Advertisment

ଜଳନ୍ତା ବିମାନ: ଥିଲେ ୧୭୯ ଜଣ ଯାତ୍ରୀ

ବିମାନଟି ରାତି ପ୍ରାୟ ୧୦.୫୦ରେ ବେଙ୍ଗାଲୁରୁରୁ ଉଡ଼ାଣ ଭରିଥିଲା। ପ୍ରାୟ ୧୧ଟା ବେଳେ ଇଞ୍ଜିନରେ ନିଆଁ ଲାଗିଥିବା ଝରକା ପଟେ ଦେଖିବାକୁ ମିଳିଥିଲା।

Air India

Air India

Advertisment

ଦି ବର୍ଣ୍ଣିଂ ଟ୍ରେନ ସିନେମା ଆପଣମାନେ ଦେଖିଥିବେ। ହେଲେ ଏବେ ବର୍ଣ୍ଣିଂ ଫ୍ଲାଇଟ ବା ଜଳନ୍ତା ବିମାନର ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି। ଉଡ଼ାଣର ୧୦ ମିନିଟ ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ଗୋଟିଏ ଇଞ୍ଜିନରେ ଲାଗି ଯାଇଥିଲା ଭୟଙ୍କର ନିଆଁ।

Advertisment

ନିଆଁ ଜଳୁଥିବା ବେଳେ ବିମାନ ଆଗକୁ ବଢ଼ି ଚାଲିଥିଲା। ଏଥିରେ ୧୭୯ ଜଣ ଯାତ୍ରୀ ମଧ୍ୟ ରହିଥିଲେ। ବିମାନର ଇଞ୍ଜିନ ଜଳୁଥିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଶନିବାର ପୁଣେରେ କୋଚି ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ଧାର୍ଯ୍ୟ ସୂଚୀ ଅନୁସାରେ ପ୍ରଥମେ ବେଙ୍ଗାଲୁରୁ ଏୟାରପୋର୍ଟରେ ଅବତରଣ କରିଥିଲା। ସେଠାରୁ ୧୭୯ ଜଣ ଯାତ୍ରୀଙ୍କୁ ନେଇ ବିମାନଟି କୋଚି ଅଭିମୁଖେ ବାହାରି ଥିଲା। କିନ୍ତୁ ଉଡ଼ାଣର ୧୦ ମିନିଟ ପରେ ବିମାନର ଗୋଟିଏ ଇଞ୍ଜିନ ହୁହୁ ହୋଇ ଜଳିବାକୁ ଲାଗିଥିଲା।

Advertisment

ଏହା ଦେଖି ପାଇଲଟ ତୁରନ୍ତ ବେଙ୍ଗାଲୁରୁ ଏୟାରପୋର୍ଟରେ ବିମାନର ଜରୁରୀ ଅବତରଣ କରାଇଥିଲେ। ଇଞ୍ଜିନ ଜଳୁଥିବା ବେଳେ ସେ ବେଶ ସାହାସର ସହ ଏହାକୁ ସଫଳ ଲ୍ୟାଣ୍ଡ କରାଇବାକୁ ଗୋଟିଏ ବଡ଼ ବିପଦ ଟଳି ଯାଇଛି।

ବିମାନରୁ ସମସ୍ତ ୧୭୯ ଜଣ ଯାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା। କିନ୍ତୁ ସେମାନଙ୍କୁ ବେଙ୍ଗାଲୁରୁରେ ପ୍ରାୟ ୧୩ ଘଣ୍ଟା ଧରି ପରବର୍ତ୍ତୀ ବିମାନ ପାଇଁ ଅପେକ୍ଷା କରିବାକୁ ପଡ଼ିଥିଲା।

ଏୟାର ଇଣ୍ଡିଆ ଏକ୍ସପ୍ରେସର IX-1132 ବିମାନରେ ୬ ଜଣ କ୍ରୁ ସଦସ୍ୟ ମଧ୍ୟ ରହିଥିଲେ। ଏତେ ବଡ଼ ଘଟଣାରେ ସମସ୍ତେ ସୁରକ୍ଷିତ ରହିଛନ୍ତି।

