Advertisment

ଗୁରୁଦ୍ୱାରା ଭିତରେ ଯୁବକଙ୍କୁ ପିଟିପିଟି ହତ୍ୟା

ଗୁରୁଦ୍ୱାରା ଭିତରେ ଧର୍ମ ଗ୍ରନ୍ଥକୁ ଜଣେ ଯୁବକ ଚିରି ଦେବା ପରେ ତାଙ୍କୁ ପିଟିପିଟି ଲୋକେ ମାରି ଦେଇଛନ୍ତି।

ଅଦ୍ୟତନ ହୋଇଛି
Man Beaten To Death

Man Beaten To Death

Advertisment

ଗୁରୁଦ୍ୱାରା ଭିତରେ ଯୁବକଙ୍କୁ ପିଟିପିଟି ହତ୍ୟା। ପଞ୍ଜାବର ଫିରୋଜପୁର ଗାଁର ବଣ୍ଡାଲାରେ ଧର୍ମକୁ ଅପମାନିତ କରିବା ମାମଲା ସାମ୍ନାକୁ ଆସିଛି। ଗୁରୁଦ୍ୱାରା ସାହେବ ବାବା ବୀର ସିଂହଙ୍କ ଧର୍ମ ଗ୍ରନ୍ଥକୁ ଜଣେ ଯୁବକ ଚିରି ଦେଇଛନ୍ତି। ଏହାକୁ ନେଇ ସେଠାରେ ଉପସ୍ଥିତ ଲୋକେ ରାଗି ଯାଇ ଯୁବକଙ୍କୁ ଗୁରୁଦ୍ୱାରା ଭିତରେ ହିଁ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ମୁତାବକ, ଶନିବାର ଗୁରୁଦ୍ୱାରା ବାବା ବୀର ସିଂହ ଭିତରକୁ ଜଣେ ଯୁବକ ପଶି ଆସିଥିଲେ। ଏଠାକୁ ଆସିବା ପରେ ସେ ଗୁରୁଦ୍ୱାରା ସାହେବଙ୍କୁ ଅସମ୍ମାନ କରିବା ସହ ଧର୍ମଗ୍ରନ୍ଥକୁ ଚିରି ଦେଇଥିଲେ। ଏହାପରେ ସେଠାରୁ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ। ତେବେ ଘଟଣାସ୍ଥଳରେ ଉପସ୍ଥିତ ଲୋକେ ଉକ୍ତ ଯୁବକଙ୍କୁ କାବୁ କରି ନିର୍ଧୁମ ମାଡ ମାରିଥିଲେ। ଏଥିରେ ସେ ଗୁରୁତର ହୋଇଥିଲେ। ପରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ଉକ୍ତ ଯୁବକର ମୃତ୍ୟୁ ହୋଇଛି।

ମୃତ ଯୁବକ ଜଣକ ହେଲେ ବଖସିସ୍‌ ସିଂହ। ତାଙ୍କ ବୟସ ୧୯ ବର୍ଷ। ତାଙ୍କ ମାନସିକ ଅବସ୍ଥା ଭଲ ନଥିଲା। ଏଥିପାଇଁ ସେ ୨ ବର୍ଷ ଧରି ଔଷଧ ଖାଉଥିବା ବଖସିସ୍‌ ସିଂହଙ୍କ ବାପା ଲଖବିନ୍ଦର ସିଂହ କହିଛନ୍ତି। ପୁଅର ମୃତ୍ୟୁ ପାଇଁ ଦାୟୀ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Advertisment
Beaten To Death Punjab Gurdwara Sacrilege
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe