ତୁ ସେ କହି ପାରନ୍ତି ନାହିଁ କିମ୍ବା ଶୁଣି ପାରନ୍ତି ନାହିଁ। ମୁମ୍ବାଇର ଏହି ଅସହାୟ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିଲା ଓ ସେ ଗର୍ଭବତୀ ହୋଇଥିଲେ। ଯୁବତୀଙ୍କ ସହ ଏପରି କିଏ କଲା ବୋଲି ଆରମ୍ଭ ହୋଇଥିଲା। ଶେଷରେ ଏହା ପଛରେ ତାଙ୍କ ଜନ୍ମ କଲା ବାପାଙ୍କ ହାତ ଥିବା ଜଣାପଡ଼ିବା ପରେ ସମସ୍ତେ ଚକିତ ହୋଇଛନ୍ତି।
ଡିଏନଏ ଟେଷ୍ଟ ପରେ ଯୁବତୀଙ୍କ ପେଟରେ ବଢ଼ୁଥିବା ଭୃଣ ସହ ବାପାଙ୍କ ସମ୍ପର୍କ ଥିବା ସ୍ପଷ୍ଟ ହୋଇଛି। ଏହାପରେ ପୁଲିସ୍ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି। ଏପରି ଗୋଟିଏ ଲଜ୍ଜାଜନକ(Stop Rape) ଘଟଣା ମୁମ୍ବାଇର କଫ ପାରେଡରେ ହଇଚଇ ସୃଷ୍ଟି କରିଛି।
ପୂରା ଘଟଣା ଗତବର୍ଷ ସେପ୍ଟେମ୍ବର ମାସର। ପୁଲିସ୍ ପୂର୍ବରୁ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା ଓ ଜଣେ ୧୭ ବର୍ଷୀୟ ନାବାକଳଙ୍କୁ ବାଳ ସୁଧାର ଗୃହକୁ ପଠାଇଥିଲା। ସେମାନେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନିଜେ ପୀଡ଼ିତା ଚିହ୍ନଟ କରିଥିଲେ। ସେହିପରି ମହିଳାଙ୍କ ସହ ଜଘନ୍ୟକାଣ୍ଡ ଘଟାଇଥିବା ଅନ୍ୟମାନଙ୍କ ସମ୍ପର୍କରେ ମଧ୍ୟ ପୁଲିସ୍ ତଦନ୍ତ ଜାରି ରଖିଥିଲା। ୧୭ ଜଣ ସନ୍ଦିଗ୍ଧଙ୍କ ଡିଏନଏ ଟେଷ୍ଟ ଲ୍ୟାବରେ କରାଯିବା ପରେ ପୀଡ଼ିତାଙ୍କ ବାପାଙ୍କୁ ପୁଲିସ୍ ଗିରଫ କରିଛି।
କ’ଣ ଘଟିଥିଲା?
୨୦୨୫ ସେପ୍ଟେମ୍ବର ମାସରେ ମହିଳା ଜଣଙ୍କ ତାଙ୍କ ପେଟରେ ଅସହଜ ଅନୁଭବ କରୁଥିବା ତାଙ୍କ ଜେଜେ ମା’ଙ୍କୁ କହିଥିଲେ। ବୁଢ଼ୀ ମା’ ପେଟରେ ହାତ ରଖି କିଛି ଗୋଟିଏ ବଢ଼ୁଥିବା ଜାଣିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ସେହି ସମୟରେ ସହରର କାମା ଓ ଆଲବଲେସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୋଟିଏ ମେଡିକାଲ ଯାଞ୍ଚ ବେଳେ ମହିଳାଙ୍କ ପେଟରେ ୫ ମାସର ଭୃଣ ଥିବା ସ୍ପଷ୍ଟ ହୋଇଥିଲା। ଏକଥା ଜଣାପଡ଼ିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ପୁଲିସ୍କୁ ଖବର ଦେଇଥିଲେ।
ପ୍ରାଥମିକ ପର୍ଯ୍ୟାୟରେ ପୁଲିସ୍ ପୀଡ଼ିତାଙ୍କ ସହ କଥା ହେବାରେ ବେଶ ସମସ୍ୟାର ସମ୍ମୁଖୀନ ହୋଇଥିଲା। କାରଣ ସେ ବୟାନ ଦେଇ ପାରି ନଥିଲେ କିମ୍ବା କିଛି କହିବାକୁ ଚାହିଁ ନଥିଲେ। ଏହାପରେ ପୁଲିସ୍ ତାଙ୍କ ବାପାଙ୍କ ସହ କଥା ହୋଇଥିଲା।
ହେଲେ ସେ ଯୌନ ନିର୍ଯାତନାର ପ୍ରଶ୍ନକୁ ଅଗ୍ରାହ୍ୟ କରିଥିଲେ ଓ ତାଙ୍କ ଝିଅ କେମିତି ଗର୍ଭବତୀ ହେଲେ, ସେକଥା କହି ପାରି ନଥିଲେ। ଏଥିସହ ସେ ଘଟଣାକୁ ନେଇ ବିଧିବଦ୍ଧ ଅଭିଯୋଗ ଦାଖଲ କରିବାକୁ ଚାହିଁ ନଥିଲେ। ପୁଲିସ୍ ପୀଡ଼ିତାଙ୍କୁ କାଉନସେଲିଂ କରିବା ପରେ ସେ ଅଭିଯୋଗ ଦାଖଲ କରିବାକୁ ରାଜି ହୋଇଥିଲେ।
ପୀଡ଼ିତା ଜଣଙ୍କ ଦେଇଥିବା ସୂଚନା ଆଧାରରେ ପୁଲିସ୍ ପ୍ରଥମେ ଦୁଇ ଜଣଙ୍କୁ ଧରିଥିଲା। ସେହିପରି ୧୭ ଜଣ ସନ୍ଦିଗ୍ଧଙ୍କ ଡିଏନଏ ନମୁନା ସଂଗ୍ରହ କରି ଭୃଣ ସହ ମେଳ କରିବାକୁ ଚାହିଁଥିଲା। ଏହା ମଧ୍ୟରେ ପୀଡ଼ିତାଙ୍କ ବାପା ମଧ୍ୟ ରହିଥିଲେ। ୧୭ ଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ କେବଳ ଜଣଙ୍କ ଡିଏନଏ ଭୃଣ ସହ ମେଳ ଖାଇଥିବା ରିପୋର୍ଟ ଜାନୁଆରୀ ୨୭ରେ ପୁଲିସ୍ ପାଇଥିଲା।
ପୁଲିସ୍ର କହିବା କଥା ଯେ ଗତବର୍ଷ ମାର୍ଚ୍ଚରୁ ସେପ୍ଟେମ୍ବର ୨୧ ମଧ୍ୟରେ ଦୁଷ୍କର୍ମ ଘଟଣା ଘଟିଥିବା ଜଣାପଡ଼ୁଛି। ସେପ୍ଟେମ୍ବର ୨୨ରେ ପୁଲିସ୍ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରି ପୂରା ଘଟଣା ଉପରୁ ପରଦା ହଟାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/05/stop-rape-2026-02-05-14-55-22.jpg)