Advertisment

ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ହୃଦଘାତରେ ଟଳି ପଡ଼ିଲେ

ପ୍ରାକ୍ଟିକାଲ ପରୀକ୍ଷା ଦେବାକୁ ନିଜ ସାଙ୍ଗଙ୍କ ସହ ହସଖୁସିରେ ଘରୁ କଲେଜ ବାହାରିଥିଲେ ଛାତ୍ରୀଜଣକ। ମାତ୍ର କଲେଜରେ ପହଞ୍ଚିବା ପୂର୍ବରୁ ଘୋଟି ଆସିଲା କଳା ବାଦଲ ।

Student

Student

Advertisment

ପ୍ରାକ୍ଟିକାଲ ପରୀକ୍ଷା ଦେବାକୁ ନିଜ ସାଙ୍ଗଙ୍କ ସହ ହସଖୁସିରେ ଘରୁ କଲେଜ ବାହାରିଥିଲେ ଛାତ୍ରୀଜଣକ। ମାତ୍ର କଲେଜରେ ପହଞ୍ଚିବା ପୂର୍ବରୁ ଘୋଟି ଆସିଲା କଳା ବାଦଲ । ହସ ଖୁସିରେ ଯାଉଥିବା ଛାତ୍ରୀଜଣକ ହଠାତ୍‌ ଯନ୍ତ୍ରଣାରେ ଛଟପଟ ହେଲେ। ଆଉ ସାଇକେଲରୁ ଗଳି ଅଚେତ ହୋଇ ପଡ଼ିଥିଲେ। ତୁରନ୍ତ ପରିବାର ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର କିନ୍ତୁ ମୃତ ଘୋଷଣା କଲେ। ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର କାସଗଞ୍ଜ ଜନପଦ ନିକଟରେ ଘଟିଛି। ହୃଦଘାତରୁ ସମ୍ପୃକ୍ତା ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଅନୁମାନ କରୁଛନ୍ତି।

Advertisment

୧୮ ବର୍ଷୀୟା ଛାତ୍ରୀଜଣକ ଶ୍ରୀ ଭାଗବତ ରାଷ୍ଟ୍ରୀୟ ଇଣ୍ଟର କଲେଜରେ ଯୁକ୍ତ ୨ରେ ପାଠ ପଢ଼ୁଥିଲେ। କଲେଜରେ ପ୍ରାକ୍ଟିକାଲ ପରୀକ୍ଷା ଥିବାରୁ ନିଜ ସାଙ୍ଗମାନଙ୍କ ସହ ସେ ସାଇକେଲ ଯୋଗେ ଯାଉଥିଲେ।

ଘରଠୁ କିଛି ଦୂର ଯିବା ପରେ ଛାତ୍ରୀଜଣକ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏହାପରେ ହଠାତ୍‌ ଅଚେତ ହୋଇ ସାଇକେଲରୁ ତଳକୁ ଖସି ପଡ଼ିଥିଲେ। ଖବର ପାଇ ପରିବାର ଲୋକେ ପହଞ୍ଚି ତୁରନ୍ତ ଝିଅକୁ ନିକଟସ୍ଥ ହସ୍ପିଟାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ପାରିପାର୍ଶ୍ୱିକ ସ୍ଥିତିରୁ ଏହା ହୃଦଘାତଜନିତ ମାମଲା ବୋଲି ଡାକ୍ତର କହିଛନ୍ତି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି।

Uttar Pradesh Hearth Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe