/odisha-reporter/media/post_attachments/uploadimage/library/16_9/16_9_0/IMAGE_1728701528.jpg)
Train Accident
ତାମିଲନାଡ଼ୁରେ ଟ୍ରେନ୍ ଦୁର୍ଘଟଣା। ତାମିଲନାଡ଼ୁର ତିରୁବଲ୍ଲୁରରେ ଦୁର୍ଘଟଣାଗ୍ରସ୍ତ ହୋଇଛି ମହୀଶୁର-ଦରଭଙ୍ଗା ବାଗମତୀ ସୁପରଫାଷ୍ଟ ଏକ୍ସପ୍ରେସ୍ । ଏହା ଟ୍ରାକରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେବା ଫଳରେ, ୧୨ଟି ବଗି ଲାଇନଚ୍ୟୁତ ହେବା ସହ ୨ଟିରେ ନିଆଁ ଲାଗିଯାଇଥିଲା।
ରାତି ପ୍ରାୟ ସାଢ଼େ ୮ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୯ ଜଣ ଯାତ୍ରୀ ଆହତ ହୋଇଛନ୍ତି। ତେବେ ଏହି ଦୁର୍ଘଟଣାରେ କାହାର ପ୍ରାଣହାନୀ ଘଟିନାହିଁ ବୋଲି ସଦର୍ଣ୍ଣ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୧୯ ଆହତ ଯାତ୍ରୀଙ୍କ ମଧ୍ୟରୁ ୨ରୁ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।
ଥିରୁଭଲୁର ଜିଲ୍ଲାର କବରପେଟ୍ଟାଇ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି। ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା। ଉଦ୍ଧାରକାରୀ ଟିମ୍, ମେଡିକାଲ ରିଲିଫ ଟିମ୍ ଓ ୨୦ରୁ ଅଧିକ ଆମ୍ବୁଲାନ୍ସ ପହଁଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ଆହତଙ୍କୁ ଉଦ୍ଧାର କରିବା ସହ ରେସକ୍ୟୁ ଅପରେସନ୍ ଜୋରଦାର କରିଥିଲେ।
#WATCH | Tamil Nadu: Drone visuals from Chennai-Guddur section between Ponneri- Kavarappettai railway stations (46 km from Chennai) of Chennai Division where Train no. 12578 Mysuru-Darbhanga Express had a rear collision with a goods train, yesterday evening.
12-13 coaches of… pic.twitter.com/QnKmyiSVY7
— ANI (@ANI) October 12, 2024
ସେପଟେ ଦୁର୍ଘଟଣା ଯୋଗୁ ଏହି ରୁଟ୍ ଦେଇ ଯାଉଥିବା ୨ଟି ଟ୍ରେନ୍ ଚଳାଚଳ ବାତିଲ କରାଯାଇଛି। ୮ଟି ଟ୍ରେନ୍ର ରୁଟ୍ ବଦଳାଇ ଦିଆଯାଇଛି। ଟ୍ରାକ୍ ଉପରୁ ଦୁର୍ଘଟଣାଗ୍ରସ୍ତ କୋଚ୍ଗୁଡିକୁ ହଟାଇବା ସହ ମରାମତି କାମ ଚାଲିଛି।
ଦୁର୍ଘଟଣା ସମୟରେ ଏକ୍ସପ୍ରେସ୍ ଟ୍ରେନର ବେଗ ଘଣ୍ଟାପ୍ରତି ୭୫ କିଲୋମିଟର ଥିଲା। ମାଲବାହୀ ଗାଡି ପାଇଁ ଉଦ୍ଦିଷ୍ଟ ଲୁପ୍ ଲାଇନରେ ପଶି ଏହା ଧକ୍କା ଦେଇଥିବା ରେଲୱେ ପକ୍ଷରୁ କୁହାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
