Advertisment

ଦୁର୍ଗାପୂଜା ଉପଲକ୍ଷେ ଅଭ୍ୟାସ କରୁଥିଲେ ଗର୍ବା ଡ୍ୟାନ୍ସ, ହଠାତ୍ ଟଳିପଡିଲେ ଯୁବକ

କିଛି ଦିନ ତଳେ ଜଣେ ଯୁବକ ନାଚୁଥିବା ସମୟରେ ହୃଦଘାତର ଶିକାର ହେବା ଭିଡିଓ ଶୋସାଲ ମିଡିଆରେ ଭାଇରାଲ ହୋଇଥିଲା।

Died Boy File Image

Died Boy File Image

Advertisment

ପୁଣି ନାଚୁ ନାଚୁ ଟଳିପଡିଲେ ଯୁବକ। ଗର୍ବା ପ୍ରାକ୍ଟିସ୍ କରୁଥିବା ସମୟରେ ଗୁଜରାଟର ଜଣେ 19 ବର୍ଷୀୟ ବୟସ୍କର ହୃଦଘାତରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ମୃତକଙ୍କ ନାମ ବିନୀତ ମେହୁଲଭାଇ କୁନଭରିଆ। କିଛି ଦିନ ତଳେ ଜଣେ ଯୁବକ ନାଚୁଥିବା ସମୟରେ ହୃଦଘାତର ଶିକାର ହେବା ଭିଡିଓ ଶୋସାଲ ମିଡିଆରେ ଭାଇରାଲ ହୋଇଥିଲା।

Advertisment

ବିନୀତଙ୍କର ନୃତ୍ୟ ପ୍ରତି ଖୁବ୍ ଆଗ୍ରହ ଥିଲା। ସେ ଆଗାମୀ ନବରାତ୍ରୀ ପାଇଁ ଗର୍ବା ଅଭ୍ୟାସ କରୁଥିଲେ। ପ୍ରଥମ ରାଉଣ୍ଡ ଶେଷ କରିବା ପରେ ଅପ୍ରତ୍ୟାଶିତ ଭାବରେ ତଳେ ପଡ଼ିଯାଇଥିଲେ ବିନୀତ। ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ପରିବାର ଲୋକଙ୍କ କହିବା ଅନୁସାରେ, ବିନୀତଙ୍କର ପୂର୍ବରୁ ଏପରି କୌଣସି ଲକ୍ଷଣ ନ ଥିଲେ। ଦେହରେ ମଧ୍ୟ କୌଣସି ରୋଗ ନଥିଲା କି ସେ କେବେ ଏପରି ଅପ୍ରତ୍ୟାଶିତ ଭାବେ ତଳେ ପଡିନଥିଲେ। ତାଙ୍କର ହୃତଧାତ କାରଣରୁ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।

Advertisment

ପୂର୍ବରୁ ବୟସ୍କ ଲୋକଙ୍କଠାରେ ଏହି ରୋଗ ଦେଖା ଦେଉଥିଲା। ମାତ୍ର ବର୍ତ୍ତମାନ ସମୟରେ ଯୁବକମାନେ ହଠାତ୍ ହୃଦଘାତରେ ଟଳିପାଡିବା ଏକ ଚିନ୍ତାର ବିଷୟ ପାଲଟିଛି। ତେଣୁ ଲକ୍ଷଣଗୁଡିକୁ ଧ୍ୟାନରେ ରଖି ଚିକିତ୍ସା କରାଇବାର ଆବଶ୍ୟକତା ରହିଛି। ଯୁବକମାନଙ୍କ ମଧ୍ୟରେ ହୃଦଘାତର ସାଧାରଣ କାରଣ ମଧ୍ୟରୁ କିଛି ବିଶେଷ କାରଣ ହେଉଛି ପରିବାରର କେହି ହୃଦଘାତର ଶିକାର ହୋଇଥିବେ, ମଧୁମେହ, ଉଚ୍ଚ ରକ୍ତଚାପ, ଜୀବନଶୈଳୀ ସମସ୍ୟା, ମୋଟାପଣ, ଚାପ ଏବଂ ବ୍ୟାୟାମର ଅଭାବ।

Heart Attack Cardiac Arrest Garba Heart Attack Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe