Advertisment

ଗୋଟିଏ ହସ୍ପିଟାଲରେ 24 ଘଣ୍ଟାରେ 18 ରୋଗୀ ମୃତ

ମହାରାଷ୍ଟ୍ରର ଥାନେରେ ଆଲୋଡନ। 24 ଘଣ୍ଟା ମଧ୍ୟରେ ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ୱାରା ପରିଚାଳିତ ଡାକ୍ତରଖାନାରେ 18 ରୋଗୀଙ୍କ ମୃତ୍ୟୁ।

Representative Image

Representative Image

Advertisment

ମହାରାଷ୍ଟ୍ରର ଥାନେରେ ଆଲୋଡନ। 24 ଘଣ୍ଟା ମଧ୍ୟରେ ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ୱାରା ପରିଚାଳିତ ଡାକ୍ତରଖାନାରେ 18 ରୋଗୀଙ୍କ ମୃତ୍ୟୁ। ଥାନେର କଲୱା ସ୍ଥିତ ସରକାରୀ ଛତ୍ରପତି ଶିବାଜୀ ମହାରାଜ ମେମୋରିଆଲ(ସିଏସଏମଏମ) ହସ୍ପିଟାଲରେ ଏହି ଘଟଣା ଘଟିଛି। ଏଠାରେ ଅଗଷ୍ଟ 10 ରେ ଗୋଟିଏ ଦିନରେ ପାଞ୍ଚ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଗତ 24 ଘଣ୍ଟା ମଧ୍ୟରେ 18 ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହି କାରଣରୁ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି।

Advertisment

ଘଟଣାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟ ଆରମ୍ଭ ହୋଇଯାଇଛି। ଏନସିପି ମୁଖ୍ୟ ଶରଦ ପାୱାର ମୃତ ରୋଗୀଙ୍କ ପରିବାରକୁ ସମବେଦନା ଜଣାଇବା ସହ ଜିଲ୍ଲା ପ୍ରଶାସନ ସଠିକ୍ ସମୟରେ ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ କରିଛନ୍ତି। ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସରେ ପୋଷ୍ଟ କରି ଶରଦ ପାୱାର କହିଛନ୍ତି, 'ଗତ କିଛି ଦିନ ମଧ୍ୟରେ 5 ଜଣ ରୋଗୀଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା। ଏହା ପରେ ଗତକାଲି ରାତିରେ ଥାନେ ନଗର ନିଗମର କୋପାରୀ ସ୍ଥିତ ଛତ୍ରପତି ଶିବାଜୀ ମହାରାଜ ହସ୍ପିଟାଲରେ ପୁଣି 17 ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ପ୍ରଥମେ ଏପରି ଘଟିବା ସତ୍ତ୍ୱେ ପ୍ରଶାସନ ଏଥିପ୍ରତି ସତର୍କ ନ ହେବା ଅତ୍ୟନ୍ତ ନିନ୍ଦନୀୟ।'

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୃତ୍ୟୁ ଘଟିଥିବା ଅଧିକାଂଶ ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ମ୍ୟୁନିସିପାଲିଟି କମିଶନର ଅଭିଜିତ ବଙ୍ଗର କହିଛନ୍ତି, 'ଗତ 24 ଘଣ୍ଟା ମଧ୍ୟରେ 18 ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି। ମୃତ ରୋଗୀମାନଙ୍କ ମଧ୍ୟରୁ କେତେକ ପୂର୍ବରୁ କ୍ରନିକ୍ କିଡନୀ ରୋଗ, ନିମୋନିଆ, କିରୋସିନ କାରଣରୁ ବିଷାକ୍ତତା, ସଡ଼କ ଦୁର୍ଘଟଣା ଏବଂ ଅନ୍ୟାନ୍ୟ କାରଣରୁ ଚିକିତ୍ସିତ ହେଉଥିଲେ।'

Advertisment
Patient Death News Maharashtra News 18 Patient Died In A Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe