Advertisment

ବାହାଘର ଉତ୍ସବରେ ନାଚୁଥିବା ବେଳେ ଟଳିପଡ଼ିଲେ ୧୯ ବର୍ଷୀୟ ଯୁବକ

କଥାରେ ଅଛି ଜୀବନକୁ କିଛି ଭରସା ନାହିଁ। କେତେବେଳେ ଜୀବନ ଚାଲିଯିବ ତାହା କହିବା ଅସମ୍ଭବ।

author-image
Tapas Behera
The video of the incident has now gone viral on social media

The video of the incident has now gone viral on social media

କଥାରେ ଅଛି ଜୀବନକୁ କିଛି ଭରସା ନାହିଁ। କେତେବେଳେ ଜୀବନ ଚାଲିଯିବ ତାହା କହିବା ଅସମ୍ଭବ। ଜୀବନ ଅଛି ମାନେ ମୃତ୍ୟୁ ଅଛି କିନ୍ତୁ ବେଳେ ବେଳେ ଏପରି ଭାବେ ଜୀବନ ଚାଲିଯାଏ,ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦିଏ। ଆଉ ଏପରି ଭାବେ ମୃତ୍ୟୁକୁ ଦେଖି ଆମେ କହୁ ଏମିତି ବି ମୃତ୍ୟୁ ଆସେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାରେ। ସମ୍ପର୍କୀୟ ବିବାହ ଉତ୍ସବରେ ନାଚୁଥିବା ବେଳେ ଟଳି ପଡ଼ି ଚାଲିଗଲା ଜୀବନ। ଜଣେ ୧୯ ବର୍ଷୀୟ ଯୁବକଙ୍କର ଏମିତି ଅଭାବନୀୟ ମୃତ୍ରୁ ଘଟିଛି। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Advertisment

ମୃତକ ହେଲେ ମହାରାଷ୍ଟ୍ରର ମୁତ୍ୟମ। ସେ ତାଙ୍କ ସମ୍ପର୍କୀୟଙ୍କ ବାହାଘର ତେଲେଙ୍ଗାନା ନିର୍ମଲ ଜିଲ୍ଲାର ପରଡ଼ି ଗ୍ରାମକୁ ଆସିଥିଲେ। ଶନିବାର ରାତିରେ ବିବାହ ଉତ୍ସବରେ ସେ ଧୁମ ନାଚୁଥିବା ଦେଖାଯାଇଛି। ବାଜୁଥିବା ଗୀତର ତାଳେ ତାଳେ ନାଚୁଥିବା ବେଳେ ହଠାତ୍ ଟଳିପଡ଼ିଥିଲେ। ତେବେ ସେ ପଡ଼ିଯିବା ଦେଖି କେହି କିଛି ବୁଝି ପାରି ନଥିଲେ। କିଛି କ୍ଷଣପରେ ସେଠିକାର ଲୋକେ ତାଙ୍କୁ ଉଠାଇ ଡାକିଥିଲେ।

କିନ୍ତୁ ସେ ଆଦୌ କୌଣସି ପ୍ରତିକ୍ରୟା ଦେଇନଥିଲେ। ଏହାପରେ ସମସ୍ତେ ଚକିତ ହୋଇଯାଇଥିଲେ। ପରେ ତାଙ୍କୁ ହସପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଚାରି ଦିନ ମଧ୍ୟରେ ତେଲେଙ୍ଗାନାରେ ଏହା ହେଉଛି ଦ୍ୱିତୀୟ ଘଟଣା। ଏହାପୂର୍ବରୁ, ଫେବୃଆରୀ ୨୨ରେ ହାଇଦ୍ରାବାଦର ଏକ ଜିମରେ କାର୍ଯ୍ୟ କରୁଥିବାବେଳେ ଜଣେ ୨୪ ବର୍ଷୀୟ ପୋଲିସ କନଷ୍ଟେବଳ ହୃଦ୍‌ଘାତରେ ମୃତ୍ୟୁ ବରଣ କରିଥିଲେ।

Advertisment
India