Advertisment

ଛାତ୍ରୀଙ୍କୁ ହଷ୍ଟେଲ ଭିତରେ ଦୁଷ୍କର୍ମ ପରେ ହତ୍ୟା! ସନ୍ଦିଗ୍ଧ ଗାର୍ଡ କଲା ଆତ୍ମହତ୍ୟା

ପୁଲିସ୍‌ ଜାଣିବାକୁ ପାଇଛି ଯେ ଛାତ୍ରୀ ଜଣଙ୍କ ୪ର୍ଥ ମହଲାରେ ଥିବା ହଷ୍ଟେଲ ରୁମରେ ଏକାକୀ ରହୁଥିଲେ। ତାଙ୍କୁ ମଙ୍ଗଳବାର ଦୁଷ୍କର୍ମ ପରେ ହତ୍ୟା କରାଯାଇଛି।

Hostel

Hostel

Advertisment

ମହାରାଷ୍ଟ୍ରରୁ ଆସିଛି ଅତ୍ୟନ୍ତ ଭୟଙ୍କର ଘଟଣା। ଅକୋଲାର ଜଣେ ୧୮ ବର୍ଷୀୟ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ଦକ୍ଷିଣ ମୁମ୍ବାଇରେ ଥିବା ସରକାରୀ ହଷ୍ଟେଲର ୪ର୍ଥ ମହଲାରେ ଥିବା ଗୋଟିଏ ରୁମରେ ଏପରି ଘଟଣା ଘଟିଛି।

Advertisment

ଦୁଷ୍କର୍ମ ଓ ହତ୍ୟା ପଛରେ ହଷ୍ଟେଲର ସିକ୍ୟୁରିଟି ଗାର୍ଡ ପ୍ରକାଶ କନୋଜିଆର ହାତ ଥିବା ସନ୍ଦେହ କରାଯାଉଥିଲା। ହେଲେ ପ୍ରକାଶ ଘଟଣାର କିଛି ସମୟରେ ଆତ୍ମହତ୍ୟା କରିଛି। ତା’ର ମୃତଦେହକୁ ଚାରଣି ରୋଡ ରେଳ ଷ୍ଟେସନ ନିକଟରୁ ପୁଲିସ୍‌ ଜବତ କରିଛି।

ପୁଲିସ୍‌ ଜାଣିବାକୁ ପାଇଛି ଯେ ଛାତ୍ରୀ ଜଣଙ୍କ ୪ର୍ଥ ମହଲାରେ ଥିବା ହଷ୍ଟେଲ ରୁମରେ ଏକାକୀ ରହୁଥିଲେ। ତାଙ୍କୁ ମଙ୍ଗଳବାର ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ସିସିଟିଭି କ୍ୟାମେରାରୁ ମିଳିଥିବା ତଥ୍ୟ ଅନୁଯାୟୀ, ୩୫ ବର୍ଷୀୟ ପ୍ରକାଶ ମଙ୍ଗଳବାର ଭୋର ୪.୫୫ରେ ହଷ୍ଟେଲର ମୁଖ୍ୟ ଗେଟ ଦେଇ କିଛି କପଡ଼ା ଧରି ବାହାରକୁ ଯାଉଥିବା ଦେଖିବାକୁ ମିଳିଛି। ସେ ହଷ୍ଟେଲର ପାଣି ଯୋଗାଣ ଦାୟିତ୍ୱରେ ରହିଥିଲା। ତେଣୁ ଛାତକୁ ଯିବା ପାଇଁ ଚାବି ତା’ ପାଖରେ ଥିଲା।

Advertisment

ମଙ୍ଗଳବାର ସନ୍ଧ୍ୟାରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ହଷ୍ଟେଲ କର୍ତ୍ତୃପକ୍ଷ ୪ର୍ଥ ମହଲାରେ ରହୁଥିବା ଛାତ୍ରୀଙ୍କୁ ବାରମ୍ବାର ଫୋନ କରି କୌଣସି ଉତ୍ତର ପାଇ ନଥିଲେ। ଶେଷରେ ସେମାନେ ରୁମର ଝରକା ପଟେ ଭିତରକୁ ଦେଖିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଦୁଇଟି ବେଡ ମଝିରେ ଛାତ୍ରୀ ଜଣଙ୍କ ଉଲ୍ଲଗ୍ନ ଅବସ୍ଥାରେ ତଳେ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା।

ରୁମଟି ବାହାରୁ ଲକ ହୋଇଥିଲା। ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଠାରୁ ଖବର ପାଇ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଥିଲା। ଏବେ ପୁଲିସ୍‌ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି।

ମୃତ ଛାତ୍ରୀ ଜଣଙ୍କ ପଲଟେକନିକ ପାଠ୍ୟକ୍ରମର ଦ୍ୱିତୀୟ ବର୍ଷରେ ପଢ଼ୁଥିଲେ। ଶେଷଥର ପାଇଁ ସେ ତାଙ୍କ ହଷ୍ଟେଲର ଜଣେ ସାଙ୍ଗଙ୍କ ସହ ସୋମବାର ରାତି ୧୧.୩୦ରେ କଥା ହୋଇଥିଲେ। ସେ ରୁମରେ ଏକାକୀ ଥିବାରୁ ତାଙ୍କୁ ଡାକିଥିଲେ। ତେବେ ବନ୍ଧୁ ଜଣଙ୍କ ତାଙ୍କ ରୁମକୁ ଯିବାକୁ ମନା କରି ଦେଇଥିଲେ।

ଛାତ୍ରୀଙ୍କ ରୁମର କବାଟ ବାହାର ପଟୁ ବନ୍ଦ ଥିଲେ ମଧ୍ୟ ସେ ବାହାରକୁ ଯିବା ପାଇଁ ଆବଶ୍ୟକ ଦସ୍ତଖତ ମେନ ଗେଟ୍‌ରେ ଥିବା ଖାତାରେ କରି ନଥିଲେ। ତେଣୁ ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ବାରମ୍ବାର ଫୋନ କରିଥିଲେ। ଏହାପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।

ପୁଲିସ ସହ କାଲିନା ଲ୍ୟାବର ଫରେନ୍ସିକ ଟିମ ଘଟଣା ସ୍ଥଳରେ ପହଞ୍ଚି କବାଟ ଖୋଲିଥିଲେ ଓ ରୁମ ଭିତରୁ ପ୍ରମାଣ ଠାବ କରିବା ପାଇଁ ଚେଷ୍ଟା କରିଛନ୍ତି। ଡେପୁଟି ପୁଲିସ୍‌ କମିଶନର ପ୍ରବୀଣ ମୁଣ୍ଡେ କହିଛନ୍ତି, ସ୍ଥାନୀୟ ପୁଲିସ ଷ୍ଟେସନରେ ହତ୍ୟା ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ହଷ୍ଟେଲରେ ୪୦ରୁ ୫୦ ଜଣ ଝିଅ ରହୁଛନ୍ତି। ପ୍ରତି ଫ୍ଲୋରରେ ୩୦ଟି ଲେଖାଏ ରୁମ ରହିଛି।

ଗ୍ରାଉଣ୍ଡ ପ୍ଲସ ୫ ମହଲା ବିଶିଷ୍ଟ ହଷ୍ଟେଲରେ ୩ ଜଣ ସିକ୍ୟୁରିଟି ଗାର୍ଡ ରହିଥିଲେ। ଏହି ସିକ୍ୟୁରିଟି ଗାର୍ଡଙ୍କ ମଧ୍ୟରୁ ଜଣେ ହେଲେ ଉତ୍ତର ପ୍ରଦେଶର ପ୍ରତାପଗଡ଼ର ପ୍ରକାଶ କନୋଜିଆ। ସେ ହଷ୍ଟେଲର ଲଣ୍ଡ୍ରୀମ୍ୟାନ ଭାବେ ମଧ୍ୟ କାମ କରିଛନ୍ତି। ମଙ୍ଗଳବାର ଭୋର ୪.୫୫ରେ ପ୍ରକାଶ କିଛି କପଡ଼ା ଧରି ମୁଖ୍ୟ ଗେଟ୍‌ରେ ବାହାରିଥିଲା। ହଷ୍ଟେଲରୁ ବାହାରି ସେ ସିଧା ରେଳ ଷ୍ଟେସନ ଆଡ଼େ ଯାଇଥିଲା।

ପୁଲିସ୍‌ ଏହାକୁ ଆଧାର କରି ରେଳବାଇ ପୁଲିସ ସହ ଯୋଗା ଯୋଗ କରିବାରୁ ସେମାନେ ଗୋଟିଏ ଦୁର୍ଘଟଣା ଜନିତ ମାମଲା ରୁଜୁ କରିଥିବା ଜାଣିବାକୁ ପାଇଥିଲା। ପୁଲିସ ଯାଞ୍ଚ କରିବା ପରେ ଟ୍ରାକରୁ ମିଳିଥିବା ମୃତଦେହଟି ପ୍ରକାଶର ବୋଲି ଜଣାପଡ଼ିଥିଲା। ପ୍ରକାଶ ହଷ୍ଟେଲରେ ଛାଡ଼ି ଥିବା ମୋବାଇଲ ଫୋନକୁ ପୁଲିସ୍‌ ଜବତ କରିଛି। ଏବେ ପୁଲିସ୍‌ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Mumbai Maharashtra Ladies Hostel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe