Advertisment

ଧରା ପଡ଼ିଗଲା ବି-ଟେକ୍‌ ଛାତ୍ରଙ୍କ କପି, ଆଠ ମହଲାରୁ ଡେଇଁ ପଡ଼ିଲେ

ପରୀକ୍ଷା ହଲ୍‌ରେ କପି କରୁଥିବା ବେଳେ ଧରା ପଡ଼ିଗଲେ ବି-ଟେକ୍‌ ଛାତ୍ର।

Student

Student

Advertisment

ପରୀକ୍ଷା ହଲ୍‌ରେ କପି କରୁଥିବା ବେଳେ ଧରା ପଡ଼ିଗଲେ ବି-ଟେକ୍‌ ଛାତ୍ର। ଏନେଇ କଲେଜ କର୍ତ୍ତୃପକ୍ଷ ଛାତ୍ରଙ୍କ ପିତାମାତାଙ୍କୁ ସୂଚନା ଦେବାରୁ ସେମାନେ ପହଞ୍ଚିବା ପୂର୍ବରୁ ଛାତ୍ରଜଣକ ନେଲେ ଚରମ ପଦକ୍ଷେପ । ସେ କଲେଜର ୮ ମହଲା ଉପରକୁ ଚଢ଼ି ତଳକୁ ଡେଇଁ ପଡ଼ି ଜୀବନ ହାରିଲେ। ଏପରି ଏକ ଲୋମଟାଙ୍କୁରା ଘଟଣା କର୍ଣ୍ଣାଟକାରେ ଘଟିଛି।

Advertisment

ମୃତକଜଣକ ୧୯ ବର୍ଷୀୟ ବି-ଟେକ୍‌ ଛାତ୍ର ଆଦିତ୍ୟ ପ୍ରଭୁ ବୋଲି ଜଣାପଡ଼ିଛି। ତାଙ୍କ ଘର ମାଙ୍ଗାଲୁରୁରେ ହୋଇଥିବା ବେଳେ ସେ PES ୟୁନିଭରସିଟିରେ କମ୍ପ୍ୟୁଟର ସାଇନ୍ସର ପ୍ରଥମ ବର୍ଷ ଛାତ୍ର ଥିଲେ।

ଗତ ସୋମବାର କଲେଜରେ ପରୀକ୍ଷା ଚାଲିଥିଲା। ଏହି ସମୟରେ ହଲ୍‌ରେ ବସିଥିବା ଆଦିତ୍ୟ ମୋବାଇଲରେ କପି କରୁଥିବା ବେଳେ ପରୀକ୍ଷକଙ୍କ ହାତରେ ଧରା ପଡ଼ି ଯାଇଥିଲେ। ପରୀକ୍ଷକ ତୁରନ୍ତ ମୋବାଇଲକୁ ସିଜ୍‌ କରି ଆଦିତ୍ୟଙ୍କୁ ଷ୍ଟାଫ କମନ ରୁମ୍‌କୁ ନେଇ ଯାଇଥିଲେ। ସେଠାରେ ପଚରାଉଚରା ପରେ ସେ କପି କରୁଥିବା ମାନି ଯାଇଥିଲେ। ଏନେଇ କଲେଜ ତରଫରୁ ତାଙ୍କ ବାପାମା’ଙ୍କୁ ସୂଚନା ଦିଆଯାଇଥିଲା।

Advertisment

ମାତ୍ର ନିଜ ବାପାମା’ଙ୍କୁ କିପରି ମୁହଁ ଦେଖାଇବେ ସେହି ଚିନ୍ତାରେ ଘାରି ହେଉଥିବା ଆଦିତ୍ୟ ନେଲେ ଚରମ ପଦକ୍ଷେପ । ସେ ତୁରନ୍ତ କଲେଜର ୮ ତାଲାକୁ ଉଠି ଯାଇ ତଳକୁ ଡେଇଁ ପଡ଼ିଥିଲେ। ଏହାପରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା।

ଆଦିତ୍ୟଙ୍କ ତାଙ୍କ ବାପାମା’ଙ୍କ ଏକମାତ୍ର ସନ୍ତାନ ବୋଲି ଜଣାଯାଇଛି । ତାଙ୍କ ବାପାମା’ କଲେଜରେ ପହଞ୍ଚି ପୁଅର ମୃତଦେହ ଦେଖିବା ପରେ ସେମାନଙ୍କ ମୁଣ୍ଡରୁ ଆକାଶ ଛିଣ୍ଡି ପଡ଼ିଥିଲା। ଏନେଇ ସେମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୁଅକୁ କଲେଜ କର୍ତ୍ତୃପକ୍ଷ ମାନସିକ ନିର୍ଯାତନା ଦେବା ଯୋଗୁ ସେ ଏପରି ଚରମ ପଦକ୍ଷେପ ନେଇଥିବା ତାଙ୍କ ବାପାମା’ ଅଭିଯୋଗ କରିଛନ୍ତି।

Karnataka Suicide Student Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe