Advertisment

କର୍ଣ୍ଣାଟକ ବିଧାନସଭା ନିର୍ବାଚନ: ୧୮୯ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି

୧୮୯ ପ୍ରାର୍ଥୀଙ୍କ ମଧ୍ୟରୁ ୫୨ ଜଣ ନୂଆ ପ୍ରାର୍ଥୀ ଥିବା ବେଳେ ୩୨ ଜଣ ଓବିସି ବର୍ଗରୁ ଓ ୩୦ ଜଣ ଅନୁସୂଚିତ ଜାତି ବର୍ଗରୁ ରହିଥିବା ସୂଚନା ମିଳିଛି।

BJP met

BJP met

Advertisment

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲାଗି ବିଜେପିର ପ୍ରାର୍ଥୀ ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ବିଜେପି ୧୮୯ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ୧୮୯ ପ୍ରାର୍ଥୀଙ୍କ ମଧ୍ୟରୁ ୫୨ ଜଣ ନୂଆ ପ୍ରାର୍ଥୀ ଥିବା ବେଳେ ୩୨ ଜଣ ଓବିସି ବର୍ଗରୁ ଓ ୩୦ ଜଣ ଅନୁସୂଚିତ ଜାତି ବର୍ଗରୁ ରହିଥିବା ସୂଚନା ମିଳିଛି। ସେହିପରି ଏମାନଙ୍କ ମଧ୍ୟରେ ୯ ଜଣ ଡାକ୍ତର, ୫ ଜଣ ଆଇନଜୀବୀ ଓ ୨ ଜଣ ଅବସରପ୍ରାପ୍ତ ପ୍ରଶାସକ ରହିଛନ୍ତି। ଏହି ତାଲିକାରେ ୮ ଜଣ ମହିଳାଙ୍କୁ ପ୍ରାର୍ଥୀ କରାଯାଇଛି। ଅନେକ ବିଧାୟକଙ୍କୁ ପ୍ରାର୍ଥୀ ତାଲିକାରୁ ବାଦ୍‌ ଦିଆଯାଇଥିବା ବେଳେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ନେତାଙ୍କୁ ପ୍ରାର୍ଥୀ କରାଯାଇଛି।

Advertisment

ପ୍ରାର୍ଥୀ ତାଲିକା ନେଇ ବିଜେପି ସାଧାରଣ ସଂପାଦକ ଅରୁଣ ସିଂହ ସୂଚନା ଦେଇଛନ୍ତି। ଖୁବ୍‌ଶୀଘ୍ର ଦ୍ୱିତୀୟ ପର୍ଯ୍ୟୟ ତାଲିକା ପ୍ରକାଶ ପାଇବ। ବିଜେପି ନିର୍ବାଚନ କମିଟି ଦିଲ୍ଲୀ ଠାରେ ବସି ଏହି ନିଷ୍ପତ୍ତି ନେଇଛି। ଏଠାରେ ମୋଟ ୨୨୪ ବିଧାନସଭା ସିଟ୍ ରହିଛି।

ମୁଖ୍ୟମନ୍ତ୍ରୀ ବାସବରାଜ ପୂର୍ବାବତ୍ ବୋମାଇ ଶିଗଗାଓଁରୁ ପ୍ରାର୍ଥୀ ହେବେ। ୟେଦୁରପ୍ପାଙ୍କ ପୁଅ ବିଜୟେନ୍ଦ୍ରଙ୍କୁ ପ୍ରାର୍ଥୀ କରାଯାଇଛି। ସେ ଶିକାରୀପୁରାରୁ ଲଢ଼ିବେ। ୟେଦୁରପ୍ପା ଏଠାରୁ ୧୯୮୩ ପରଠାରୁ ୭ ଥର ଜିତିଛନ୍ତି।

Advertisment
Karnataka Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe