Advertisment

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଟଳିଲେ ୧୮ ନକ୍ସଲ

ନକ୍ସଲଙ୍କ ସହ ଲଢ଼େଇ କରିବା ବେଳେ ୩ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Naxal

Naxal

ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ଶୁକ୍ରବାର ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ଛତିଶଗଡ଼ର କିଛି ଆସନରେ ବି ଭୋଟ ହେବ। ଏହାପୂର୍ବରୁ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା।

Advertisment

ଛତିଶଗଡ଼ର କାଙ୍କେର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୧୮ ଜଣ ନକ୍ସଲ। ଏମାନଙ୍କ ମଧ୍ୟରେ ମାଓବାଦୀ ସଂଗଠନର କିଛି ଟପ ଲିଡର ରହିଛନ୍ତି। ନକ୍ସଲ ସଂଗଠନର ଟପ୍‌ ନେତା ଶଙ୍କର ରାଓର ମୃତଦେହକୁ ପୁଲିସ୍‌ ଚିହ୍ନଟ କରିଛି। ତା’ ମୁଣ୍ଡ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଏକାଧିକ ହିଂସା ଓ ଆକ୍ରମଣ ଘଟଣାରେ ଶଙ୍କର ରାଓ ସାମିଲ ଥିଲା।   

ସେହିପରି ନକ୍ସଲଙ୍କ ସହ ଲଢ଼େଇ କରିବା ବେଳେ ୩ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

Advertisment

ଆଜି କାଙ୍କେର ସ୍ଥିତ ଛୋଟେବେତିୟା ପୁଲିସ୍‌ ଷ୍ଟେସନ ନିକଟସ୍ଥ ମାଦ ଅଞ୍ଚଳରେ ଥିବା ଗୋଟିଏ ଜଙ୍ଗଲରେ କିଛି ନକ୍ସଲ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ଡିଆରଜି ଯବାନ ଓ ପୁଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଦିନ ୧.୩୦ରୁ ଅପରେସନ ଆରମ୍ଭ କରାଯାଇଥିଲା ବୋଲି ସୂଚନା ମିଳିଛି। 

ତେବେ ଜଙ୍ଗଲ ଭିତରେ ସୁରକ୍ଷାକର୍ମୀଙ୍କୁ ଦେଖିବା ମାତ୍ରେ ନକ୍ସଲମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହାର ଜବାବ ମଧ୍ୟ ସୁରକ୍ଷାକର୍ମୀମାନେ ଦେଇଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟରେ ଏଯାଏ ୧୮ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମୃତଦେହକୁ ମଧ୍ୟ ଘଟଣାସ୍ଥଳରୁ ଜବତ କରାଯାଇଛି। ଏମାନଙ୍କ ମଧ୍ୟରେ ଶଙ୍କର ରାଓ ରହିଛି।

ସେହିପରି ଘଟଣାସ୍ଥଳରୁ ଅନେକ ଅସ୍ତ୍ରଶସ୍ତ୍ର ମିଳିଛି। ଏହା ମଧ୍ୟରେ ୪ଟି ଏକେ ୪୭ ରହିଛି। ଏବେ ଏନକାଉଣ୍ଟର ଚାଲିଛି ଓ ଅଧିକ ସଂଖ୍ୟକ ଫୋର୍ସ ଘଟଣାସ୍ଥଳକୁ ଯାଇଛନ୍ତି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ପାରେ ବୋଲି ସ୍ଥାନୀୟ ଏସ୍‌ପି କଲ୍ୟାଣ ଇଲ୍ଲିସେଲା ସୂଚନା ଦେଇଛନ୍ତି। 

କାଙ୍କେର ଜିଲ୍ଲାରେ ଆସନ୍ତା ୨୬ ତାରିଖରେ ଲୋକମାନେ ଲୋକସଭା ନିର୍ବାଚନ ପାଇଁ ଭୋଟ ଦେବେ। ଏହାପୂର୍ବରୁ ଆଜି ସୁରକ୍ଷାକର୍ମୀମାନେ ନକ୍ସଲ ଦମନ ଅଭିଯାନକୁ ତୀବ୍ର କରିଛନ୍ତି। 

Chhattisgarh Naxal Attack Naxal