Advertisment

ଭାରତ ଇତିହାସରେ ପ୍ରଥମ: ବାପାଙ୍କୁ ଲିଭର ଦାନ କରି ନୂଆ ଜୀବନ ଦେଲେ ୧୭ ବର୍ଷୀୟ ଝିଅ

ବାପାଙ୍କୁ ନୂଆ ଜୀବନ ଦେଇଥିବା ୧୭ ବର୍ଷୀୟ ଝିଅ ଜଣଙ୍କ ହେଉଛନ୍ତି ଦେବାନନ୍ଦା।

Pratheesh

Pratheesh

Advertisment

ବାପା ମା’ଙ୍କ ପାଇଁ ସେମାନଙ୍କ ପିଲାମାନେ ଯେକତି ଖାସ୍‌, ପିଲାମାନଙ୍କ ପାଇଁ ବାପା ମା’ ମଧ୍ୟ ସେତିକି ସ୍ୱତନ୍ତ୍ର। ଏହାକୁ ପ୍ରମାଣ କରି ଇତିହାସ ରଚିଛନ୍ତି ଜଣେ ୧୭ ବର୍ଷୀୟ ଝିଅ। ରୋଗଗ୍ରସ୍ତ ବାପାଙ୍କୁ ବଞ୍ଚାଇବାକୁ ନାବାଳିକା ଝିଅ ନିଜର ଲିଭର ବା ଯକୃତ ଦାନ କରିଛନ୍ତି। ଝିଅର ଲିଭର ପାଇ ଏବେ ବାପା ଜଣଙ୍କ ନୂଆ ଜୀବନ ପାଇଛନ୍ତି। କେରଳର ଥିରୁଅନନ୍ତପୁରମରେ ଏପରି ଘଟଣା ଘଟିଛି। ସେହିପରି ଭାରତ ଇତିହାସରେ ପ୍ରଥମଥର ପାଇଁ ଜଣେ ନାବାଳିକା ଅଙ୍ଗଦାନ କରିବାର ରେକର୍ଡ ମଧ୍ୟ କରିଛନ୍ତି।

Advertisment

ବାପାଙ୍କୁ ନୂଆ ଜୀବନ ଦେଇଥିବା ୧୭ ବର୍ଷୀୟ ଝିଅ ଜଣଙ୍କ ହେଉଛନ୍ତି ଦେବାନନ୍ଦା। ସେ ତାଙ୍କ ବାପାଙ୍କ କଷ୍ଟ ସହି ନପାରି ଲିଭର ଦାନ କରିଛନ୍ତି। ହେଲେ ବାପାଙ୍କୁ ଅଙ୍ଗ ଦାନ କରିବା ପାଇଁ ଦେବାନନ୍ଦା ଅନେକ ବାଧାର ସାମ୍ନା କରିଥିଲେ। କିନ୍ତୁ ସେ ଶେଷରେ ସଫଳତା ମଧ୍ୟ ହାସଲ କରିଛନ୍ତି।

କେରଳର ତ୍ରିସୁରରେ ରହୁଥିବା ପ୍ରତୀଶଙ୍କ ଗୋଡ଼ରେ ପାଣି ଜମି ଯାଇଥିଲା। ପରୀକ୍ଷା ନିରୀକ୍ଷା ପରେ ସେ ଯକୃତ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ସେ ଯକୃତ ଜନିତ କ୍ୟାନସରରେ ପୀଡ଼ିତ ଥିବା ରିପୋର୍ଟ ଆସିବା ପରେ ତୁରନ୍ତ ପ୍ରତିରୋପଣ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଏହାପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ସେମାନେ ବିଭିନ୍ନ ଲୋକଙ୍କ ସହ ଯୋଗାଯୋଗ କରି ଲିଭର ଯୋଗାଡ଼ ପାଇଁ ପ୍ରୟାସ ମଧ୍ୟ କରିଥିଲେ।

Advertisment

କିନ୍ତୁ ସେମାନଙ୍କୁ ଅଙ୍ଗଦାତା ମିଳି ନଥିଲେ। ଏତିକି ବେଳେ ବାପାଙ୍କ ଜୀବନ ବଞ୍ଚାଇବାକୁ ସାମ୍ନାକୁ ଆସିଥିଲେ ଝିଅ ଦେବାନନ୍ଦା। ସେ ନିଜେ ଲିଭର ଦେବେ ବୋଲି କହି ଡାକ୍ତରଙ୍କ ଯୋଗାଯୋଗ କରିଥିଲେ। କିନ୍ତୁ ଏଥିରେ ତାଙ୍କ ବୟସ ବାଧକ ସାଜିଥିଲା। ଭାରତରେ ୧୮ ବର୍ଷରୁ କମ ବୟସର ବ୍ୟକ୍ତି ଅଙ୍ଗ ଦାନ କରିପାରିବେ ନାହିଁ ବୋଲି କଟକଣା ରହିଛି।

ତେଣୁ ଦେବାନନ୍ଦା ଆଇନ ଜାଲରେ ଛନ୍ଦି ହୋଇଥିଲେ। ତଥାପି ସେ ହାର ମାନି ନଥିଲେ। ଜୀବନ ଠାରୁ ଅଧିକ ଭଲ ପାଉଥିବା ବାପାଙ୍କ ଜୀବନ ପାଇଁ ସେ ନିୟମକୁ ମଧ୍ୟ ଭାଙ୍ଗିବାକୁ ପ୍ରସ୍ତୁତ ଥିଲେ। ଡାକ୍ତରମାନେ କିନ୍ତୁ ରାଜି ନ ହେବାରୁ ଶେଷରେ ଦେବାନନ୍ଦା କେରଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ତାଙ୍କ ଆବେଦନକୁ ଶୁଣିବା ପରେ ଅଙ୍ଗଦାନ ପାଇଁ ଅନୁମତି ଦେଇଥିଲେ।

ଅଙ୍ଗଦାନ ପୂର୍ବରୁ ନିଜ ଯକୃତକୁ ଠିକ୍ ରଖିବା ପାଇଁ ସେ ନିଜର ଖାଦ୍ୟ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ସହ ଜିମରେ ୱାର୍କ ଆଉଟ କରିଥିଲେ। ଏହାପରେ ଅଙ୍ଗ ପ୍ରତିରୋପଣ ପାଇଁ ଆରମ୍ଭ ହୋଇଥିଲା ପ୍ରକ୍ରିୟା। ଆଲୁଭାର ରାଜଗିରି ହସ୍ପିଟାଲର ଗୋଟିଏ ଡାକ୍ତରୀ ଟିମ୍ ସଫଳତାର ସହ ତାଙ୍କ ଲିଭରର କିଛି ଅଂଶ ବାହାର କରି ବାପା ପ୍ରତୀଶଙ୍କ ଠାକରେ ପ୍ରତିରୋପଣ କରିଥିଲେ। ଏବେ ଉଭୟ ବାପା-ଝିଅ ସୁସ୍ଥ ଅଛନ୍ତି।

ମାତ୍ର ୧୭ ବର୍ଷ ବୟସରେ ଅଙ୍ଗଦାନ ଭଳି କଠିନ ନିଷ୍ପତ୍ତି ନେଇଥିବାରୁ ଦେବାନନ୍ଦାଙ୍କ ପ୍ରତି ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି। ଏପରିକି ରାଜଗିରି ହସ୍ପିଟାଲ ପକ୍ଷରୁ ଦେବାନନ୍ଦାଙ୍କ ମହାନତା ଦେଖି ସଂପୂର୍ଣ୍ଣ ମାଗଣାରେ ଯକୃତ ପ୍ରତିରୋପଣ କରାଯାଇଥିଲା। ସେହିପରି ସମସ୍ତ ମେଡିକାଲ ଖର୍ଚ୍ଚ ମଧ୍ୟ ଛାଡ଼ କରାଯାଇଛି। 

Kerala Organ Donation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe