Advertisment

ଆଉ ଜଣେ ଛାତ୍ର ନିଖୋଜ, NEET ପାଇଁ ନେଉଥିଲେ କୋଚିଂ

NEET ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ କୋଚିଂ ନେଉଥିବା ଜଣେ ୧୮ ବର୍ଷୀୟ ଛାତ୍ର ନିଖୋଜ ହୋଇଯାଇଛନ୍ତି। ଗତ ସାତ ଦିନ ମଧ୍ୟରେ ଛାତ୍ର ନିଖୋଜ ହେବାର ଏହା ହେଉଛି ଦ୍ୱିତୀୟ ଘଟଣା।

ଅଦ୍ୟତନ ହୋଇଛି
Yuvraj missing in Kota

Yuvraj missing in Kota

Advertisment

ଥମୁନି ଛାତ୍ର ନିଖୋଜ ଘଟଣା। ରାଜସ୍ଥାନର କୋଟାରେ ରହି NEET ପାଇଁ ପ୍ରସ୍ତୁତି କରୁଥିବା ଆଉ ଜଣେ କୋଚିଂ ଛାତ୍ର ନିଖୋଜ ହୋଇଯାଇଛନ୍ତି। ନିଜ ହେଷ୍ଟେଲରୁ କୋଚିଂ ପାଇଁ ବାହାରିଥିବା ବେଳେ ସେ ଆଉ ଫେରି ନାହାନ୍ତି। ଗତ ସାତ ଦିନ ମଧ୍ୟରେ ଛାତ୍ର ନିଖୋଜ ହେବାର ଏହା ହେଉଛି ଦ୍ୱିତୀୟ ଘଟଣା। ପୂର୍ବରୁ ନିଖୋଜ ହୋଇଥିବା ଛାତ୍ରଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନଥିବା ବେଳେ ବର୍ତ୍ତମାନ ଅନ୍ୟ ଜଣେ ଛାତ୍ର ନିଖୋଜ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହାକୁ ନେଇ ଅଭିଭାବକମାନେ ଚିନ୍ତିତ ହୋଇପଡିଛନ୍ତି।

Advertisment

ସୂଚନା ମୁତାବକ, ନିଖୋଜ ଛାତ୍ର ଜଣକ ହେଉଛନ୍ତି ୧୮ ବର୍ଷୀୟ ଯୁବରାଜ କୁମାଓ୍ୱତ। ସେ ସିକର ଜିଲ୍ଲାର ନିମ୍ ପୁଲିସ ଷ୍ଟେସନର ବାସିନ୍ଦା। ସେ କୋଟାର ପରିବହନ ନାଗରରେ ସ୍ଥିତ ଏକ ହଷ୍ଟେଲରେ ରହି ଘରୋଇ କୋଚିଂ ସେଣ୍ଟରରେ NEET ମେଡିକାଲ ଏଣ୍ଟ୍ରାନ୍ସ ଟେଷ୍ଟ ପାଇଁ ପ୍ରସ୍ତୁତ ହେଉଥିଲେ। ତେବେ ଶନିବାର ସେ କୋଚିଂ କ୍ଲାସ୍‌ ପାଇଁ ନିଜ ହଷ୍ଟେଲରୁ ବାହାରିଥିଲେ। ହେଲେ ଗତକାଲି ଠାରୁ ସେ ଗାଏବ ଅଛନ୍ତି। ତାଙ୍କ ମୋବାଇଲ୍‌ ଲୋକେସନ୍‌ ଟ୍ରେନ୍‌ରୁ ହଷ୍ଟେଲ ଆଖପାଖ ଅଞ୍ଚଳରେ ଥିବା ସୂଚନା ମିଳିବା ପରେ ପୁଲିସ ପୂରା ଅଞ୍ଚଳକୁ ସର୍ଚ୍ଚ କରିଛି। ତାଙ୍କ ହେଷ୍ଟେଲ ରୁମ୍‌ ଯାଞ୍ଚ ପରେ ସେଠାରୁ ମୋବାଇଲ ଫୋନ୍‌ ଓ ଦୁଇଟି ସିମ୍‌ କାର୍ଡ ମିଳିଥିବା ପୁଲିସ କହିଛି।

ଅନନ୍ତପୁର ଥାନା ଅଧିକାରୀ ବୃଜବାଲା ସିଂହଙ୍କ କହିବା ମୁତାବକ, ହଷ୍ଟେଲ ସଂଚାଳକ ନିଖୋଜ ଛାତ୍ର ଯୁବରାଜ କୁମାୱାତଙ୍କ ବିଷୟରେ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ଏହାପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା।

Advertisment

ହଷ୍ଟେଲ ସଂଚାଳକ ମଗରୁଫ୍‌ କହିଛନ୍ତି ଯେ ଯୁବରାଜ ସକାଳ ୭ଟାରେ କୋଚିଂ ପାଇଁ ଯାଇଥିଲେ କିନ୍ତୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଫେରି ନଥିଲେ। ହଷ୍ଟେଲରୁ କୋଚିଂ ପର୍ଯ୍ୟନ୍ତ ଯାତାୟାତ ପାଇଁ ଗାଡି ସୁବିଧା ଯୋଗାଇ ଦିଆଯାଇଛି। ଏସମ୍ପର୍କରେ ଯେତେବେଳେ ଗାଡି ଡ୍ରାଇଭରଙ୍କୁ ପଚରାଯାଇଥିଲା ସେତେବେଳେ ଯୁବରାଜ ତାଙ୍କ ସହ ଯାଇନଥିଲେ ବୋଲି କହିଥିଲେ।

ଯୁବରାଜ ଜଣେ ବହୁତ ଖୁସି ମିଜାଜର ପିଲା। ସେ କୌଣସି ଭୁଲ ପଦକ୍ଷେପ ନେଇ ପାରିବେ ନାହିଁ। ସମ୍ଭବତଃ ସେ ହଠାତ୍ କୌଣସି ପ୍ରକାରର ଚାପଗ୍ରସ୍ତ ହୋଇ କେଉଁ ଆଡେ ଚାଲିଯାଇଥିବା ହଷ୍ଟେଲ ସଂଚାଳକ କହିଛନ୍ତି।

ଗତ ରବିବାର ଦିନ ମଧ୍ୟପ୍ରଦେଶ ରାଜଗଡ଼ର ରଚିତ ସୋନ୍ଧିଆ ନାମକ ଜଣେ ଛାତ୍ର କୋଟାରୁ ନିଖୋଜ ହୋଇଥିଲେ। ଏନେଇ ତାଙ୍କ ବାପା ଥାନରେ ଅଭିଯୋଗ କରିଥିଲେ। ଏପର୍ଯ୍ୟନ୍ତ ଉକ୍ତ ଛାତ୍ରଙ୍କ କୌଣସି ଖୋଜ ଖବର ମିଳିନଥିବା ବେଳେ ଉଭୟ ଛାତ୍ରଙ୍କୁ ପୁଲିସ ଖୋଜିଛି ପୂରା ମାମଲାର ତଦନ୍ତ ଜାରି ରହିଛି।

Rajasthan NEET Kota Student Missing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe