Advertisment

ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପୁଲିସରେ ଅଭିଯୋଗ କଲେ ୧୮ ଦଳ

କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟରେ ଥିବା ୧୮ଟି ଦଳ ଅଭିଯୋଗ କରିଛନ୍ତି ଯେ ବିଶ୍ୱଶର୍ମା ନିଜର ବୟାନ ମାଧ୍ୟମରେ ଦୁଇ ସଂପ୍ରଦାୟ ମଧ୍ୟରେ ଘୃଣା ଭାବ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି।

author-image
Hemant Lenka
Assam

Assam

ଅଡ଼ୁଆରେ ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ହିମନ୍ତ ବିଶ୍ୱଶର୍ମା। ତାଙ୍କ ନାଁରେ ଆଜି ୧୮ଟି ବିରୋଧୀ ଦଳ ମିଳିତ ଭାବେ ପୁଲିସ୍‌ରେ ଅଭିଯୋଗ କରିଛନ୍ତି। ସେ ଦେଇଥିବା ମିଆଁ ମୁସଲିମ ବୟାନ ପାଇଁ ତାଙ୍କ ବିରୋଧରେ ୧୮ଟି ଦଳ ପୁଲିସ୍‌ରେ ଅଭିଯୋଗ ଦାଖଲ କରିଛନ୍ତି।

Advertisment

କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟରେ ଥିବା ୧୮ଟି ଦଳ ଅଭିଯୋଗ କରିଛନ୍ତି ଯେ ବିଶ୍ୱଶର୍ମା ନିଜର ବୟାନ ମାଧ୍ୟମରେ ଦୁଇ ସଂପ୍ରଦାୟ ମଧ୍ୟରେ ଘୃଣା ଭାବ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି।

ଆସାମ କଂଗ୍ରେସ ମୁଖ୍ୟ ଭୂପେନ ବୋରା କହିଛନ୍ତି, “ଆସାମରେ ୧୮ଟି ବିରୋଧୀ ଦଳ ରହିଛି। ସମସ୍ତେ ମିଳିତ ଭାବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବିରୋଧରେ ପୁଲିସ୍‌ରେ ଅଭିଯୋଗ ଦାଖଲ କରିଛନ୍ତି। ଲୋକସଭା ନିର୍ବାଚନ ରେଜଲ୍ଟ ପ୍ରକାଶ ପାଇବା ପର ଠାରୁ ଆସାମ ମୁଖ୍ୟମନ୍ତ୍ରୀ ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଏପରି କି ସେ ବିଧାନସଭା ଭିତରେ ମଧ୍ୟ ଅତ୍ୟନ୍ତ ସମ୍ବେଦଶୀଳ ବୟାନ ଦେଉଛନ୍ତି। ଆମେ ଏ ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ମଧ୍ୟ ଚିଠି ଲେଖିବୁ।”

Advertisment

ରାଜ୍ୟ ବିଧାନସଭାରେ ନାଗାଓଁରେ ଜଣେ ୧୪ ବର୍ଷୀୟ ଝିଅକୁ ଗଣଦୁଷ୍କର୍ମ ଓ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ସେହିପରି ଶିବସାଗର ଜିଲ୍ଲାରେ ବେଙ୍ଗଲି କହୁଥିବା ମୁସଲିମାନଙ୍କୁ କରାଯାଉଥିବା ଟାର୍ଗେଟ କଥା ବି ଉଠିଥିଲା। ବିରୋଧୀ ତାଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣିବାରୁ ହିମନ୍ତ ବିଶ୍ୱଶର୍ମା କହିଥିଲେ ଯେ “ମୁଁ ପକ୍ଷ ନେବି। ଆପଣମାନେ ମୋର କ’ଣ କରିବେ?”

ଯୁକ୍ତିତର୍କ ବଢ଼ୁଥିବା ବେଳେ ଏଆଇୟୁଡିଏଫ ବିଧାୟକ ରଫିକୁଲ ଇସଲାମ କହିଥିଲେ ଯେ “ଆସାମର ତଳ ଭାଗରେ ରହୁଥିବା ଲୋକମାନେ ଉପର ଆସାମ ଜିଲ୍ଲାକୁ ଯିବେ। ଏହା ସେମାନଙ୍କର ଅଧିକାର।” କିଛି ସଂଗଠନ ବେଙ୍ଗଲି ଭାଷା କହୁଥିବା ମୁସଲିମଙ୍କୁ ଉପର ଆସାମ ଅଞ୍ଚଳ ଛାଡ଼ିବାକୁ କହିଥିବାରୁ ରଫିକୁଲ ଏପରି ବୟାନ ଦେଇଥିଲେ।

ଏହାର ଜବାବରେ ବିଶ୍ୱଶର୍ମା କହିଥିଲେ, “କାହିଁକି ଲୋୟର ଆସାମର ଲୋକମାନେ ଅପର ଆସାମକୁ ଯିବେ? ଏହା ଦ୍ୱାରା ମିଆଁ ମୁସଲିମ ଆସାମକୁ ଦଖଲ କରିବେ? ଆମେ ଏପରି ହେବାକୁ ଦେବୁ ନାହିଁ।”

ବୁଧବାର ଏହାକୁ ନେଇ ବିବାଦ ଦେଖା ଦେବାକୁ ଶ୍ରୀ ଶର୍ମା ଆହୁରି କହିଛନ୍ତି ଯେ “ଆସାମର ପ୍ରଥମ ମୁଖ୍ୟମନ୍ତ୍ରୀ ଲୋକପ୍ରିୟ ଗୋପିନାଥ ବୋରଡୋଲୋଇ ଯେଉଁ କଥା କହିଥିଲେ ମୁଁ ତା’କୁ ଦୋହରାଇଛି। ସେ ସମାନ କଥା ବିଧାନସଭାରେ କହିଥିଲେ।

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଷ୍ଣୁରାମ ମେଧହି ମଧ୍ୟ ଏକଥା କହିଥିଲେ। ମୁଁ କୌଣସି କଥାକୁ ଯୋଡ଼ି ନାହିଁ କିମ୍ବା ଏଥିରେ କିଛି ବି ଯୋଡ଼ି ନାହିଁ। ଯଦି ସେମାନଙ୍କୁ ଏଫଆଇଆର ଫାଇଲ କରିବାର ଅଛି, ତା’ହେଲେ ସେମାନେ ସମସ୍ତଙ୍କ ବିରୋଧରେ ଏଫଆଇଆର ଦିଅନ୍ତୁ।”

Bjp Assam Police Assam CM