Advertisment

ରେସଲରଙ୍କ ସମର୍ଥନରେ ବହାରିଲା ୧୯୮୩ ବିଶ୍ୱକପ୍ ବିଜୟୀ ଭାରତୀୟ ଦଳ

ନ୍ୟାୟ ପାଇଁ ଦିଲ୍ଲୀ ଯନ୍ତରମନ୍ତରରେ ଲଢ଼େଇ କରୁଥିବା ଦେଶର ଷ୍ଟାର ରେସଲରମାନଙ୍କ ସମର୍ଥନରେ ବାହାରିଛି ୧୯୮୩ ବିଶ୍ୱକପ୍ ବିଜୟୀ ଭାରତୀୟ କ୍ରିକେଟ ଦଳ।

author-image
Niranjan Mishra
ଅଦ୍ୟତନ ହୋଇଛି
The 1983 champions spoke out against the manhandling of protesting wrestlers by the Delhi Police on

The 1983 champions spoke out against the manhandling of protesting wrestlers by the Delhi Police on

ନ୍ୟାୟ ପାଇଁ ଦିଲ୍ଲୀ ଯନ୍ତରମନ୍ତରରେ ଲଢ଼େଇ କରୁଥିବା ଦେଶର ଷ୍ଟାର ରେସଲରମାନଙ୍କ ସମର୍ଥନରେ ବାହାରିଛି ୧୯୮୩ ବିଶ୍ୱକପ୍ ବିଜୟୀ ଭାରତୀୟ କ୍ରିକେଟ ଦଳ। ଆନ୍ଦୋଳନ ରତ ରେସଲରମାନଙ୍କୁ ଅସମ୍ମାନ କରାଯିବାକୁ ଟିମ୍‌ ସଦସ୍ୟମାନେ ଘୋର ନିନ୍ଦା କରିଛନ୍ତି। ଦିଲ୍ଲୀ ପୁଲିସ ରେସଲରଙ୍କ ଉପରେ ଜୋରଜବରଦସ୍ତି କରିଥିବା ଅଭିଯୋଗ ମଧ୍ୟ ଲଗାଇଛନ୍ତି। ସୁନିଲ ଗାଭାସ୍କର, ତତ୍କାଳିନ ଟିମ୍ ଅଧିନାୟକ କପିଲ ଦେବ, ରୋଜର ବିନିଙ୍କ ସମେତ ଟିମର ଅଧିକାଂଶ ଖେଳାଳି ରାସଲରମାନଙ୍କୁ ନ୍ୟାୟ ମିଳିବ ବୋଲି ଆଶ୍ୱାସନା ଦେଇଛନ୍ତି। ଧର୍ଯ୍ୟ ନହରାଇବା ସହ ଗଙ୍ଗାରେ ରେସଲରମାନେ ପାଇଥିବା ବହୁ କଷ୍ଟ ଅର୍ଜିତ ମେଡାଲ ନ ଫୋପାଡିବାକୁ ପରାମର୍ଶ ଦେଇଛନ୍ତି। ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ବୁଝାଇଛନ୍ତି।

Advertisment

ସୂଚନା ଥାଉକି, ଧାରଣା ଦେଉଥିବା ରେସଲରମାନେ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ବ୍ରିଜ୍ ଭୂଷଣଙ୍କୁ ପଦରୁ ହଟାଇବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ରେସଲମାନଙ୍କ ଏହି ଆନ୍ଦୋଳଦକୁ ଅନେକ ଜଣାଶୁଣା ଲୋକ, ନେତାଙ୍କ ସମର୍ଥନରେ ମିଳିଛି।

ତଥାପି ୨୮ ମେ’ରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଖରାପ କରୁଥିବା ଅଭିଯୋଗ ଆଣି ପୁଲିସ ଆନ୍ଦୋଳନରତ ରେସଲରମାନଙ୍କୁ ଉଠାଇ ନେଇଥିଲା। ରେସଲରମାନେ ଯେତେବେଳେ ନୂଆ ସଂସଦ ଅଭିମୁଖେ ଶୋଭାଯାତ୍ରାରେ ବାହାରିଥିଲେ ପୁଲିସ ଏହି କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲା। ସେପଟେ ଏହା ଦୁଇଦିନ ପରେ ଅର୍ଥାତ୍ ୩୦ ମେ’ରେ ରେସଲରମାନେ ଦାବି ମୁତାବକ ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ କରି ସେମାନଙ୍କ କଷ୍ଟ ଅର୍ଜିତ ମେଡାଲକୁ ଗଙ୍ଗାରେ ଫୋପାଡ଼ି ଦେବାକୁ ରାଲିରେ ବାହାରିଥିଲେ। ପଦକ ବିସର୍ଜନ କରିବାକୁ ଯାଉଥିବା ରେସଲରମାନଙ୍କୁ ଚାଷୀ ନେତା ନରେଶ ଟିକାୟତ ଅଟକାଇଥିଲେ। ଦାବି ପୂରଣ ନିମନ୍ତେ ସେମାନେ ସରକାରଙ୍କୁ ୫ ଦିନ ସମୟ ଦେଇଥିଲେ। ଯାହାର କଣ୍ଟ ସାରିବାକୁ ଯାଉଥିବା ବେଳେ ୧୯୮୩ ବିଶ୍ୱକପ୍ ବିଜୟୀ ଭାରତୀୟ କ୍ରିକେଟ ଦଳ ରେସଲରଙ୍କ ସମର୍ଥନରେ ବାହାରିଛି। ମେଡାଲ ଗଙ୍ଗାରେ ଫୋପାଡ଼ିବାରୁ ବିରତ ରହିବାକୁ ଷ୍ଟେଟମେଣ୍ଟ ଦେଇ କହିଛନ୍ତି।

Advertisment
Delhi Indian Wrestler Protest Against Govt.