ଏହାପୂର୍ବରୁ ମେ’ ୧୭ ତାରିଖରେ ବେଙ୍ଗାଲୁରୁ ଯାଉଥିବା କମ୍ପାନୀର ଗୋଟିଏ ବିମାନ ଦିଲ୍ଲୀରେ ଜରୁରୀ ଅବତରଣ କରିଥିଲା। ବିମାନର ଏସି ୟୁନିଟରେ ନିଆଁ ଲାଗିଥିବା ଆଶଙ୍କା କରି ପାଇଲଟ ଜରୁରୀ ଅବତରଣ କରାଇଥିଲେ। ଏଥିରେ ୧୭୫ ଜଣ ଯାତ୍ରୀ ରହିଥିଲେ।

ଶନିବାର ଘଟଣା ସମ୍ପର୍କରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ମୁଖପାତ୍ର କହିଛନ୍ତି, “ଘଟଣାରେ କେହି ବି ଅତିଥି ଆହତ ହୋଇ ନାହାନ୍ତି। ନିଆଁ ଲାଗିବାର କାରଣ ଜାଣିବା ପାଇଁ ପ୍ରାଧିକରଣ ସହ ମିଶି ତଦନ୍ତ କରାଯିବ।”

ବେଙ୍ଗାଲୁରୁ ଅନ୍ତର୍ଜାତୀୟ ଏୟାରପୋର୍ଟ ଲିଃର ଜଣେ ମୁଖପାତ୍ର କହିଛନ୍ତି, ଘଟଣା ଦିନ ପୂରା ଏୟାରପୋର୍ଟରେ ପୂର୍ଣ୍ଣକାଳୀନ ଏମର୍ଜେନ୍ସି ଲାଗୁ କରାଯାଇଥିଲା। ନିଆଁ ଲିଭାଇବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଥିଲା। ବିମାନ ଲ୍ୟାଣ୍ଡ ହେବା ମାତ୍ରେ ଗୋଟିଏ ପଟେ ଲୋକଙ୍କୁ ଉଦ୍ଧାର କରାଯାଇଥିଲା ଓ ଅନ୍ୟପଟେ ନିଆଁକୁ ଆୟତ୍ତ କରାଯାଇଥିଲା।

ବିମାନଟି ରାତି ପ୍ରାୟ ୧୦.୫୦ରେ ବେଙ୍ଗାଲୁରୁରୁ ଉଡ଼ାଣ ଭରିଥିଲା। ପ୍ରାୟ ୧୧ଟା ବେଳେ ଇଞ୍ଜିନରେ ନିଆଁ ଲାଗିଥିବା ଝରକା ପଟେ ଦେଖିବାକୁ ମିଳିଥିଲା। ଏହାପରେ ବିମାନଟି ୟୁ-ଟର୍ଣ୍ଣ ନେଇ ୧୧.୧୫ରେ ବେଙ୍ଗାଲୁରୁ ଏୟାରପୋର୍ଟରେ ଅବତରଣ କରିଥିଲା। ପୁଣେରୁ ବିମାନଟି ୭.୪୦ ପରିବର୍ତ୍ତେ ୮.୨୦ରେ ଛାଡ଼ିଥିଲା।

ବିମାନଟି ଲ୍ୟାଣ୍ଡ କରିବା ପରେ କ୍ରୁ ସଦସ୍ୟମାନେ ଏମର୍ଜେନ୍ସି ଦ୍ୱାର ଖୋଲି ଦେଇଥିଲେ। ଲୋକମାନଙ୍କୁ ତୁରନ୍ତ ଓହ୍ଲାଇବାକୁ କୁହାଯିବା ସହ ରନୱେରେ ଥିବା ପଡ଼ିଆକୁ ଦୌଡ଼ିବାକୁ କୁହାଯାଇଥିଲା।

ଲୋକମାନେ ସେମାନଙ୍କ ଜନିଷପତ୍ର ଛାଡ଼ି ଜୀବନ ବଞ୍ଚାଇବାକୁ ବିମାନରୁ ଡିଆଁ ମାରି ଦୌଡ଼ିବା ଆରମ୍ଭ କରିଥିଲା। ସେମାନେ ପଡ଼ିଆରେ ପ୍ରାୟ ୧୫ଟି ରହିଥିଲେ। ଏହାପରେ ବସ୍‌ ଯୋଗେ ସମସ୍ତଙ୍କୁ ଟର୍ମିନାଲକୁ ନିଆ ଯାଇଥିଲା।

Air India Air India Flight
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe