Advertisment

ଶିଖ୍ ବିରୋଧୀ ଦଙ୍ଗା: ଜଗଦୀଶ ଟାଇଟଲରଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ କରିବାକୁ ନିର୍ଦ୍ଦେଶ

ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।

Jagdish Tytler

Jagdish Tytler

Advertisment

ପୂର୍ବତନ କଂଗ୍ରେସ ସାଂସଦ ଜଗଦୀଶ ଟାଇଟଲରଙ୍କ ବିରୋଧରେ ଦାଖଲ ହେବ ଅଭିଯୋଗ। 1984 ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ତାଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ। ଆଜି ଏହି ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି କୋର୍ଟ। 

Advertisment

ରିପୋର୍ଟ ଅନୁସାରେ, 1984 ମସିହାରେ ଶିଖ ବିରୋଧୀ ଦଙ୍ଗା ମାମଲାରେ କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ବିରୋଧରେ ହତ୍ୟା ଏବଂ ଅନ୍ୟାନ୍ୟ ଅପରାଧିକ ଅଭିଯୋଗ ଦାଖଲ କରିବାକୁ ଦିଲ୍ଲୀ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଅକ୍ଟୋବର 31, 1984 ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ତାଙ୍କ ଶିଖି ଅଙ୍ଗରକ୍ଷୀମାନେ ଗୁଳି କରି ହତ୍ୟା କରିଥିଲେ, ଏହି ଘଟଣା ପରେ ଦେଶର ବିଭିନ୍ନ ସ୍ଥାନରେ ଶିଖି ବିରୋଧୀ ଦଙ୍ଗା ଆରମ୍ଭ ହୋଇଥିଲା। ଏହି ସମୟରେ ଦିଲ୍ଲୀର ଆଜାଦ ମାର୍କେଟରେ ଅବସ୍ଥିତ ଗୁରୁଦ୍ୱାର ପୁଲ ବଙ୍ଗାଶରେ ଆନ୍ଦୋଳନକାରୀମାନେ ନିଆଁ ଲଗାଇ ଦେଇଥିଲେ।

Advertisment

ଏଥିରେ ସର୍ଦ୍ଦାର ଠାକୁର ସିଂହ, ବାଦଲ ସିଂହ ଏବଂ ଗୁରୁଚର ସିଂହ ନାମକ ତିନି ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ଇନ୍ଦିରା ଗାନ୍ଧୀଙ୍କ ହତ୍ୟାର ପର ଦିନ ଏହି ଘଟଣା ଘଟିଥିଲା। ସେତେବେଳେ ଟାଇଟଲର ଆନ୍ଦୋଳନକାରୀଙ୍କୁ ଉତ୍ସାହିତ କରିଥିବା ନେଇ ସିବିଆଇ ଅଭିଯୋଗରେ ଉଲ୍ଲେଖ କରିଥିଲା। 

ସିବିଆଇ ଚାର୍ଜସିଟରେ ଅଭିଯୋଗ କରିଛି ଯେ, କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଟାଇଟଲର ନଭେମ୍ବର 1, 1984ରେ ଗୁରୁଦ୍ୱାର ପୁଲ ବଙ୍ଗାଶ ସମ୍ମୁଖରେ ଏକ କାରରୁ ବାହାରି ଶିଖମାନଙ୍କୁ ହତ୍ୟା କରିବା ପାଇଁ ଆନ୍ଦୋଳକାରୀଙ୍କୁ ପ୍ରବର୍ତ୍ତାଇଥିଲା। ତଦନ୍ତକାରୀ ସଂସ୍ଥା ତାଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା 147 (ଦଙ୍ଗା), 109 (ଉତ୍ତେଜନା) ଏବଂ ଧାରା 302 (ହତ୍ୟା) ଅନୁଯାୟୀ ମାମଲା ଦାୟର କରିଥିଲା।

ଗତ ବର୍ଷ ଅଗଷ୍ଟରେ ଏହି ମାମଲାରେ ଟାଇଟଲରଙ୍କୁ ଏକ ସେଶନ କୋର୍ଟ କିଛି ସର୍ତ୍ତ ରଖି ଜାମିନ ପ୍ରଦାନ କରିଥିଲେ। ବର୍ତ୍ତମାନ ତାଙ୍କ ବିରୋଧରେ ହତ୍ୟା ଏବଂ ଅନ୍ୟାନ୍ୟ ଅପରାଧିକ ଅଭିଯୋଗ ଦାଖଲ କରିବାକୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Jagdish Tytler 1984 Anti Sikh Riots Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe